ବିପଦ ବଢ଼ାଉଛି ଚୋରା କାରବାର

ବଇଣ୍ଡା, ୧୯ା୭(ଡି.ଏନ.ଏ.):  ପେଟ୍ରୋଲ, ଡିଜେଲ ଭଳି ଦହନଶୀଳ ସାମଗ୍ରୀ ବହୁଳ ପରିମାଣରେ ଗଚ୍ଛିତ ବିପଦପୂର୍ଣ୍ଣ ହୋଇଥିଲେ ହେଁ ଏହାକୁ ଖାତିର କରୁନାହାନ୍ତି ଚୋରା ବ୍ୟବସାୟୀ। ବ୍ୟାରେଲ ବ୍ୟାରେଲ ତେଲକୁ ଅନେକେ ଘରେ ରଖି ବେପାର ଚଳାଇ ଏହାର ସମ୍ଭାବ୍ୟ ଭୟଙ୍କର ପରିଣତି ପ୍ରତି ଆଖି ବୁଜିଦେଉଛନ୍ତି। ନିଜ ସହ ଅନ୍ୟମାନଙ୍କ ଜୀବନକୁ ବାଜିରେ ରଖି ସେମାନେ ମୋଟା ଅଙ୍କର ଅର୍ଥ କାରବାର କରୁଛନ୍ତିି। ଅନ୍ୟପକ୍ଷରେ ବହୁମାତ୍ରାରେ ତୈଳ ଗଚ୍ଛିତ ବେଆଇନ ହୋଇଥିଲେ ମଧ୍ୟ ଏପରି କାରବାର ବଢୁଛି। ଅନୁଗୋଳ ଜିଲା ହଣ୍ଡପା ଥାନା ବଡଡଙ୍ଗିଆଣୀ ଗ୍ରାମରେ ଶୁକ୍ରବାର ରାତିରେ ପୋଲିସ ଚଢ଼ାଉ ବେଳେ ୨ ହଜାର ଲିଟର ପେଟ୍ରୋଲ ଜବତ ଘଟଣା ଏହାର ସଦ୍ୟତମ ଉଦାହରଣ। ଏକକାଳୀନ ଏତେ ପରିମାଣର ପେଟ୍ରୋଲ ରଖାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହା ପଛରେ ଅପମିଶ୍ରିତ ତୈଳ କାରବାରର ଲିଙ୍କ୍‌ ରହିଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି।
ଗ୍ରାମ ମଝିରେ ଥିବା ମଙ୍ଗୁଳୁ ବେହେରାଙ୍କ ଘରେ ଦୀର୍ଘ ଦିନରୁ ଚୋରା ପେଟ୍ରୋଲ ଓ ଡିଜେଲ କାରବାର ହୋଇଆସୁଥିଲା। କୌଣସି ସୂତ୍ରରୁ ଅଭିଯୋଗ ପାଇ ଶୁକ୍ରବାର ରାତିରେ ହଣ୍ଡପା ଆଇଆଇସି ଲବ ବୋଡା, ଏଏସ୍‌ଆଇ ପ୍ରମୋଦ ଆଇଚ, କୁନି ବାରିକ ସେଠାରେ ଚଢ଼ାଉ କରିଥିଲେ। ଏଥିରେ ୯ ବ୍ୟାରେଲ ଜାରକିନରୁ ୧୮ଶହ ଲିଟର ଓ ୪ ଜାରକିନରୁ ୨ ଶହ ଲିଟର ପେଟ୍ରୋଲ ଜବତ ହୋଇଥିଲା। ଘର ଅଗଣାରୁ ପେଟ୍ରୋଲ ଜବତ ବେଳେ ପୁଅ ଦେବାଶିଷ ବେହେରା ଫେରାର ହୋଇଯାଇଥବା ପୋଲିସ ସୂଚନା ଦେଇଛି। ମଙ୍ଗୁଳୁଙ୍କୁ ଗିରଫ କରାଯାଇ ନଂ. ୧୫୭/୨୦ରେ ମାମଲା ରୁଜୁ ହୋଇଛି। ଏ ନେଇ ଆଇଆଇସି ବୋଡା କୁହନ୍ତି, ଏତେ ପରିମାଣର ତେଲ କେଉଁଠୁ ଆସିଲା ତାହା ଜଣାପଡିନାହିଁ। ପୋଲିସ ପକ୍ଷରୁ ବିଭିନ୍ନ ଢାବାରେ ଚଢ଼ାଉ କରାଯାଇ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଦେବାଶିଷଙ୍କୁ ଗିରଫ କରାଯିବ। ତେବେ ଏହା ପଛରେ ଏକ ର଼୍ୟାକେଟ କାମ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି।

