ବିପଦ ବଢ଼ାଉଛି ଚୋରା କାରବାର

ବଇଣ୍ଡା, ୧୯ା୭(ଡି.ଏନ.ଏ.):  ପେଟ୍ରୋଲ, ଡିଜେଲ ଭଳି ଦହନଶୀଳ ସାମଗ୍ରୀ ବହୁଳ ପରିମାଣରେ ଗଚ୍ଛିତ ବିପଦପୂର୍ଣ୍ଣ ହୋଇଥିଲେ ହେଁ ଏହାକୁ ଖାତିର କରୁନାହାନ୍ତି ଚୋରା ବ୍ୟବସାୟୀ। ବ୍ୟାରେଲ ବ୍ୟାରେଲ ତେଲକୁ ଅନେକେ ଘରେ ରଖି ବେପାର ଚଳାଇ ଏହାର ସମ୍ଭାବ୍ୟ ଭୟଙ୍କର ପରିଣତି ପ୍ରତି ଆଖି ବୁଜିଦେଉଛନ୍ତି। ନିଜ ସହ ଅନ୍ୟମାନଙ୍କ ଜୀବନକୁ ବାଜିରେ ରଖି ସେମାନେ ମୋଟା ଅଙ୍କର ଅର୍ଥ କାରବାର କରୁଛନ୍ତିି। ଅନ୍ୟପକ୍ଷରେ ବହୁମାତ୍ରାରେ ତୈଳ ଗଚ୍ଛିତ ବେଆଇନ ହୋଇଥିଲେ ମଧ୍ୟ ଏପରି କାରବାର ବଢୁଛି। ଅନୁଗୋଳ ଜିଲା ହଣ୍ଡପା ଥାନା ବଡଡଙ୍ଗିଆଣୀ ଗ୍ରାମରେ ଶୁକ୍ରବାର ରାତିରେ ପୋଲିସ ଚଢ଼ାଉ ବେଳେ ୨ ହଜାର ଲିଟର ପେଟ୍ରୋଲ ଜବତ ଘଟଣା ଏହାର ସଦ୍ୟତମ ଉଦାହରଣ। ଏକକାଳୀନ ଏତେ ପରିମାଣର ପେଟ୍ରୋଲ ରଖାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହା ପଛରେ ଅପମିଶ୍ରିତ ତୈଳ କାରବାରର ଲିଙ୍କ୍‌ ରହିଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି।
ଗ୍ରାମ ମଝିରେ ଥିବା ମଙ୍ଗୁଳୁ ବେହେରାଙ୍କ ଘରେ ଦୀର୍ଘ ଦିନରୁ ଚୋରା ପେଟ୍ରୋଲ ଓ ଡିଜେଲ କାରବାର ହୋଇଆସୁଥିଲା। କୌଣସି ସୂତ୍ରରୁ ଅଭିଯୋଗ ପାଇ ଶୁକ୍ରବାର ରାତିରେ ହଣ୍ଡପା ଆଇଆଇସି ଲବ ବୋଡା, ଏଏସ୍‌ଆଇ ପ୍ରମୋଦ ଆଇଚ, କୁନି ବାରିକ ସେଠାରେ ଚଢ଼ାଉ କରିଥିଲେ। ଏଥିରେ ୯ ବ୍ୟାରେଲ ଜାରକିନରୁ ୧୮ଶହ ଲିଟର ଓ ୪ ଜାରକିନରୁ ୨ ଶହ ଲିଟର ପେଟ୍ରୋଲ ଜବତ ହୋଇଥିଲା। ଘର ଅଗଣାରୁ ପେଟ୍ରୋଲ ଜବତ ବେଳେ ପୁଅ ଦେବାଶିଷ ବେହେରା ଫେରାର ହୋଇଯାଇଥବା ପୋଲିସ ସୂଚନା ଦେଇଛି। ମଙ୍ଗୁଳୁଙ୍କୁ ଗିରଫ କରାଯାଇ ନଂ. ୧୫୭/୨୦ରେ ମାମଲା ରୁଜୁ ହୋଇଛି। ଏ ନେଇ ଆଇଆଇସି ବୋଡା କୁହନ୍ତି, ଏତେ ପରିମାଣର ତେଲ କେଉଁଠୁ ଆସିଲା ତାହା ଜଣାପଡିନାହିଁ। ପୋଲିସ ପକ୍ଷରୁ ବିଭିନ୍ନ ଢାବାରେ ଚଢ଼ାଉ କରାଯାଇ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଦେବାଶିଷଙ୍କୁ ଗିରଫ କରାଯିବ। ତେବେ ଏହା ପଛରେ ଏକ ର଼୍ୟାକେଟ କାମ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି।

