Posted inଜାତୀୟ

ଅଫିସରଙ୍କୁ ଶିବରାଜ ମନ୍ତ୍ରୀଙ୍କ ଧମକ, ଓଲଟା ଲଟକାଇ ଦେବି, ଅଡ଼ିଓ କ୍ଲିପ୍‌ ଭାଇରାଲ…

ଭୋପାଳ, ୨୯।୯ : ମଧ୍ୟପ୍ରଦେଶର ପଞ୍ଚାୟତ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାମଖେଲାୱନ ପଟେଲଙ୍କ ଜଣେ ସରକାରୀ ଅଫିସରଙ୍କୁ ଧମକ ଦେଉଥିବା ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଅଡିଓରେ ମନ୍ତ୍ରୀ ରାମଖେଲାୱନ ଖୋଲାଖୋଲି ଭାବେ ସରକାରୀ କର୍ମଚାରୀଙ୍କୁ ଧମକ ଦେଇଛନ୍ତି ଏବଂ କହିଛନ୍ତି ଯଦି ରାଜି ନ ହୁଅନ୍ତି ତେବେ ଓଲଟା ଲଟକାଇ ଦେବି।

ଏହି ମାମଲାରେ ଅମରପାଟନର ଖାଦ୍ୟ ସୁରକ୍ଷା ଅଧିକାରୀ ନୀରଜ ବିଶ୍ୱକର୍ମା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ମାଡ ଦିଆଯାଇଛି। ସଞ୍ଚାଳକ ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁଅପହରଣ କରିବାକୁ ଚେଷ୍ଟା କରିଥିଲେ। ଅଭିଯୋଗ କରିବା ପାଇଁ ପୋଲିସ ଷ୍ଟେଶନରେ ପହଞ୍ଚିବା ପରେ ତାଙ୍କୁ ୫ ଘଣ୍ଟା ବସାଇ ରଖାଯାଇଥିଲା ଏବଂ ଏଫଆଇଆର ପଞ୍ଜୀକୃତ ହୋଇ ନଥିଲା। ବିଶ୍ୱକର୍ମା କହିଛନ୍ତି ଯେ ସେ ଦୁଇଜଣ ବ୍ୟବସାୟୀଙ୍କର ଅଭିଯୋଗ ତଥ୍ୟ ସଂଗ୍ରହ କରିଥିଲେ। ଏହା ପରେ ତାଙ୍କୁ ଲାଞ୍ଚ ଯଚା ଯାଇଥିଲା। ସେ ଲାଞ୍ଚ ଗ୍ରହଣ କରିବାକୁ ମନା କରିବା ପରେ ମନ୍ତ୍ରୀଙ୍କ ନିକଟକୁ ଏକ କଲ ଆସିଥିବା ଅଭିଯୋଗ ହୋଇଛି।

ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସରକାର ଅଡୁଆରେ ପଡିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।

ବିଶ୍ୱକର୍ମାଙ୍କ ଅନୁଯାୟୀ, ସରକାରଙ୍କ ମନ୍ତ୍ରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅଧିକାରୀମାନଙ୍କୁ ଧମକ ଦେଉଛନ୍ତି। ଏଥି ସହିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ବୁଧବାର ଶପୁର ଜିଲାର ଜିଲା ଯୋଗାଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏକ ସପ୍ତାହ ମଧ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ଜିଲା ଯୋଗାଣ ଅଧିକାରୀଙ୍କୁ ନିଲମ୍ବନ କରିବା ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ତୃତୀୟ କାର୍ଯ୍ୟାନୁଷ୍ଠାନ।

ସୂଚନାଯୋଗ୍ୟ, ରାମଖେଲାୱନ ପଟେଲ ସତନାର ଅମରପାଟନ ବିଧାନସଭା ଆସନରୁ ଜିତି ମନ୍ତ୍ରୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri