ବିଧାୟକ ହେବା ପରେ ପ୍ରତି ମାସରେ କେତେ ଦରମା ପାଇବେ ପ୍ରଶାନ୍ତ କିଶୋର, ଜାଣନ୍ତୁ କେଉଁ ସବୁ ସରକାରୀ ସୁବିଧା ମିଳିବ…

ପାଟନା,୪।୮: ବଡ଼ ବଡ଼ ରାଜନୈତିକ ଦଳକୁ ନିର୍ବାଚନ ଜିତିବାର ରଣନୀତି ଦେଉଥିବା ରାଜନୈତିକ ବିଶ୍ଳେଷକରୁ ସିଧାସଳଖ ରାଜନୀତିକୁ ପ୍ରବେଶ କରିଥିବା ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଏକ ଐତିହାସିକ ବିଜୟ ହାସଲ କରିଛନ୍ତି।

ଭାଜପାର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ରାଜ୍ୟ ସଭାକୁ ଯିବା ପରେ ଖାଲି ହୋଇଥିବା ଏହି ଆସନରେ ପ୍ରଶାନ୍ତ କିଶୋର ଭାଜପା ପ୍ରାର୍ଥୀ ନୀରଜ କୁମାରଙ୍କୁ ୧୯,୩୨୪ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।

ଏହି ବଡ଼ ବିଜୟ ପରେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ବିଧାୟକ ହେବା ପରେ ପ୍ରଶାନ୍ତ କିଶୋର ପ୍ରତି ମାସରେ କେତେ ଦରମା ପାଇବେ ଏବଂ ତାଙ୍କୁ କେଉଁ କେଉଁ ସରକାରୀ ସୁବିଧା ମିଳିବ।

ବିହାରର ବିଧାୟକଙ୍କୁ ମାସକୁ କେତେ ଦରମା ମିଳେ?

ବିଧାୟକ ହେବା ପରେ ସାଧାରଣତଃ ସବୁଠାରୁ ଅଧିକ ଚର୍ଚ୍ଚା ହୁଏ ତାଙ୍କ ମାସିକ ବେତନ ଓ ସୁବିଧାକୁ ନେଇ। ବିହାରରେ ଜଣେ ବିଧାୟକଙ୍କ ମୂଳ ବେତନ (ବେସିକ ପେ) ମାସକୁ ୫୦ ହଜାର ଟଙ୍କା। ତେବେ ବିଭିନ୍ନ ଭତ୍ତା ମିଶିବା ପରେ ମୋଟ ଆୟ ଅଧିକ ବଢ଼ିଯାଏ। ୫୦ ହଜାର ଟଙ୍କାର ମୂଳ ବେତନ ସହ ୫୫ ହଜାର ଟଙ୍କା ନିର୍ବାଚନୀମଣ୍ଡଳୀ ଭତ୍ତା, ୧୫ ହଜାର ଟଙ୍କା ଷ୍ଟେସନରୀ ଭତ୍ତା ଏବଂ ୪୦ ହଜାର ଟଙ୍କା ବ୍ୟକ୍ତିଗତ ସହାୟକ (ପର୍ସନାଲ ଆସିଷ୍ଟାଣ୍ଟ) ଭତ୍ତା ମିଳିଥାଏ।

ଏହା ବ୍ୟତୀତ ବିଧାନସଭା ବୈଠକରେ ଯୋଗଦେବା ପାଇଁ ପ୍ରତିଦିନ ୩ ହଜାର ଟଙ୍କା ବୈଠକ ଭତ୍ତା ଏବଂ ମାସକୁ ୨୯ ହଜାର ଟଙ୍କା ଆତିଥ୍ୟ ଭତ୍ତା ମଧ୍ୟ ପ୍ରଦାନ କରାଯାଏ। ସବୁ ଭତ୍ତାକୁ ମିଶାଇ ଜଣେ ବିଧାୟକଙ୍କ ମାସିକ ଆୟ ସହଜରେ ୧.୫ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଏ।
ଦରମା ବ୍ୟତୀତ ବିଧାୟକମାନଙ୍କୁ ମିଳୁଥିବା ସୁବିଧା ମଧ୍ୟ କମ ନୁହେଁ। ବିହାରର ବିଧାୟକମାନଙ୍କୁ ଦେଶ ମଧ୍ୟରେ ରେଳ କିମ୍ବା ବିମାନ ଯାତ୍ରା ପାଇଁ ବାର୍ଷିକ ୪ ଲକ୍ଷ ଟଙ୍କାର ଭ୍ରମଣ ବଜେଟ ଦିଆଯାଏ। ନୂଆ ଗାଡ଼ି କିଣିବାକୁ ଚାହିଁଲେ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗାଡ଼ି ଋଣ ସହଜ ସର୍ତ୍ତରେ ମିଳିଥାଏ। ଏହାଛଡ଼ା ପ୍ରତିବର୍ଷ ଭ୍ରମଣ ପାଇଁ ଅତିରିକ୍ତ ୧ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯାଏ। ବିହାରର ରାଜଧାନୀ ପାଟନାରେ ବିଧାୟକମାନଙ୍କୁ ରହିବା ପାଇଁ ସରକାରୀ ବାସଭବନ ଯୋଗାଇ ଦିଆଯାଏ। ଏହା ସହ ବିଦ୍ୟୁତ, ପାଣି ଏବଂ ଟେଲିଫୋନ ବିଲରେ ସମ୍ପୂର୍ଣ୍ଣ ଛାଡ଼ ସୁବିଧା ମଧ୍ୟ ମିଳିଥାଏ। ସୁରକ୍ଷା ଦୃଷ୍ଟିରୁ ବିଧାୟକମାନଙ୍କ ସହ ସବୁବେଳେ ପୋଲିସ ସୁରକ୍ଷାକର୍ମୀ ନିୟୋଜିତ ରହନ୍ତି। ଅସୁସ୍ଥତା କିମ୍ବା ଚିକିତ୍ସାର ଆବଶ୍ୟକତା ହେଲେ ବିଧାୟକ ଏବଂ ତାଙ୍କ ପରିବାର ସଦସ୍ୟମାନେ ସରକାରୀ ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣା କିମ୍ବା ଅତ୍ୟନ୍ତ ରିହାତି ଦରରେ ଚିକିତ୍ସା ସୁବିଧା ପାଇବାର ଅଧିକାର ରଖନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଶାଦ୍ରବ୍ୟ କାରବାର ମାମଲାରେ ଅଭିଯୁକ୍ତ ଅଟକ, ରହିଛି ପଶ୍ଚିମବଙ୍ଗ ଲିଙ୍କ