 

ଜାତୀୟ ରାଜପଥ ପେଣ୍ଠସ୍ଥଳୀ
ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଏବେ ଚୋରା ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଜାମୁନାଳୀଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ ରାଜପଥ ଥିବାବେଳେ କେତେକ ଢାବା, ନିଛାଟିଆ ତଥା ପରିତ୍ୟକ୍ତ ଘରେ ଚୋରା ପେଟ୍ରୋଲ ଓ ଡିଜେଲ କାରବାର ହେଉଛି। ପାରାଦୀପରୁ ସମ୍ବଲପୁର, ଝାରସୁଗୁଡା ଅଭିମୁଖେ ଯାଉଥିବା ବିଭିନ୍ନ କମ୍ପାନୀର ତେଲ ଟ୍ୟାଙ୍କର ଚାଳକଙ୍କ ସହ ଚୋରା ବ୍ୟବସାୟୀମାନେ ସଲାସୁତୁରା କରି ପେଟ୍ରୋଲ, ଡିଜେଲ ଅନ୍‌ଲୋଡ କରୁଥିବା ଅଭିଯୋଗ ହୋଇଆସୁଛି। ଏପରିକି ଉକ୍ତ ଟ୍ୟାଙ୍କରଗୁଡିକୁ ଚୋରା ବ୍ୟବସାୟୀମାନେ କିରୋସିନ ଯୋଗାଇବା ସହ ଅଳ୍ପ କିଛି ଟଙ୍କା ବଦଳରେ ତେଲ ରଖୁଛନ୍ତି। ସେହି କିରୋସିନ ଟ୍ୟାଙ୍କରରେ ଅପମିଶ୍ରଣ କରାଯାଉଥିବା ଜଣାଯାଇଛି।

ଆବଶ୍ୟକତାଠାରୁ ଅଧିକ ରଖିବା ଦଣ୍ଡନୀୟ
ପେଟ୍ରୋଲ ଜବତ ଘଟଣାରେ ବାମୁର ଅଗ୍ନିଶମ ବିଭାଗ ଇନ୍‌ଚାର୍ଜ ପ୍ରକାଶ କୁମାର ବେହେରା କୁହନ୍ତି, ପେଟ୍ରୋଲ ଏକ ବିସ୍ଫୋରକ ଓ ଜାଳେଣି ସାମଗ୍ରୀ। ଏହା ବହୁ ପରିମାଣର ଘରେ ରଖିବା ବେଆଇନ। ଯେଉଁମାନଙ୍କର ବାଇକ୍‌ କିମ୍ବା କାର୍‌ ଅଛି, ସେଗୁଡିକ ଚଳାଇବା ପାଇଁ ଯେତିକି ଆବଶ୍ୟକ ସେତିକି ମାତ୍ରାରେ ତେଲ ଲୋକେ ରଖିପାରିବେ। ହେଲେ ବ୍ୟାରେଲ ବ୍ୟାରେଲ ପେଟ୍ରୋଲ ରଖିବା ବେଆଇନ ତଥା ଦଣ୍ଡନୀୟ କାର୍ଯ୍ୟ। ନିରାପଦ ସ୍ଥାନ, ଜନବସତି ଦୂରରେ କେବଳ ସ୍ବୀକୃତିପ୍ରାପ୍ତ ସଂସ୍ଥା ହିଁ ପେଟ୍ରୋଲ ରଖିପାରିବେ। ଏଥିପାଇଁ ପ୍ରଶାସନର ଅନୁମତି ସହ ଅଗ୍ନିନିର୍ବାପକ ଯନ୍ତ୍ର ରଖିବା ନିହାତି ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ୍‌ ପରୀକ୍ଷା ଫଳ: ଜାଣନ୍ତୁ ଅନୁଗୋଳରେ କେତେଜଣ ହୋଇଛନ୍ତି କୃତକାର୍ଯ୍ୟ

ଅନୁଗୋଳ ଅଫିସ,୨୯।୭: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ତେବେ ଅନୁଗୋଳ ଜିଲାରେ ମୋଟ ୭୫.୨୩%...

