ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉଦଯାପିତ: ସ୍ବାସ୍ଥ୍ୟ ପରୀକ୍ଷା ସହ ସହାୟକ ଉପକରଣ ବଣ୍ଟନ

ଦାରିଙ୍ଗବାଡି, ୨୭ ।୧୧ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଭିନ୍ନକ୍ଷମ କଲ୍ୟାଣ ଏବଂ ସଶକ୍ତିକରଣ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିସା ବିଶୋଇଙ୍କ ପରିଚାଳନା କାର୍ଯ୍ୟକ୍ରମରେ ମୋଟ ୩ ଶହ ୮୨ଜଣ ନିଜ ନାମ ପଞ୍ଜିକୃତ କରି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।
ସେମାନଙ୍କ ମଧ୍ୟରୁ ଦୃଷ୍ଟି ଶକ୍ତି ବାଧକଙ୍କ ସଂଖ୍ୟା ୪୮,ମସ୍ତିଷ୍କ ପକ୍ଷାଘାତ ୯୦,
ଅସ୍ଥିବିଜ୍ଞାନ ବିକଳାଙ୍ଗ ୧୬୨,ଶ୍ରବଣ ବାଧିତ ୫୭ ଏବଂ ସିକଲ ସେଲ ରୋଗି ଙ୍କ ସଂଖ୍ୟା ୨୫ଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କୁ ଆବଶ୍ୟକୀୟ ପ୍ରମାଣ ପତ୍ର ବଣ୍ଟନ ସହ ସ୍ବାସ୍ଥ୍ୟ ପରୀକ୍ଷା ଓ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା ସେଥିରେ ହ୍ବିଲଚେୟାର ୮ ଜଣଙ୍କୁ ପ୍ରଦାନ କରାଯାଇଥିବା ବେଳେ ଚାଲିବା ପାଇଁ ଆଶାବାଡି ୨ଟି,ସହାୟକ ଆଶାବାଡି ଗୋଟିଏ ପ୍ରଦାନ କରାଯାଇଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।
ସେହିପରି ସମସ୍ତ ପଞ୍ଜିକୃତ କରିଥିବା ଭିନ୍ନକ୍ଷମଙ୍କୁ ଉପସ୍ଥିତ ଚକ୍ଷୁ ଚିକିତ୍ସକ ଡାକ୍ତର ଅରବିନ୍ଦ ଦାସ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଚିନ୍ମୟ କୁମାର ପ୍ରଧାନ, ଶିଶୁ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ବେହେରା, ଇଏନଟି ବିଶେଷଜ୍ଞ ଡାକ୍ତର ସତ୍ୟବ୍ରତ ସାହୁ, ଅଡିଓଲୋଜିଷ୍ଟ ଏଣ୍ଡ ସ୍ପିଚ ଥେରାପିଷ୍ଟ ବସନ୍ତ କୁମାର ପଲାଇ, ସିନିୟର ଆସିଷ୍ଟାଣ୍ଟ ମନୋଜ କୁମାର ପଣ୍ଡା ଏବଂ ହେମନ୍ତ କୁମାର ମେହେର ପ୍ରମୁଖ ଯୋଗଦେଇଥିଲେ। ଏହି ଶିବିରର ଦିତୀୟ ପର୍ଯ୍ୟାୟ ବ୍ରାହ୍ମଣୀଗାଁଠାରେ କରାଯିବ ବୋଲି ବିଡ଼ିଓ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୩୪ ବର୍ଷ ପରେ ବି ଅଙ୍ଗନୱାଡି କର୍ମୀଙ୍କ ପାଇଁ ନାହିଁ ଶୌଚାଳୟ: ବ୍ଲକ କାର୍ଯ୍ୟାଳୟକୁ ଆସି ହଟହଟା

ଲୋଇସିଂହା,୨୍‌୭।୧୧(ସୁଶାନ୍ତ ବାରିକ):ମହିଳାଙ୍କ ସ୍ବଚ୍ଛତା, ସୁରକ୍ଷା ଓ ସମ୍ମାନ ନେଇ ସରକାର ବିଭିନ୍ନ ଯୋଜନା ଓ ସଚେତନତା କାର୍ଯ୍ୟକ୍ରମ ଚଳାଇଛନ୍ତି। ଏପରିକି ମହିଳା ଓ କିଶୋରୀମାନଙ୍କୁ ସ୍ବଚ୍ଛତା ସମ୍ପର୍କରେ…

