ଭାନୁ, ଧ୍ରୁବଙ୍କୁ ମିଳିବ ଘର

ବଇଣ୍ଡା, ୧୯ା୭(ଡି.ଏନ.ଏ)  ଘର ଖଣ୍ଡିଏ ନ ଥିବାରୁ ଦୁର୍ବିଷହ ଜୀବନ କାଟୁଥିବା କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ବିଲେଇନାଳୀ ଗ୍ରାମର ଭାନୁ ଦେହୁରୀ ଓ ନୁନୁକାପଶି ପଞ୍ଚାୟତ ବୈଷ୍ଣବସାହିର ଧ୍ରୁବଚରଣ ପ୍ରଧାନଙ୍କୁ ଚିହ୍ନଟ କରିଛି ପ୍ରଶାସନ। ପଞ୍ଚାୟତ ନିର୍ବାହୀ ଅଧିକାରୀ ସେମାନଙ୍କୁ ପକ୍କାଘର ଯୋଗାଇବାକୁ ହିତାଧିକାରୀ ତାଲିକାରେ ଯୋଗ୍ୟ ବିବେଚିତ କରିଥିବା ବ୍ଲକ ପ୍ରଶାସନ ପକ୍ଷରୁ ଅନୁଗୋଳ ଜିଲାପାଳଙ୍କୁ ଜଣାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଅବଗତ କରାଯାଇଛି। କିଶୋରନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ. ୧୪୮୮,୧୪୮୯/୧୫ା୭ା୨୦୨୦ରେ ଧ୍ରୁବଚରଣ ଓ ଚିଠି ନଂ. ୧୪୮୬, ୧୪୮୭/୧୫ା୫ା୨୦୨୦ରେ ଭାନୁ ଦେହୁରୀ ପକ୍କା ଘର ପାଇବା ପାଇଁ ଚିହ୍ନଟ ହୋଇଥିବା ବିଡିଓ ଅମୃତା ପ୍ରିୟମ୍ବଦା ଜଣାଇଛନ୍ତି। ଉଭୟଙ୍କ ସମସ୍ୟା ସମ୍ପର୍କରେ ଜୁନ ୧୬ ଓ ଜୁଲାଇ ୫ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ଏ ନେଇ ଆଠମଲ୍ଲିକ ସାମାଜିକକର୍ମୀ ପ୍ରତାପ ମେହେର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରିଥିଲେ। ଏଥିସହ ନାଲ୍‌କୋନଗରର ସ୍ବେଚ୍ଛାସେବୀ ସଙ୍ଗଠନ ସଂକଳ୍ପ ସୋସିଆଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଶାଗୁଆନ ଜଙ୍ଗଲ

ବଇଣ୍ଡା,୮।୫(ଡି.ଏନ.ଏ): ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ନୁନୁକାପଶି ଗ୍ରାମରେ ଥିବା ଶାଗୁଆନ ଜଙ୍ଗଲରେ ନିଆଁ ଲାଗିଛି। ନିଆଁ ଆଖପାଖ ଅଞ୍ଚଳକୁ ମାଡ଼ି ଚାଲିଥିବାବେଳେ ଜଙ୍ଗଲତଳି ଅଞ୍ଚଳରେ...

ନାଲ୍‌କୋକୁ ଘରୋଇକରଣ ଚକ୍ରାନ୍ତ ବିରୋଧରେ ଶ୍ରମିକ ସଂଗଠନର ବିକ୍ଷୋଭ

ବଅଁରପାଳ,୯ା୮(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ନବରତ୍ନପ୍ରାପ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋକୁ ଘରୋଇକରଣ କରିବା ପାଇଁ ଚକ୍ରାନ୍ତ କରାଯାଉଥିବା ବିଭିନ୍ନ ଶ୍ରମିକ ସଂଘ ପକ୍ଷରୁ ଅଭିଯୋଗ ହେଉଛି। କେନ୍ଦ୍ର...

ଭିନ୍ନକ୍ଷମ ଶିଶୁମାନଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ

ଅନୁଗୋଳ ଅଫିସ, ୪।୧୨- ଅନୁଗୋଳସ୍ଥିତ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଜିନ୍ଦଲ ନଗର ପରିସରରେ ଥିବା ଆଶା ଦି ହୋପ କେନ୍ଦ୍ର ଠାରେ...

ଏମ୍‌ସିସିକୁ ବିରୋଧ, ଫେରିଲା ପୌରପାଳିକା

ଅନୁଗୋଳ ଅଫିସ, ୧୨।୧୨: ଅନୁଗୋଳ ପୌରପାଳିକା ଅନ୍ତର୍ଗତ ମିଶ୍ରପଡ଼ା ହାଇଟେକ୍‌ ନର୍ସରୀ ନିକଟରେ ଏମ୍‌ସିସି ପ୍ରକଳ୍ପକୁ ମଙ୍ଗଳବାର ପୁଣି ସ୍ଥାନୀୟ ଲୋକମାନେ ବିରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳକୁ...

ସୁଦୀପ ନାଗ ଏନ୍‌ଟିପିସି ନୂଆ ସିଜିଏମ୍‌

ତାଳଚେର,୨୩ା୧୦(ନି.ପ୍ର.) – ଅନୁଗୋଳ ଜିଲା କଣିହାଁସ୍ଥିତ ଏନ୍‌ଟିପିସି ପ୍ରକଳ୍ପର ନୂତନ ଚିଫ୍‌ ଜେନେରାଲ ମ୍ୟାନେଜର (ସିଜିଏମ୍‌) ଭାବେ ସୁଦୀପ ନାଗ ମଙ୍ଗଳବାରଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।...

ବୁଷ୍ଟର ଡୋଜ୍‌ ପ୍ରଦାନରେ ଅବ୍ୟବସ୍ଥା

ଅନୁଗୋଳ ଅଫିସ,୧୧।୧ କୋଭିଡ୍‌ ସଂକ୍ରମଣ ଦ୍ରୁତଗତିରେ ମାଡ଼ୁଥିବା ବେଳେ ସୋମବାରଠାରୁ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ବହୁବିଧ ରୋଗରେ ପୀଡ଼ିତଙ୍କୁ ବୁଷ୍ଟର...

ଅନୁଗୋଳର ୭୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଅନୁଗୋଳ ଅଫିସ/ ଆଠମଲ୍ଲିକ, ୧୮ା୮: ମହାନଦୀ ବନ୍ୟାରେ ପ୍ରଭାବିତ ହୋଇଛି ଅନୁଗୋଳ ଓ ଆଠମଲ୍ଲିକ ବ୍ଲକ। ହଜାର ହଜାର ଲୋକ ପାଣି ଘେରରେ ଥିବାବେଳେ ପ୍ରଶାସନ...

ସଫେଇ ଟିକସ ଦେବେ ସହରବାସୀ

ଅନୁଗୋଳ ଅଫିସ, ୧୦ା୩ – ଅନୁଗୋଳ ସହର ପୂର୍ବାପେକ୍ଷା ରହିବ ପରିଷ୍କାର ପରିଚ୍ଛନ୍ନ। ସଫେଇ ପାଇଁ ନୂଆ ନୂଆ ବ୍ୟବସ୍ଥା ଲାଗୁ ହେଉଥିବା ବେଳେ ଆସନ୍ତା...

Advertisement
Archives

Model This Week