Posted inଖେଳ

କୋହଲିଙ୍କ ସହ ତୁଳନାକୁ ବାବରଙ୍କ ନାପସନ୍ଦ

କରାଚୀ,୩।୭(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଳିଙ୍କ ସହ ତାଙ୍କୁ ତୁଳନା କରାଯାଉଥିବାରୁ ପାକିସ୍ତାନ ସୀମିତ ଓଭର ଅଧିନାୟକ ବାବର ଆଜମ ନାପସନ୍ଦ କରିଛନ୍ତି। କୋହଲିଙ୍କ ସହ ମୋତେ ବାରମ୍ବାର ତୁଳନା କରାଯାଉଛି। ଏ ନେଇ ବାବର ଆପତ୍ତି ଉଠାଇଛନ୍ତି। ବରଂ ନିଜ ଦେଶର ପୂର୍ବତନ ବ୍ୟାଟ୍ସମ୍ୟାନଙ୍କ ସହ ତୁଳନା କଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।
କୋହଲିଙ୍କଠାରୁ ବାବର ୬ ବର୍ଷ ଛୋଟ। ୩ଟି ଯାକ ଫର୍ମାଟ୍‌ରେ କୋହଲିଙ୍କ ସହ ସମକକ୍ଷ ହେବାକୁ ତାଙ୍କୁ ଆହୁରି ବହୁତ ବାଟ ଯିବାକୁ ଅଛି। କୋହଲି ଏପର୍ଯ୍ୟନ୍ତ ୩ଟି ଫର୍ମାଟରେ ୭୦ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି ୫୦ରୁ ଊର୍ଦ୍ଧ୍ୱ ରନ୍‌ ହାରରେ। କୋହଲିଙ୍କ ବଦଳରେ ଯଦି ମୋତେ ଜାଭେଦ୍‌ ମିଆଁଦାଦ, ମହମ୍ମଦ ୟୁସୁଫ କିମ୍ବା ୟୁନିସ୍‌ ଖାନଙ୍କ ସହ ତୁଳନା କରାଯାଆନ୍ତା ତା’ହେଲେ ଅଧିକ ଖୁସୀ ହୁଅନ୍ତି ବୋଲି ୨୫ ବର୍ଷୀୟ ବାବର କହିଛନ୍ତି। ମୋତେ କୋହଲି କିମ୍ବା ଭାରତୀୟ ଖେଳାଳିଙ୍କ ସହ କାହିଁକି ତୁଳନା କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ବାବର ଏବେ ପାକିସ୍ତାନ ଦଳ ସହ ଇଂଲଣ୍ଡରେ ଅଛନ୍ତି। ବାବର ଏବେ ୧୬ଟି ଅନ୍ତର୍ଜାତୀୟ ଶତକ ଅର୍ଜନ କରିଛନ୍ତି। ସେ ଦିନିକିଆ ଓ ଟି୨୦ରେ ୫୦ରୁ ଊର୍ଦ୍ଧରନ ହାରରେ ରନ ସଂଗଅହ କରିଛନ୍ତି। ତେବେ ଟେଷ୍ଟ ଫର୍ମାଟ୍‌ରେ ସେ ୪୫.୧୨ ରନ ହାରରେ ୧୮୫୦ ରନ ସଂଗ୍ରହ କରିଛନ୍ତି। ଆଗାମୀ ସିରିଜରେ ସେ କୌଣସି ଇଂଲଣ୍ଡ ବୋଲରଙ୍କୁ ଟାର୍ଗେଟ କରିନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ଇଂଲଣ୍ଡର ବୋଲିଂ ଉଚ୍ଚକୋଟୀର। ଘରୋଇ ପରିବେଶ ଇଂଲଣ୍ଡ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଏହି ସିରିଜରେ ଆମ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିଛି ଓ ରନ୍‌ ସଂଗ୍ରହ କରିବାକୁ ଚାହୁଛି। ସ୍ବାଭାବିକ୍‌ ଭାବେ ଖେଳିବା ଉପରେ ଧ୍ୟାନ ଦେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ପଞ୍ଜାବ କିଙ୍ଗ୍ସକୁ ଲାଗିଲା ୪୪୦ ଭୋଲର୍ଟ ଝଟକା: ଟିମ୍‌ ଛାଡ଼ିଦେଲେ…

ନୂଆଦିଲ୍ଲୀ,୮।୧୧: ଆଇପିଏଲ୍‌ର ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ୪୪୦ ଭୋଲର୍ଟ ଝଟକା ଲାଗିଛି। ଦଳର କୋଚିଂ ଷ୍ଟାଫ୍‌ରୁ ଆଉ ଦୁଇଜଣ ସଦସ୍ୟ ବିଦାୟ ନେଇଛନ୍ତି। ରିପୋର୍ଟ…

”ବୋହୂ ପେନଶନରେ ଶାଶୂଙ୍କ ଅଧିକାର ନାହିଁ”: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୮।୧୦: ୮୩ ବର୍ଷୀୟା ଜଣେ ବୃଦ୍ଧା ମହିଳାଙ୍କୁ ନିଜ ସ୍ୱର୍ଗତ ପୁଅର ସ୍ତ୍ରୀ ଅର୍ଥାତ ନିଜ ବିଧବା ବୋହୂଠାରୁ ପେନସନର ଅଂଶ ମାଗିବା ମହଙ୍ଗା ପଡ଼ିଲା। ତାଙ୍କ…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?