ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ ଶେଷ ହୋଇନାହିଁ। କାଗଜ, କଲମରେ କ୍ରୟ ହୋଇ ସାରିଥିବା ବେଳେ ଏବେ ମଧ୍ୟ ଜିଲାର ବିଭିନ୍ନ ମଣ୍ଡିରେ ଲକ୍ଷାଧିକ ବସ୍ତା ଧାନ ପଡ଼ି ରହିଛି। ମଣ୍ଡିରୁ ତାକୁ ଉଠାଯାଇ ନାହିଁ କି ରାଇସ୍‌ ମିଲ୍‌କୁ ନିଆଯାଇ ନାହିଁ। ଅପରପକ୍ଷେ ବିଭିନ୍ନ ସ୍ଥାନରେ ଧାନବସ୍ତାରୁ ଗଜା ବାହାରିଥିବା ଦେଖିବାକୁ ମିଳିଛି। ବରପାଲି ବ୍ଲକ ତୁଲଣ୍ଡି ଭଳି କେତେକ ମଣ୍ଡିରେ ପଡ଼ି ରହିଥିବା ଧାନବସ୍ତାରୁ ଗଜା ବାହାରିଛି। ଏଭଳି ସ୍ଥିତିରେ ବର୍ଷା ଆସୁଥିବାରୁ ମଣ୍ଡିରେ ପଡ଼ିଥିବା ଧାନର ସୁରକ୍ଷା ନେଇ ଚାଷୀମାନଙ୍କର ଚିନ୍ତା ବଢ଼ିଛି। କେବଳ ସେତିକି ନୁହେଁ, ସେହି ଧାନକୁ କିଣାଯାଇଥିବା କୁହାଯାଉ ଥିଲେ ସୁଦ୍ଧା ଅନେକ ଚାଷୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରିଧାନର ପ୍ରାପ୍ୟ ମିଳିପାରି ନାହିଁ। ଫଳରେ ଆଗକୁ ବର୍ଷା ପ୍ରଭାବରେ କ୍ଷତିଗ୍ରସ୍ତ ହେଲେ ଏବଂ ମଣ୍ଡିରୁ ରାଇସ୍‌ ମିଲ୍‌କୁ ଧାନ ନେବାବେଳେ ମିଲର୍ସ ପୁଣି କଟନୀଛଟନୀ ଆଳ ଦେଖାଇବେ ଏବଂ ଏଥିପାଇଁ ସେମାନଙ୍କୁ ହଇରାଣ ହରକତ ହେବା ସହିତ କ୍ଷତି ସହିବାକୁ ପଡ଼ିପାରେ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଜିଲାରେ ଗତ ମେ ମାସ ୧୧ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜିଲାର ୧୮୩ ମଣ୍ଡିରେ ଧାନ କିଣାବିକା ଚାଲିଥିଲା। ଆରମ୍ଭରୁ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। ଟୋକନ ତୃଟିଠାରୁ ଆରମ୍ଭ କରି ଟାର୍ଗେଟ୍‌ ଅଭାବ, ମିଲର୍ସଙ୍କ ଇଚ୍ଛାରେ ଧାନ ଉଠାଣ ଭଳି ସମସ୍ୟାରେ ଚାଷୀମାନେ ଛନ୍ଦି ହୋଇ ପଡ଼ିଥିଲେ। ଗତମାସ ୩୦ତାରିଖରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଛି। କିନ୍ତୁ ଚାଷୀଙ୍କ ଧାନ କିଣାବିକା ସମସ୍ୟା ଅସମାହିତ ହୋଇ ରହିଛି। ଦୀର୍ଘଦିନ ଧରି ଧାନ ପଡ଼ି ରହିବା ପରେ ଶେଷ ପର୍ଯ୍ୟାୟରେ ଜିଲାର ଅନେକ ମଣ୍ଡିରେ କାଗଜ, କଲମରେ ଧାନ କିଣାଯାଇଛି। ହେଲେ ବିକ୍ରିଧାନର ପ୍ରାପ୍ୟ ଚାଷୀଙ୍କୁ ଏପର୍ଯ୍ୟନ୍ତ ମିଳିପାରି ନ ଥିବା ଅଭିଯୋଗ ହୋଇଛି।