ଅଧିକ ରାଜସ୍ବ, ତଥାପି ସରୁନି ସରକାରୀ ଅବହେଳା: ପଙ୍ଗୁ ଅବସ୍ଥାରେ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ

ତାଳଚେର,୨୧ା୧୨(ନି.ପ୍ର.) – ତାଳଚେରସ୍ଥିତ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘଦିନ ହେଲା ଅଚଳାବସ୍ଥା ଲାଗି ରହିଛି। ୧୮ ମାସ ହେଲା ଏଠାରେ କୌଣସି ଅଧିକାରୀ ନାହାନ୍ତି କି...

ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ାଉ, ୭ ଜଣଙ୍କୁ ବାନ୍ଧିଲା ପୋଲିସ

କଳିଙ୍ଗନଗର,୨୫ା୬(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋଲଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନାରେ ପୋଲିସ ଚଢ଼ାଉ କରିଛି। ଅପରପକ୍ଷରେ ଘଟଣାସ୍ଥଳରୁ ଟ୍ରକରେ ଲୋଡ଼ିଂ...

ଦିବଙ୍ଗତ ଖବରଦାତା ଅରିନ୍ଦମଙ୍କ ଘରୁ ଲୁଟ୍‌; ଗ୍ରୀଲ ତାଡ଼ି ସୁନାଗହଣା ନେଇଗଲେ

ପାଟଣା,୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ରାଇକଳା ଗ୍ରାମର ଦିବଙ୍ଗତ ଖବରଦାତା ଅରିନ୍ଦମ ଦାସଙ୍କ ପୈତୃକ ଘରୁ ବୁଧବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଘରର...

ଗାନ୍ଧୀ ଭବନ ହେଉ ନ ଥିବାରୁ କ୍ଷୋଭ

ଅନୁଗୋଳ ଅଫିସ, ୭ା୫ ଅନୁଗୋଳ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ବାଜି ରାଉତ ଛାତ୍ରାବାସ ଏବଂ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ପକ୍ଷରୁ ଶୁକ୍ରବାର ଗାନ୍ଧିଜୀଙ୍କ ଅନୁଗୋଳ ଆଗମନର...

୯ ସମବାୟ ସମିତିରେ ବିହନ ନାହିଁ

ବଅଁରପାଳ, ୨୮ା୫(ଡି.ଏନ.ଏ.)ବଅଁରପାଳ ବ୍ଲକର ଚାଷୀଙ୍କୁ ମିଳୁନି ଧାନ ବିହନ। ଜମିରେ ଚାଷ ଆରମ୍ଭ ହୋଇଥିଲେ ମଧ୍ୟ ବିହନ ଅଭାବ ସେମାନଙ୍କ ଚିନ୍ତା ବଢାଇଛି। ବ୍ଲକ ଅଧୀନରେ...

ଗଛମୂଳରୁ ୩ ଦିନର ଶିଶୁକନ୍ୟା ଉଦ୍ଧାର

ବନ୍ତଳା,୯।୫(ଡି.ଏନ.ଏ.): ବିଶ୍ୱ ମାତୃ ଦିବସରେ ମମତା ଭୁଲିଗଲେ ମା’। ୩ ଦିନର ଶିଶୁକନ୍ୟାଙ୍କୁ ଏକ ଗଛମୂଳେ ଛାଡ଼ି କେହି କୁମାରୀ ମା’ ପଳାଇଯିବା ଅନୁଗୋଳ ଜିଲା ବନ୍ତଳା...

ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ ଅଫିସର

ଭଦ୍ରକ ଅଫିସ,୧୩ା୪: ଲାଞ୍ଚ ନେବାବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ସେକ୍ସନ ଅଫିସରଙ୍କୁ ଧରିଛନ୍ତି। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ...

Advertisement
Archives

Model This Week