 

ଜାତୀୟ ରାଜପଥ ପେଣ୍ଠସ୍ଥଳୀ
ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଏବେ ଚୋରା ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଜାମୁନାଳୀଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ ରାଜପଥ ଥିବାବେଳେ କେତେକ ଢାବା, ନିଛାଟିଆ ତଥା ପରିତ୍ୟକ୍ତ ଘରେ ଚୋରା ପେଟ୍ରୋଲ ଓ ଡିଜେଲ କାରବାର ହେଉଛି। ପାରାଦୀପରୁ ସମ୍ବଲପୁର, ଝାରସୁଗୁଡା ଅଭିମୁଖେ ଯାଉଥିବା ବିଭିନ୍ନ କମ୍ପାନୀର ତେଲ ଟ୍ୟାଙ୍କର ଚାଳକଙ୍କ ସହ ଚୋରା ବ୍ୟବସାୟୀମାନେ ସଲାସୁତୁରା କରି ପେଟ୍ରୋଲ, ଡିଜେଲ ଅନ୍‌ଲୋଡ କରୁଥିବା ଅଭିଯୋଗ ହୋଇଆସୁଛି। ଏପରିକି ଉକ୍ତ ଟ୍ୟାଙ୍କରଗୁଡିକୁ ଚୋରା ବ୍ୟବସାୟୀମାନେ କିରୋସିନ ଯୋଗାଇବା ସହ ଅଳ୍ପ କିଛି ଟଙ୍କା ବଦଳରେ ତେଲ ରଖୁଛନ୍ତି। ସେହି କିରୋସିନ ଟ୍ୟାଙ୍କରରେ ଅପମିଶ୍ରଣ କରାଯାଉଥିବା ଜଣାଯାଇଛି।

ଆବଶ୍ୟକତାଠାରୁ ଅଧିକ ରଖିବା ଦଣ୍ଡନୀୟ
ପେଟ୍ରୋଲ ଜବତ ଘଟଣାରେ ବାମୁର ଅଗ୍ନିଶମ ବିଭାଗ ଇନ୍‌ଚାର୍ଜ ପ୍ରକାଶ କୁମାର ବେହେରା କୁହନ୍ତି, ପେଟ୍ରୋଲ ଏକ ବିସ୍ଫୋରକ ଓ ଜାଳେଣି ସାମଗ୍ରୀ। ଏହା ବହୁ ପରିମାଣର ଘରେ ରଖିବା ବେଆଇନ। ଯେଉଁମାନଙ୍କର ବାଇକ୍‌ କିମ୍ବା କାର୍‌ ଅଛି, ସେଗୁଡିକ ଚଳାଇବା ପାଇଁ ଯେତିକି ଆବଶ୍ୟକ ସେତିକି ମାତ୍ରାରେ ତେଲ ଲୋକେ ରଖିପାରିବେ। ହେଲେ ବ୍ୟାରେଲ ବ୍ୟାରେଲ ପେଟ୍ରୋଲ ରଖିବା ବେଆଇନ ତଥା ଦଣ୍ଡନୀୟ କାର୍ଯ୍ୟ। ନିରାପଦ ସ୍ଥାନ, ଜନବସତି ଦୂରରେ କେବଳ ସ୍ବୀକୃତିପ୍ରାପ୍ତ ସଂସ୍ଥା ହିଁ ପେଟ୍ରୋଲ ରଖିପାରିବେ। ଏଥିପାଇଁ ପ୍ରଶାସନର ଅନୁମତି ସହ ଅଗ୍ନିନିର୍ବାପକ ଯନ୍ତ୍ର ରଖିବା ନିହାତି ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ଇନଷ୍ଟାଗ୍ରାମ୍ ପ୍ରେମିକଙ୍କ ସହ ବିବାହ କରିବାକୁ ରାଜି ହେଲେନି ମା’; ଏମିତି ହତ୍ୟା କଲେ ଝିଅ, ଶୁଣିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୭ା୧୦: ହରିୟାଣାର ସୋନିପତରୁ ଆସିଛି ଛାତିଥରା ଘଟଣା।ଇନଷ୍ଟାଗ୍ରାମ୍‌ରେ ହୋଇଥିବା ପ୍ରେମ ଓ ବିବାହ କରିବାକୁ ନେଇ ମା’ ପ୍ରତିବନ୍ଧକ ସାଜିବାରୁ ନିଜ ପ୍ରେମିକ ସହ ମିଶି ମା’ଙ୍କୁ…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?