Posted inTrending, ଖେଳ

ଆକାଶ ଦୀପ-ଅଂଶୁଲ କାମ୍ବୋଜଙ୍କ ଘାତକ ବୋଲିଂ, ୦ରେ ୩ ଉଇକେଟ୍‌ ହରାଇଲା ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ, ୨୭।୧୧: ୱେଲିଂଟନ ଟେଷ୍ଟରେ ଭାରତୀୟ ବୋଲର ପ୍ରଥମ ଦିନର ପ୍ରଥମ ସେସନରେ ଘାତକ ବୋଲିଂ କରିଥିବାବେଳେ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ଦ୍ୱିତୀୟ ସେସନରେ ଦେଖିବାକୁ ମିଳିଛି ସେହି ଦମ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଉଇକେଟ ପାଇଁ ଭାରତୀୟ ବୋଲରଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ପ୍ରଥମ ସେସନ ମାତ୍ର ଗୋଟିଏ ଉଇକେଟ ସହ ଶେଷ ହୋଇଥିଲା। କିନ୍ତୁ ଦ୍ୱିତୀୟ ସେସନରେ ଭାରତୀୟ ଦଳ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା। ଆକାଶ ଦୀପ ଓ ଅଂଶୁଲ କାମ୍ବୋଜ ମିଶି ଲଗାତାର ୩ ଓଭରରେ ୩ଟି ଉଇକେଟ ନେଇ ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍‌କା ଦେଇଥିଲେ।
ହେଗଲି ଓଭାଲରେ ପ୍ରଥମ ପାଳି ଆରମ୍ଭ କରି ନ୍ୟୁଜିଲାଣ୍ଡ ଭଲ ଆରମ୍ଭ କରିଥିଲା। ଅଧିନାୟକ ଟମ ଲାଥମ ଓ ଡେଭନ କନୱେଙ୍କ ଓପନିଂ ଯୋଡ଼ି ୭୭ ରନ ସଂଗ୍ରହ କରିଥିଲା। ଏହି ସମୟରେ ଲାଥମଙ୍କୁଏକ ଜୀବନଦାନ ମଧ୍ୟ ମିଳିଥିଲା। କେଏଲ ରାହୁଲ ତାଙ୍କ କ୍ୟାଚ ଛାଡ଼ି ଦେଇଥିଲେ। ଏହାର ଫାଇଦା ଉଠାଇ ଦୁଇ ବ୍ୟାଟର ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ। ପ୍ରଥମ ସେସନ୍‌ର ଶେଷ ବଲ୍‌ରେ ଏହି ଯୋଡ଼ି ଭାଙ୍ଗିଥିଲା। ଡେବ୍ୟୁ କରୁଥିବା ଦ୍ରୁତ ବୋଲର ଗୁରନୁର ବରାର କନୱେଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ଉଇକେଟ ପଡ଼ିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଭଲ ସ୍ଥିତିରେ ଥିଲା। ଦ୍ୱିତୀୟ ସେସନ୍‌ରେ ମଧ୍ୟ ଏହି ଧାରା ଜାରି ରହିଥିଲା। ଲାଥମ ନିଜ ଅର୍ଦ୍ଧଶତକ ପୂରଣ କରିବା ସହ ହେନରୀ ନିକୋଲ୍ସଙ୍କ ସହ ମିଶି ଦଳର ସ୍କୋରକୁ ୧୦୦ ରନ ପାର କରାଇଥିଲେ। ଭାରତକୁ ଉଇକେଟର ଆବଶ୍ୟକତା ଥିବା ବେଳେ ୪୨ତମ ଓଭରରୁ ଆରମ୍ଭ ହୋଇଥିଲା ଦଳର ପ୍ରତ୍ୟାବର୍ତ୍ତନ। ଆକାଶ ଦୀପ ଓ ଅଂଶୁଲ କାମ୍ବୋଜ ଲଗାତାର ୩ ଓଭରରେ ୩ଟି ଉଇକେଟ ନେଇଥିଲେ। ଏହି ତିନି ଓଭରରେ ନ୍ୟୁଜିଲାଣ୍ଡ ଗୋଟିଏ ରନ ମଧ୍ୟ କରିପାରି ନ ଥିଲା।
ଏହିପରି ଲଗାତାର ୩ ଓଭରରେ ନ୍ୟୁଜିଲାଣ୍ଡର ସ୍କୋର ୧୧୦/୧ରୁ ୧୧୦/୪କୁ ଖସି ଆସିଥିଲା। ଦ୍ୱିତୀୟ ସେସନ୍‌ରେ ମାତ୍ର ୫୪ ରନ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୩ଟି ଉଇକେଟ ହରାଇଥିଲା। ଏହି ଦମ୍‌ଦାର ବୋଲିଂ ଯୋଗୁ ଦ୍ୱିତୀୟ ସେସନ ସମ୍ପୂର୍ଣ୍ଣ ଭାବେ ଭାରତ ନାମରେ ରହିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲରେ ବଡ଼ ହଲଚଲ! ମୁମ୍ବାଇକୁ ମିଳିବ ନୂଆ ଅଧିନାୟକ, ଆଜି ଏହି ସମୟରେ ହେବ ଅଫିସିଆଲ ଘୋଷଣା

