Posted inTrending, ଖେଳ

କେନ ୱିଲିୟମସନଙ୍କ ରେକର୍ଡ ଭାଙ୍ଗିଲେ ଟମ ଲାଥମ, WTCରେ ହେଲେ ନମ୍ବର-୧

ନୂଆଦିଲ୍ଲୀ,୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରାଇଷ୍ଟଚର୍ଚ୍ଚରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ପ୍ରଥମ ଟେଷ୍ଟ ମ୍ୟାଚ ୱେଲିଂଟନରେ ଖେଳାଯାଇଥିଲା। ସେହି ମ୍ୟାଚରେ ଉଭୟ ଇନିଂସରେ ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। କିନ୍ତୁ ଦ୍ୱିତୀୟ ଟେଷ୍ଟରେ ସେ ଭଲ ଆରମ୍ଭ କରିଛନ୍ତି। ପ୍ରଥମ ଇନିଂସରେ ଲାଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଯଦିଓ ତାଙ୍କୁ ଏକ ଜୀବନଦାନ ମିଳିଥିଲା, ତଥାପି ଏହାର ପୂରା ଫାଇଦା ଉଠାଇଛନ୍ତି ସେ।

ଟେଷ୍ଟ କ୍ରିକେଟରେ ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି ଟମ ଲାଥମ। ସେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (WTC)ରେ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟର୍‌ ହୋଇଛନ୍ତି।

ଟମ ଲାଥମ ଟେଷ୍ଟ କ୍ରିକେଟରେ ଜଣେ ଭଲ ବ୍ୟାଟର। ଗତ କିଛି ସମୟ ଧରି ଅଧିନାୟକ ଭାବେ ମଧ୍ୟ ସେ ଭଲ ପ୍ରଦର୍ଶନ କରୁଛନ୍ତି। ଏଥର WTCରେ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ରନ କରିବା ମାମଲାରେ ସେ କେନ ୱିଲିୟମସନଙ୍କୁ ପଛରେ ପକାଇଛନ୍ତି।

କେନ ୱିଲିୟମସନ ୩୨ଟି ମ୍ୟାଚରେ ୫୮ଟି ଇନିଂସରେ ୫୮.୧୭ ହାରରେ ୩୦୨୫ ରନ କରିଥିଲେ। ଏଥିରେ ୧୧ଟି ଶତକ ଓ ୭ଟି ଅର୍ଦ୍ଧଶତକ ସାମିଲ ରହିଛି। ଅନ୍ୟପଟେ ଲାଥମ ୮୬ଟି ଇନିଂସରେ ୩୬.୧୬ ହାରରେ ୩୦୩୮ ରନ କରିସାରିଛନ୍ତି। ସେ ୭ଟି ଶତକ ମଧ୍ୟ ହାସଲ କରିଛନ୍ତି।

କେନ ୱିଲିୟମସନ ଅବସର ନେଇସାରିଛନ୍ତି। ଅନ୍ୟପଟେ ଲାଥମ ଏବେ ମଧ୍ୟ ଟେଷ୍ଟ କ୍ରିକେଟରେ ବଡ଼ ବଡ଼ ଇନିଂସ ଖେଳିବା ପାଇଁ ଜଣାଶୁଣା। ଆଗକୁ ତାଙ୍କର ପରିସଂଖ୍ୟାନ ଆହୁରି ଭଲ ହୋଇପାରେ। ଏହି ରେକର୍ଡରେ ତାଙ୍କୁ ପଛରେ ପକାଇବା ଅନ୍ୟ ଖେଳାଳିଙ୍କ ପାଇଁ ସହଜ ହେବ ନାହିଁ।

କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟର ପ୍ରଥମ ଇନିଂସରେ ଲାଥମ ଭଲ ବ୍ୟାଟିଂ କରିଥିଲେ। ସେ ଅନେକ ଆକର୍ଷଣୀୟ ସଟ ଖେଳିଥିଲେ। ନିଜ ଟେଷ୍ଟ କ୍ୟାରିୟରର ୩୨ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ବିପକ୍ଷରେ ଏହା ତାଙ୍କର ନବମ ଅର୍ଦ୍ଧଶତକ ଥିଲା।

