ବିପଦ ସଙ୍କେତ ଉପରେ ବଂଶଧାରା, ବନ୍ୟା ଆଶଙ୍କା

ପାରଳାଖେମୁଣ୍ଡି/ଆର. ଉଦୟଗିରି/କାଶୀନଗର, ୧୫ା୮(ଡି.ଏନ୍‌.ଏ): ଗଜପତି ଜିଲା କାଶୀନାଗରଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀ ଜଳ। ରବିବାର ରାତି ୯ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୫୪.୯୧ ମି.ରେ ପହଞ୍ଚତ୍ଛି। ଏଠାରେ ବିପଦ ସଂକେତ ୫୫.୭୫ମି. ଥିବାବେଳେ ଉପର ମୁଣ୍ଡରେ ବର୍ଷାର ପରିମାଣ ଅଧିକ ହେଲେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଜଳସ୍ତରକୁ ନଜରରେ ରଖି ଗୋଟା ବ୍ୟାରେଜର ସମସ୍ତ ୨୨ଟି ଗେଟ ଖୋଲାଯାଇଛି। ଯଦି ବର୍ଷାର ପରିମାଣ ବୃଦ୍ଧିପାଏ କିମ୍ବା ଉପରେ ମୁଣ୍ଡରେ ବର୍ଷା ଲାଗିରହେ ତା’ହେଲେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ୧୧ ପଞ୍ଚାୟତ ଓ ରାୟଗଡ଼ା ଜିଲାର ଗୁଣୁପୁର ସବ୍‌ଡିଭିଜନ ପ୍ରଭାବିତ ହେବା ଆଶଙ୍କା ରହିଛି । ତଳି ଅଞ୍ଚଳରେ ଏନେଇ ଜିଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ସମସ୍ତ ବ୍ଲକରେ ତହସିଲଦାର ଓ ବିଡିଓମାନଙ୍କୁ ସଜାଗ କରାଯାଇଛି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲାଯାଇଛି। ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ସଜାଗ ରହିଛି ବୋଲି କହିଛନ୍ତି ଅତିରିକ୍ତ ଜିଲାପାଳ ସଂଗ୍ରାମ ଶେଖର ପଣ୍ଡା। ପାରଳାଖେମୁଣ୍ଡି ସହର ସମେତ ଆର.ଉଦୟଗିରି, ରାୟଗଡ, ମୋହନା, ନୂଆଗଡ, ଗୋଷାଣୀ, କାଶୀନଗର ଓ ଗୁମ୍ମା ବ୍ଲକ ଅଞ୍ଚଳରେ ବର୍ଷା ଲାଗିରହିଛି। ଜିଲାରେ ରବିବାର ମୋଟ ୪୧୦.୮୦ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ହାରାହାରି ୫୧.୩୫ମିମି ବର୍ଷା ହୋଇଥିବା ଜିଲା ଜରୁରିକାଳୀନ ବିଭାଗ ପକ୍ଷରୁ ଜଣାଯାଇଛି । କାଶୀନଗର ବ୍ଲକରେ ୨୦ ମିମି, ପାରଳାଖେମୁଣ୍ଡି ସହରରେ ୨୨ ମିମି, ରାୟଗଡ ବ୍ଲକରେ ୫୮ମିମି, ଗୁମ୍ମା ବ୍ଲକରେ ୫୩ ମିମି, ନୂଆଗଡ ବ୍ଲକରେ ୭୦.୨୦ମିମି, ଆର୍‌.ଉଦୟଗିରି ବ୍ଲକରେ ୧୦୪ ମିମି, ମୋହନା ବ୍ଲକରେ ୩୯.୬ମିମି, ଗୋଷାଣୀ ବ୍ଲକରେ ୪୪ ମିମି ଏପରି ଭାବେ ମୋଟ ୪୧୦.୮୦ମିମି ବର୍ଷା ହୋଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ (BRICS) ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ; ଆୟୋଜକ ଭାରତ ସମ୍ମୁଖରେ କ’ଣ ରହିଛି ଆହ୍ବାନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରୁଷିଆ ଏବଂ ଇରାନ ଶୁକ୍ରବାର, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପର ସମାଲୋଚନା କରିଛନ୍ତି। ସେମାନେ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ ପର୍ଯ୍ୟଟକ ଛାନିଆ

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?