ବଢୁଛି କନ୍ଧମାଳ ହଳଦୀ ପତ୍ରର ଚାହିଦା, ହେଲେ ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ: ମାତ୍ର ୨୦ ଟଙ୍କାରେ…

ଦାରିଙ୍ଗବାଡ଼ି,୨୭।୧୧(ଅରୁଣ ସାହୁ):ଆଗକୁ ଆସୁଛି ପ୍ରଥମାଷ୍ଟମୀ। ଘରର ବଡ଼ ପୁଅ ଓ ଝିଅଙ୍କ ଶୁଭ ମନାସି ଏହି ପର୍ବ ପାଳନ କରିବାକୁ ଓଡ଼ିଆ ଘରେ ଚାଲିଛି ପ୍ରସ୍ତୁତି। ପ୍ରଥମାଷ୍ଟମୀ…

ଜରାଜୀର୍ଣ୍ଣ ଅବସ୍ଥାରେ ୯୦ ବର୍ଷର ପୁରାତନ ବିଦ୍ୟାଳୟ: ଭଙ୍ଗା ଦଦରା ଗୃହ, ନାହିଁ ଗେଟ୍‌-ପାଚେରି

ବାଙ୍କୀ,୨୭।୧୧(ଶୁଭେନ୍ଦୁ ମହାପାତ୍ର):ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଥିବାବେଳେ ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏହା ଫଳପ୍ରଦ ହେଉନାହିଁ। ବାଙ୍କୀ ବ୍ଲକ ଶିକ୍ଷା…

ବାଲିଯାତ୍ରାରେ ଅଘଟଣ: ରାମଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

କଟକ,୨୭ା୧୧(ଶିଳ୍ପା ପ୍ରିୟଦର୍ଶିନୀ):କଟକ ବାଲିଯାତ୍ରାରେ ଗୁରୁବାର ଅଘଟଣ ଘଟିଛି। ବାଲିଯାତ୍ରା ତଳ ପଡ଼ିଆରେ ରାମଦୋଳି ଚାଲିବା ସମୟରେ ସେଥିରୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, କାରଣ ଖୋଜୁଛି ପୋଲିସ

ଛତ୍ରପୁର,୨୬।୧୧(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ବିଲ ମଝିରେ ଫିଙ୍ଗିଦେବା ଘଟଣା…

ପାଟଣା ବଜାରରେ ତମାଖୁ ବିରୋଧୀ ମିଳିତ ଚଢ଼ାଉ: ୩୬ ଦୋକାନରୁ ଆଦାୟ ହେଲା ଜରିମାନା

ପାଟଣା, ୨୬/୧୧ (ବୀର କିଶୋର ଦାଶ): ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ପାଟଣା ବଜାର ଅଞ୍ଚଳର ୩୬ଟି ଦୋକାନରେ ଗୁରୁବାର ମିଳିତ…

ପାଟଣା ରେଞ୍ଜରେ ହାତୀ ଆତଙ୍କ: ଘର ଭାଙ୍ଗିଲେ, ଧାନ ଫସଲ ନଷ୍ଟ କଲେ ୨୯ ଟିକିଆ ହାତୀପଲ

ପାଟଣା, ୨୬।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ବୁଧବାର ସନ୍ଧ୍ୟାରେ ୨୯ ଟିକିଆ ହାତୀପଲ ପ୍ରବେଶ କରି ଉପଦ୍ରବ ସୃଷ୍ଟି କରିଛନ୍ତି। କରଞ୍ଜିଆ ରେଞ୍ଜରୁ…

ଦିଗପହଣ୍ଡି କୋର୍ଟରେ ସମ୍ବିଧାନ ଦିବସ ପାଳିତ: ମୌଳିକ କର୍ତ୍ତବ୍ୟ-ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଗୁରୁବାର ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?