ଲାଥମ ୧୨୮ଟି ବଲର ସାମ୍ନା କରି ୬ଟି ଚୌକା ସହାୟତାରେ ୫୯ ରନ କରିଥିଲେ। ୨୯ ରନରେ ଥିବାବେଳେ କେଏଲ ରାହୁଲ ତାଙ୍କର ଏକ କ୍ୟାଚ ଛାଡ଼ିଥିଲେ। ଏହି ଜୀବନଦାନର ପୂରା ଫାଇଦା ଉଠାଇଥିଲେ ଲାଥମ। ସେ ଡେଭନ କନୱେଙ୍କ ସହ ମିଶି ୭୭ ରନର ଭାଗୀଦାରି କରିଥିଲେ। ଉଭୟ ବ୍ୟାଟର୍‌ ନ୍ୟୁଜିଲାଣ୍ଡ ଦଳକୁ ସମ୍ଭାଳିଥିଲେ। ଶେଷରେ ଆକାଶ ଦୀପ ଲାଥମ୍ଙ୍କୁ ଆଉଟ କରି ପାଭିଲିୟନ ଫେରାଇଥିଲେ।

ଟମ ଲାଥମ ଏବେ ଟେଷ୍ଟ କ୍ରିକେଟ୍ରେ ଗୋଟିଏ ପରେ ଗୋଟିଏ ବଡ଼ ରେକର୍ଡ କରୁଛନ୍ତି। ସେ ଏପର୍ଯ୍ୟନ୍ତ ୩୮.୭୪ ହାରରେ ମୋଟ ୬୫୦୯ ରନ ସଂଗ୍ରହ କରିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଟେଷ୍ଟରେ ସର୍ବାଧିକ ରନ କରିଥିବା ଖେଳାଳିଙ୍କ ତାଲିକାରେ ସେ ଚତୁର୍ଥ ସ୍ଥାନକୁ ଉଠିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲରେ ବଡ଼ ହଲଚଲ! ମୁମ୍ବାଇକୁ ମିଳିବ ନୂଆ ଅଧିନାୟକ, ଆଜି ଏହି ସମୟରେ ହେବ ଅଫିସିଆଲ ଘୋଷଣା

ନୂଆଦିଲ୍ଲୀ,୨୭।୧୧: ଆସନ୍ତା ବର୍ଷ ଆଇପିଏଲ ସିଜିନ ବେଶ ରୋମାଞ୍ଚକର ହେବାକୁ ଯାଉଛି। ନିଜ ନିଜ ଦଳକୁ ମଜଭୁତ କରିବା ପାଇଁ ସମସ୍ତ ଫ୍ରାଞ୍ଚାଇଜି ବଡ଼ ପଦକ୍ଷେପ ନେଇଛନ୍ତି।…

‘ଯୋଗୀ ନଥିଲେ ଉତ୍ତରପ୍ରଦେଶ ନାହିଁ’, ଯୋଗୀଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, ଚାରିଆଡେ ଚର୍ଚ୍ଚା

ଲକ୍ଷ୍ନୌ,୨୭।୧୧: ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଜ୍ୟ ସଭା ସାଂସଦ ସଞ୍ଜୟ ରାଉତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ…

ଆକାଶ ଦୀପ-ଅଂଶୁଲ କାମ୍ବୋଜଙ୍କ ଘାତକ ବୋଲିଂ, ୦ରେ ୩ ଉଇକେଟ୍‌ ହରାଇଲା ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ, ୨୭।୧୧: ୱେଲିଂଟନ ଟେଷ୍ଟରେ ଭାରତୀୟ ବୋଲର ପ୍ରଥମ ଦିନର ପ୍ରଥମ ସେସନରେ ଘାତକ ବୋଲିଂ କରିଥିବାବେଳେ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ଦ୍ୱିତୀୟ ସେସନରେ ଦେଖିବାକୁ ମିଳିଛି ସେହି…

ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଅପଡେଟ୍‌! ଡିସେମ୍ବରରୁ ନୂଆ ନିୟମ, ବୁକିଂ ପୂର୍ବରୁ ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୧: ପ୍ରତ୍ୟେକ ଘରର ରୋଷେଇ ଘରର ବଜେଟ ବହୁ ପରିମାଣରେ ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ନିର୍ଭର କରିଥାଏ। ଯଦି ଆପଣ ଇଣ୍ଡେନ (Indane), ଏଚ୍ପି ଗ୍ୟାସ…

ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଲେ ଯଶସ୍ବୀ ଜୟସ୍ବାଲ: ୩୨ ବର୍ଷ ପୁରୁଣା ବିଶ୍ୱ ରେକର୍ଡର କଲେ ସମକକ୍ଷ

ଖ୍ରୀଷ୍ଟଚର୍ଚ୍ଚ, ୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ଖ୍ରୀଷ୍ଟଚର୍ଚ୍ଚର ହେଗଲି ଓଭାଲ୍‌ରେ ଆରମ୍ଭ ହୋଇଛି।…

୩୪ ବର୍ଷ ପରେ ବି ଅଙ୍ଗନୱାଡି କର୍ମୀଙ୍କ ପାଇଁ ନାହିଁ ଶୌଚାଳୟ: ବ୍ଲକ କାର୍ଯ୍ୟାଳୟକୁ ଆସି ହଟହଟା

ଲୋଇସିଂହା,୨୍‌୭।୧୧(ସୁଶାନ୍ତ ବାରିକ):ମହିଳାଙ୍କ ସ୍ବଚ୍ଛତା, ସୁରକ୍ଷା ଓ ସମ୍ମାନ ନେଇ ସରକାର ବିଭିନ୍ନ ଯୋଜନା ଓ ସଚେତନତା କାର୍ଯ୍ୟକ୍ରମ ଚଳାଇଛନ୍ତି। ଏପରିକି ମହିଳା ଓ କିଶୋରୀମାନଙ୍କୁ ସ୍ବଚ୍ଛତା ସମ୍ପର୍କରେ…

ଡାର୍ଟ ମହାକାଶଯାନ ଧକ୍କା ଦେଇଥିବା ଗ୍ରହାଣୁରେ ହୋଇଛି ବିଶାଳ ଗର୍ତ୍ତ

ନୂଆଦିଲ୍ଲୀ/ବର୍ଲିନ,୨୭।୧୧(ରଏଟର୍ସ): ପୃଥିବୀ ସୁରକ୍ଷା ବ୍ୟବସ୍ଥାର ପ୍ରଥମ ପରୀକ୍ଷଣ ଭାବେ ୨୦୨୨ରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ‘ଡାର୍ଟ’ ମହାକାଶଯାନ ଧକ୍କାଦେଇଥିବା କ୍ଷୁଦ୍ର ଗ୍ରହାଣୁ (ଆଷ୍ଟେରଏଡ୍‌) ‘ଡିମୋରଫୋସ୍‌’ର…

ବଡ଼ ପୁଅ ପରେ ଚମକିଲେ ସେହ୍ବାଗଙ୍କ ସାନ ପୁଅ: ଘାତକ ବୋଲିଂ କରି ଆଣିଲେ ବଡ଼ ସଫଳତା

ନୂଆଦିଲ୍ଲୀ,୨୭।୧୧: ଭାରତୀୟ କ୍ରିକେଟ ଟିମ୍‌ରେ ପୂର୍ବତନ ବିସ୍ଫୋରକ ଓପନର୍‌ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ କ୍ରିକେଟ ମଇଦାନରେ ନିଜ ପ୍ରତିଭାର ଜଲୱା ଦେଖାଇଛନ୍ତି। ବାପାଙ୍କ ବ୍ୟାଟିଂ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?