ଅଧିକ ଯୌତୁକ ଦାବି କରି ହତ୍ୟା ଉଦ୍ୟମ: ଥାନାରେ ପହଞ୍ଚିଲେ ମହିଳା

ବ୍ରହ୍ମପୁର ଅଫିସ,୨୮।୮: ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସହ ଶ୍ୱଶୁର ଘର ଲୋକେ ଯୌତୁକ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିଥିଲେ। ଏନେଇ ଗୀତାଞ୍ଜଳି ପଣ୍ଡା ମହିଳା ଥାନାରେ ଏକ ଅଭିଯୋଗ କରିଛନ୍ତି। ପୋଲିସ ଏସଂକ୍ରାନ୍ତରେ ଏକ ମାମଲା(ନଂ.୧୫୬/୨୨) ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି।

ଅଭିଯୋଗ ମୁତାବକ, ୨୦୧୬ ମେ ୧୯ରେ ଶେରଗଡ଼ ଥାନା ଅଧୀନ ପରମାନନ୍ଦପୁର ଗ୍ରାମର ସଞ୍ଜୟ କୁମାର ପଣ୍ଡା ଉକ୍ତ ଗ୍ରାମର ଗୀତାଞ୍ଜଳି ପଣ୍ଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ସେତିକିବେଳେ ବାପ ଘର ଲୋକେ ଯୌତୁକ ବାବଦକୁ ସୁନା ଗହଣା, ଟଙ୍କା ସହ ଘରକରଣା ସାମଗ୍ରୀ ଦେଇଥିଲେ। ବିବାହର କିଛି ମାସ ପରେ ଗୀତାଞ୍ଜଳିଙ୍କୁ ସ୍ବାମୀ ସଞ୍ଜୟଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଅଧିକ ଯୌତୁକ ଦାବି କରିଥିଲେ। ଗୀତାଞ୍ଜଳୀ ଏନେଇ ତାଙ୍କ ବାପାଙ୍କୁ ଜଣାଇଥିଲେ। ହେଲେ ବାପାଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ଦାବି କରୁଥିବା ଯୌତୁକ ଦେଇ ପାରି ନ ଥିଲେ। ଫଳରେ ଗୀତାଞ୍ଜଳିଙ୍କୁ ଶଶୁର ଘରେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ପରେ ସଞ୍ଜୟ ତାଙ୍କ ସ୍ତ୍ରୀ’ଙ୍କୁ ନେଇ ସୁରାଟ ପଳାଇଥିଲେ। ସେଠାରେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା। ଏହାକୁ ନେଇ ସେଠାରେ ଗୀତାଞ୍ଜଳିଙ୍କୁ ତାଙ୍କ ସ୍ବାମୀ ଓ ଦିଅର ନିର୍ଯାତନା ଦେଇଥିଲେ। ଏପରିକି ଗୀତାଞ୍ଜଳିଙ୍କୁ ତାଙ୍କ ଦିଅର ହତ୍ୟା ଉଦ୍ୟମ କରିଥିଲେ। ସେଠାରୁ ସେ କୌଶଳ କ୍ରମେ ଖସି ଆସି ବାପ ଘରେ ପହଞ୍ଚିଥିଲେ। ଏନେଇ ଶନିବାର ଗୀତାଞ୍ଜଳି ଥାନାରେ ଅଭିଯୋଗ କରିଥିଲେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭତା, ଆବାସ ଯୋଜନାରୁ ବଁଚିତ୍‌ ଉର୍ବଶୀ

ଲାଠୋର, ୨୦ା୬ (ଡି.ଏନ୍‌.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଇନ୍ଦିରା ଗାନ୍ଧୀ, ମଧୁବାବୁ ପେନସନ ଯୋଜନାରେ ବୁଢ଼ାବୁଢ଼ି, ବିଧବା, ଛାର୍‌ରି, ଦିବ୍ୟାଙ୍ଗମାନକୁ ଭତା ଯୁଗେଇ ଦେଉଛନ୍‌।...