ନୂଆଦିଲ୍ଲୀ,୨୭।୧୧: ଆସନ୍ତା ବର୍ଷ ଆଇପିଏଲ ସିଜିନ ବେଶ ରୋମାଞ୍ଚକର ହେବାକୁ ଯାଉଛି। ନିଜ ନିଜ ଦଳକୁ ମଜଭୁତ କରିବା ପାଇଁ ସମସ୍ତ ଫ୍ରାଞ୍ଚାଇଜି ବଡ଼ ପଦକ୍ଷେପ ନେଇଛନ୍ତି।…

କେନ ୱିଲିୟମସନଙ୍କ ରେକର୍ଡ ଭାଙ୍ଗିଲେ ଟମ ଲାଥମ, WTCରେ ହେଲେ ନମ୍ବର-୧

ନୂଆଦିଲ୍ଲୀ,୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରାଇଷ୍ଟଚର୍ଚ୍ଚରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ପ୍ରଥମ ଟେଷ୍ଟ ମ୍ୟାଚ ୱେଲିଂଟନରେ ଖେଳାଯାଇଥିଲା। ସେହି ମ୍ୟାଚରେ ଉଭୟ ଇନିଂସରେ ନ୍ୟୁଜିଲାଣ୍ଡ…

‘ଯୋଗୀ ନଥିଲେ ଉତ୍ତରପ୍ରଦେଶ ନାହିଁ’, ଯୋଗୀଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, ଚାରିଆଡେ ଚର୍ଚ୍ଚା

ଲକ୍ଷ୍ନୌ,୨୭।୧୧: ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଜ୍ୟ ସଭା ସାଂସଦ ସଞ୍ଜୟ ରାଉତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ…

ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଅପଡେଟ୍‌! ଡିସେମ୍ବରରୁ ନୂଆ ନିୟମ, ବୁକିଂ ପୂର୍ବରୁ ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୧: ପ୍ରତ୍ୟେକ ଘରର ରୋଷେଇ ଘରର ବଜେଟ ବହୁ ପରିମାଣରେ ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ନିର୍ଭର କରିଥାଏ। ଯଦି ଆପଣ ଇଣ୍ଡେନ (Indane), ଏଚ୍ପି ଗ୍ୟାସ…

ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଲେ ଯଶସ୍ବୀ ଜୟସ୍ବାଲ: ୩୨ ବର୍ଷ ପୁରୁଣା ବିଶ୍ୱ ରେକର୍ଡର କଲେ ସମକକ୍ଷ

ଖ୍ରୀଷ୍ଟଚର୍ଚ୍ଚ, ୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ଖ୍ରୀଷ୍ଟଚର୍ଚ୍ଚର ହେଗଲି ଓଭାଲ୍‌ରେ ଆରମ୍ଭ ହୋଇଛି।…

୩୪ ବର୍ଷ ପରେ ବି ଅଙ୍ଗନୱାଡି କର୍ମୀଙ୍କ ପାଇଁ ନାହିଁ ଶୌଚାଳୟ: ବ୍ଲକ କାର୍ଯ୍ୟାଳୟକୁ ଆସି ହଟହଟା

ଲୋଇସିଂହା,୨୍‌୭।୧୧(ସୁଶାନ୍ତ ବାରିକ):ମହିଳାଙ୍କ ସ୍ବଚ୍ଛତା, ସୁରକ୍ଷା ଓ ସମ୍ମାନ ନେଇ ସରକାର ବିଭିନ୍ନ ଯୋଜନା ଓ ସଚେତନତା କାର୍ଯ୍ୟକ୍ରମ ଚଳାଇଛନ୍ତି। ଏପରିକି ମହିଳା ଓ କିଶୋରୀମାନଙ୍କୁ ସ୍ବଚ୍ଛତା ସମ୍ପର୍କରେ…

ଡାର୍ଟ ମହାକାଶଯାନ ଧକ୍କା ଦେଇଥିବା ଗ୍ରହାଣୁରେ ହୋଇଛି ବିଶାଳ ଗର୍ତ୍ତ

ନୂଆଦିଲ୍ଲୀ/ବର୍ଲିନ,୨୭।୧୧(ରଏଟର୍ସ): ପୃଥିବୀ ସୁରକ୍ଷା ବ୍ୟବସ୍ଥାର ପ୍ରଥମ ପରୀକ୍ଷଣ ଭାବେ ୨୦୨୨ରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ‘ଡାର୍ଟ’ ମହାକାଶଯାନ ଧକ୍କାଦେଇଥିବା କ୍ଷୁଦ୍ର ଗ୍ରହାଣୁ (ଆଷ୍ଟେରଏଡ୍‌) ‘ଡିମୋରଫୋସ୍‌’ର…

ବଡ଼ ପୁଅ ପରେ ଚମକିଲେ ସେହ୍ବାଗଙ୍କ ସାନ ପୁଅ: ଘାତକ ବୋଲିଂ କରି ଆଣିଲେ ବଡ଼ ସଫଳତା

ନୂଆଦିଲ୍ଲୀ,୨୭।୧୧: ଭାରତୀୟ କ୍ରିକେଟ ଟିମ୍‌ରେ ପୂର୍ବତନ ବିସ୍ଫୋରକ ଓପନର୍‌ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ କ୍ରିକେଟ ମଇଦାନରେ ନିଜ ପ୍ରତିଭାର ଜଲୱା ଦେଖାଇଛନ୍ତି। ବାପାଙ୍କ ବ୍ୟାଟିଂ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?