ଜିଲାର ରେଶମ ମଣ୍ଡିରେ ପ୍ରାୟ ୨୫ହଜାର ବସ୍ତା ଧାନ ପଡ଼ି ରହିଥିବା ଚାଷୀମାନେ କହିଛନ୍ତି। ସେମାନଙ୍କ ସେହି ଧାନକୁ କିଣାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ବିକ୍ରିଧାନର ପ୍ରାପ୍ୟରାଶି ମିଳିପାରି ନାହିଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଉକ୍ତ ମଣ୍ଡିରେ ଧାନ ପକାଇଥିବା ଅମ୍ବିକା ପ୍ରଧାନ, ଅଲେଖ ଶିକା, କ୍ଷେତ୍ର ବଢ଼େଇ, ଅଶୋକ କୁମାର ଭୋଇଙ୍କ ସମେତ ଅନେକ ଚାଷୀଙ୍କ ଧାନ ଏଭଳି ଅବସ୍ଥାରେ ଏବେ ମ୍ଯଯ ପଡ଼ି ରହିଥିବା ସେମାନେ କହିଛନ୍ତି। ଗୋଟିଏ ପଟେ ସମ୍ପୃକ୍ତ ଚାଷୀମାନେ ଏପଯର୍‌ୟନ୍ତ ବିକ୍ରିଧାନର ପ୍ରା୍ଯଯ ପାଇ ପାରି ନାହାନ୍ତି, ଅ୍ଯଯପଟେ ବର୍ଷା ଲାଗି ରହିଛି। ଫଳରେ ଧାନର ସୁରକ୍ଷା ନେଇ ନିୟମିତ ସେମାନେ ମଣ୍ଡିକୁ ଆସୁଥିବା ଚାଷୀମାନେ କହିଛନ୍ତି।
ସେହିପରି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ବରଗଡ଼ ଜିଲାର ବିଭିନ୍ନ ମଣ୍ଡିରେ ଏବେ ମଧ୍ୟ କିଣା ହୋଇଥିବା ୪ଲକ୍ଷ ପକେଟ୍‌ରୁ ଅଧିକ ଧାନ ପଡ଼ି ରହିଛି। ଧାନ ସଂଗ୍ରହ ପ୍ରକ୍ରିୟାରେ ସରକାରୀ ବ୍ୟବସ୍ଥା କେତେ ଜଟିଳ ଏବଂ ନିରୁତ୍ସାହିତ, ତାହା ସହଜରେ ଅନୁମେୟ ବୋଲି ସେ କହିଛନ୍ତି। ମହାପାତ୍ର ଆହୁରି କହିଛନ୍ତି, ଜିଲାରେ ଗତବର୍ଷ ତୁଳନାରେ ୧୦ହଜାର ଚାଷୀ ଅଧିକ ଧାନ ବିକିଥିବା ସତ, କିନ୍ତୁ ପୂର୍ବଥର ଅପେକ୍ଷା କ୍ରୟଧାନ ୫ଲକ୍ଷ ୩୬ହଜାର ୬୩୨ କୁଇଣ୍ଟାଲ କମ୍‌ ରହିଛି। ଗତବର୍ଷ ୯୦ହଜାର ୬୪୩ ଚାଷୀ ୬୨ଲକ୍ଷ ୬୩ହଜାର ୯୯୪ କୁଇଣ୍ଟାଲ ଧାନ ବିକିଥିଲେ ଅର୍ଥାତ୍‌ ଚାଷୀଙ୍କ ପ୍ରତି ହାରାହାରି ୬୯କୁଇଣ୍ଟାଲ ଧାନ କିଣାଯାଇଥିଲା। କିନ୍ତୁ ଏଥର ୯୯ହଜାର ୯୯୮ ଚାଷୀଙ୍କଠାରୁ ୫୮ଲକ୍ଷ ୨୭ହଜାର ୩୬୨କୁଇଣ୍ଟାଲ ଧାନ କିଣାଯାଇଛି, ଯାହାକି ଚାଷୀଙ୍କ ପ୍ରତି ହାରାହାରି ୫୮କୁଇଣ୍ଟାଲ ସଂଗ୍ରହ ହୋଇଛି। ସେହିପରି ଟୋକନ ତୃଟି ଯୋଗୁ ଜିଲାର ୫ହଜାରରୁ ଊର୍ଦ୍ଧ୍ୱ ଚାଷୀ ସେମାନଙ୍କ ଅମଳ ଧାନ ବିକ୍ରି କରି ପାରି ନ ଥିବା ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?