ହାଟଡିହୀ,୮l୧୧(ଶୁଭକାନ୍ତ ନାୟକ):ନିଶାଦ୍ରବ୍ୟ କାରବାର ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପଶ୍ଚିମବଙ୍ଗ ହୁଗୁଳି ଜିଲା ଅନ୍ତର୍ଗତ ହରିପାଳ ଥାନା ପୁଲିସ ଟିମ କେନ୍ଦୁଝର ଜିଲା…

ଏଇ ଭାରତରେ

ଗୁଜରାଟରେ ସବୁଠୁ ଅଧିକ ଜଳାଭାବର ସମ୍ମୁଖୀନ ହେଉଥିବା ଆଦିବାସୀ ଅଧ୍ୟୁଷିତ ଡାଙ୍ଗ, ନର୍ମଦା ଓ ବରୁଚ ଜିଲାରେ ନୀତା ପଟେଲ ଚେକ୍‌ ଡ୍ୟାମ ଓ ଜଳାଶୟର ପୁନରୁଦ୍ଧାର…

ପ୍ରଜ୍ୱଳିତ ପ୍ରଦୀପର ମହାପାର୍ବଣ

ଦୀପାବଳି ହେଉଛି ଶୁଭରାତ୍ରି ଓ ମହାନିଶା। ଦୀପାବଳି ଶବ୍ଦର ଅନେକ ଅର୍ଥ ରହିଥିଲେ ମଧ୍ୟ ଏହାର ଅନ୍ତର୍ନିହିତ ଚିନ୍ତା ଚେତନାଟି ହେଉଛି ଅନ୍ଧକାର ଉପରେ ପ୍ରକାଶ ଏବଂ…

ପତନମୁଖୀ ସାମ୍ରାଜ୍ୟବାଦୀ ନେତୃତ୍ୱ

ବିଶ୍ୱ ନେତୃତ୍ୱ ବହନ କରିଆସିଥିବା ଆମେରିକା ଏବେ ୧୨୦ ବର୍ଷ ପରେ କଠିନ ପରୀକ୍ଷାର ସମ୍ମୁଖୀନ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ନିଜର ଅହଂକାରିତା ଓ…

ସୀମିତ ଅଧିକାର

ପଶ୍ଚିମବଙ୍ଗରେ ଭାଜପା କ୍ଷମତାକୁ ଆସିବା ପରେ ବଙ୍ଗୀୟ ଖ୍ରୀଷ୍ଟିଆନଙ୍କ ଚର୍ଚ୍ଚଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି। ଗତ ସପ୍ତାହରେ କାରୱାନ-ଇ-ମୋହବତ (ପୂର୍ବତନ ଆଇଏଏସ୍‌ ଅଧିକାରୀ ହର୍ଷ ମନ୍ଦରଙ୍କ…

ପାର୍କିଂକୁ ନେଇ ବିଜ୍‌ନେସ୍‌ ଏକ୍‌ଜିକ୍ୟୁଟିଭ୍‌ଙ୍କୁ ଗୁଳିକରି ହତ୍ୟା

ଫରିଦାବାଦ,୮ା୧୧: ପୁତୁରା ବାହାଘର ପାଇଁ ସିଙ୍ଗାପୁରରୁ ହରିୟାଣାର ଫରିଦାବାଦସ୍ଥିତ ଘରକୁ ଫେରିଥିବା ପ୍ରଯୁକ୍ତି ବିଜ୍‌ନେସ ଏକ୍‌ଜିକ୍ୟୁଟିଭ ପରମଜିତ୍‌ଙ୍କୁ ଶୁକ୍ରବାର ରାତିରେ ତାଙ୍କ ପଡ଼ୋଶୀ ଗୁଳିକରି ହତ୍ୟା କରିଛନ୍ତି।…

ପୃଥିବୀର ପ୍ରତିରକ୍ଷା ପ୍ରାଚୀର ଭେଦକଲେ ‘କିଲର ଇଲେକ୍ଟ୍ରୋନ୍‌’

ଟୋକିଓ, ୮ା୧୧ ବିଜ୍ଞାନ ଜଗତରେ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପୃଥିବୀର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ପ୍ରାକୃତିକ ବିକିରଣ ପ୍ରାଚୀର ବା ରେଡିଏଶନ ବ୍ୟାରିଅର…

୩ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୮।୧୧,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୃତୀୟ ଦିନରେ ରାଜ୍ୟର କୃଷି, ସ୍ବାସ୍ଥ୍ୟ, ବ୍ୟାଙ୍କିଙ୍ଗ୍‌ ଏବଂ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?