ବାଇବାଲି ପଞ୍ଚାୟତ ବରଗଁାକୁ ନାହିଁ ପକ୍କା ରାସ୍ତା

ଭଞ୍ଜନଗର,୧୫।୮(ଡି.ଏନ.ଏ): ଭଞ୍ଜନଗର ଅଞ୍ଚଳରେ ଆଜକୁ ପ୍ରାୟ ଏକ ସପ୍ତାହ ହେବ ମଝିରେ ମଝିରେ ଲଗାଣ ବର୍ଷା ହେଉଛି। ଏହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଲୋକେ ଘରୁ ବାହାରି ପାରୁନାହାନ୍ତି। କେତକ ସ୍ଥାନରେ ଝାଟିମାଟି ଘର ଭୁଶୁଡ଼ି ପଡ଼ିଛି । ଭଞ୍ଜନଗର ବ୍ଲକ ଗାଲେରୀର ଜନ୍ମେଜୟ ଗୌଡ଼ଙ୍କ ଚାଳ ଛପର ଘର ଏହି ଲଗାଣ ବର୍ଷାରେ ଭୁଶଡ଼ି ପଡ଼ିଛି । ବିଦ୍ୟୁତ୍‌ ସେବା ମଧ୍ୟ ପ୍ରଭାବିତ ହୋଇଛି। ବ୍ଲକର ଅନେକ ଗ୍ରାମକୁ ଏ ବେବି ପକ୍କା ରାସ୍ତା ହୋଇପାରିନାହିଁ । ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ଲୋକେ ଉକ୍ତ ମାଟି ରାସ୍ତାରେ ଯାତାୟାତ ସମୟରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବାଇବାଲି ପଞ୍ଚାୟତର ଅନେକ ଗ୍ରାମରେ ଥିବା ମାଟି ରାସ୍ତା ଗୁଡ଼ିକୁ ମଧ୍ୟ ଠିକ୍‌ ଭାବେ ମରାମତି କରାଯାଉନାହିଁ । ମୁଖ୍ୟ ସଡ଼କରୁ ବରଗାଁ ମାଟି ରାସ୍ତାଟିକୁ ବହୁଦିନ ହେବ ମରାମତି କରାଯାଇନାହିଁ । ଉକ୍ତ ଗ୍ରାମରେ ୫୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି । ବର୍ତ୍ତମାନ ବର୍ଷା ଯୋଗୁ ଲୋକେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପଞ୍ଚାୟତ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଏ ନେଇ ବରଗାଁ ଗ୍ରାମବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି। ଆଗାମୀ ଦିନରେ ଏ ନେଇ ବରଗାଁ ଗ୍ରାମବାସୀ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି । ବାଇବାଲି ପଞ୍ଚାୟତ ବ୍ଲକର ପଛୁଆ ଅଞ୍ଚଳ ଭାବେ ପରିଚିତ । ସେହିଭଳି ଭଞ୍ଜନଗର ସହରତଳି ଲାଲସିଂ ପଞ୍ଚାୟତର ଅନେକ ରାସ୍ତା ମାଟି ରାସ୍ତା ଅଛି । ମାଟି ରାସ୍ତା ଗୁଡ଼ିକ ଖାଲ ଢ଼ିପରେ ଭରି ରହିଥିବା ବେଳେ ବର୍ତ୍ତମାନ ବର୍ଷା ଯୋଗୁ ଉକ୍ତ ଖାଲ ଗୁଡ଼ିକରେ ପାଣି ଭରି ରହିଛି । ଲୋକେ ଯାତାୟାତ ସମୟରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଦୌନନ୍ଦିନ ଉକ୍ତ ମାଟି ରାସ୍ତା ଗୁଡ଼ିକରେ ଦୁର୍ଘଟଣା ମଧ୍ୟ ଘଟୁଛି। ଏ ନେଇ ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାପାଇଁ ଦାବି ହୋଇଛି। ଅପରପକ୍ଷେ ଲଗାଣ ବର୍ଷା ଯୋଗୁ ଲୋହରାଖଣ୍ଡି, ବଡ଼ନଦୀରେ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି । କିନ୍ତୁ ଉପରମୁଣ୍ଡ କନ୍ଧମାଳରେ ବର୍ଷା କମ୍‌ ଯୋଗୁ ବର୍ତ୍ତମାନ ବନ୍ୟା ପରିସ୍ଥିତି ଉପୁଜିନାହିଁ। ଆଗକୁ ଆହୁରି ଦୁଇଦିନ ବର୍ଷା ଅଛି । ତେଣୁ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଜଳସମ୍ପଦ, ରାଜସ୍ବ ସମେତ ପ୍ରମୁଖ ବିଭାଗ ପ୍ରସ୍ତୁତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନ ସଫା ବେଳେ ଭୁଶୁଡ଼ିଲା ଘର ବାରଣ୍ଡା

କଟକ ଅଫିସ,୩୦।୫: କଟକ ସହରରେ ଡ୍ରେନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଶନିବାର ସକାଳେ ଡ୍ରେନ ସଫା ବେଳେ ଏକ ଘରର ବାରଣ୍ଡା...

ଡାକ୍ତରଖାନା ଛାତରେ ଚଢ଼ି ଯୁବକଙ୍କ ଉନ୍ମତ୍ତକାଣ୍ଡ

ନବରଙ୍ଗପୁର,୧୪।୨(ବି.ପ୍ର.):ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଛାତରେ ଚଢ଼ି ଜଣେ ମାନସିକ ବିକୃତ ଯୁବକ ତଳକୁ ଡେଇଁବାକୁ ଧମକ ଦେଇଥିଲେ। ଦୀର୍ଘ ୧ ଘଣ୍ଟା ପରେ ଅଗ୍ନିଶମ...

ତାମିଲନାଡ଼ୁରୁ ଫେରିଲେ ଆଉ ୧୫୧ ପ୍ରବାସୀ

ରାୟଗଡ଼ା ଅଫିସ,୨ା୬: ତାମିଲନାଡ଼ୁର ତିରୁପୁରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍‌ ମଙ୍ଗଳବାର ମଧ୍ୟାହ୍ନରେ ରାୟଗଡ଼ାରେ ପହଞ୍ଚିଛି। ଏଥିରୁ ୧୫୧ ଶ୍ରମିକ ରାୟଗଡ଼ା ଷ୍ଟେଶନରେ...

କ୍ରାଇମ୍‌ବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ୱ ନେଲେ ଅରୁଣ ବୋଥ୍ରା

କଟକ ଅଫିସ, ୬ା୫- କ୍ରାଇମବ୍ରାଞ୍ଚ ଏଡିଜି ଭାବେ ୧୯୯୬ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟ...

ଇଜିମାଇଲ ଜମି ଉପରେ ବିଜୁ ପକ୍କାଘର ନିର୍ମାଣ ଅଭିଯୋଗ:ତ୍ରୁଟିପୂର୍ଣ୍ଣ ପଟ୍ଟା ଦେଇ ସରକାରୀ ଅର୍ଥ ହଡ଼ପ

ରସୁଲପୁର,୧୩ା୧(ଡିଏନଏ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ ବାସହୀନଙ୍କୁ ଗୃହ ଯୋଗାଇ ଦିଆଯାଉଛି। ତେବେ ଏ ନେଇ ରହିଥିବା...

ମହିଳାଙ୍କୁ ଯୌତୁକ ନିର୍ଯାତନା: ବନ୍ଧା ହେଲେ ଶାଶୁ-ଶ୍ୱଶୂର, ଦେଢଶୂର

ବଡବିଲ, ୨୯।୧: କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ଜନିତ ନିର୍ଯାତନା ଓ ତଣ୍ଟି ଚିପି ହତ୍ୟା ଉଦ୍ୟମ...

ସନ୍ଦେହ ଘେରରେ ନାବାଳିକାଙ୍କ ମୃତ୍ୟୁ, ୫ ଦିନ ପରେ ଥାନାର ଦ୍ୱାରସ୍ଥ ହେଲେ ଦୁଇ ଗୋଷ୍ଠୀ

କୋରୁକୋଣ୍ଡା,୩ା୫(ଡି.ଏନ୍‌.ଏ.): ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ୫ ଦିନ ପରେ ଦୁଇ ଗୋଷ୍ଠୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି...

ମିଳିଲା ଜାମିନ, ହେଲେ ଜେଲ୍‌ରେ ମୁକୁଳି ପାରିବେନି

କଟକ ଅଫିସ,୧୮।୧୨ : ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ସହିତ ଅନ୍ୟ ଦୁଇଟି ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି...

Advertisement
Archives

Model This Week