୪ ନୂଆ ୱାର୍ଡ ଗଠନ ପାଇଁ ଯୋଜନା

ପୁରୀ ଅଫିସ,୨୭ ।୧୦:ପୁରୀ ପୌରାଞ୍ଚଳକୁ ୩୬ଟି ୱାର୍ଡ କରାଯାଇପାରେ। ଏନେଇ ଯୋଜନା ଚାଲିଛି। ସମ୍ପ୍ରତି ପୁରୀ ସହରରେ ୩୨ଟି ୱାର୍ଡ ରହିଛି। ତେବେ ୪ଟି ୱାର୍ଡକୁ...

‘ଜଙ୍ଗଲରୁ ଆଦିବାସୀଙ୍କୁ ତଡ଼ିବାକୁ ଷଡ଼ଯନ୍ତ୍ର ଚାଲିଛି’

ବ୍ରହ୍ମପୁର ଅଫିସ୍‌, ୧୨ା୯-ଦେଶର ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଆଦିବାସୀ ଓ ବନଜୀବୀଙ୍କୁ ଜଙ୍ଗଲ ଜମିରୁ ଉଚ୍ଛେଦର ଉଦ୍ୟମ ତଥା ଭାରତୀୟ ଜଙ୍ଗଲ ଆଇନ -୧୯୨୭ରେ ପ୍ରସ୍ତାବିତ...

ବିଦ୍ୟୁତ୍‌ ସଂଯୋଗ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଜନପ୍ରତିନିଧି

କେନ୍ଦୁଝର,୨୯।୨ (ସ୍ବ.ପ୍ର.)- ଝୁମ୍ପୁରା ବ୍ଲକ୍‌ ଅନ୍ତର୍ଗତ ବସନ୍ତପୁର ଠାରେ ଏକ କମ୍ପାନୀ ବେସରକାରୀ ଜମିରେ ଜୋରଜବରଦସ୍ତ ଖୁଣ୍ଟ ପକାଇଥିବା ଓ ସଂରକ୍ଷିତ ଜଙ୍ଗଲ ଉପରେ ୩୩କେଭି...

ଘରୋଇ କଳହରୁ ମା’ଙ୍କୁ ପିଟି ମାରିଲା ପୁଅ

ଧାମନଗର,୧।୬(ଡି.ଏନ.ଏ.)- ଘରୋଇ କଳହକୁ କେନ୍ଦ୍ର କରି ମା’ଙ୍କୁ ପିଟି ପିଟି ହତ୍ୟା କରି ପୁଅ ବିଲରେ ଫିଙ୍ଗିଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଭଦ୍ରକ ଜିଲା...

ବଢ଼ିଚାଲିଛି ପଲିଥିନ ବ୍ୟବହାର

ଚମ୍ପୁଆ,୨୭।୨ (ଡି.ଏନ.ଏ.): କେନ୍ଦୁଝର ଜିଲାର ଚମ୍ପୁଆ ଏନ୍‌ଏସି ଏକ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଦିନକୁଦିନ ସରକାରଙ୍କ ପକ୍ଷରୁ ନିଷେଧ କରାଯାଇଥିବା ପଲିଥିନର ବ୍ୟବହାର ବୃଦ୍ଧି...

ଖାଦ୍ୟ, ମାସ୍କ ବଣ୍ଟନ

ଖଇରା,୩୦।୪(ଡି.ଏନ.ଏ.)-ଫାଉଣ୍ଡେଶନ ଟ୍ରଷ୍ଟ ଓ ଆର୍ଯ୍ୟାନ ସଙ୍ଗଠନ ତରଫରୁ ବୁଧବାର ଖଇରା ବ୍ଲକର ଡଗରପଡା ପଞ୍ଚାୟତରେ ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି। ଟ୍ରଷ୍ଟ ଅଧ୍ୟକ୍ଷ ମହମ୍ମଦ...

କାଜୁ ତୋଳିବାକୁ ଆସି ଯୁବକଙ୍କ ଜୀବନ ଗଲା

ପାଟଣା,୨୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସିଲିପଦା ଗ୍ରାମର ଅଭିମନ୍ୟୁ ପାତ୍ର ନାମକ ଜଣେ ବ୍ୟକ୍ତି ଗାଁରେ ଥିବା ନିଜ କାଜୁ ପଡିଆକୁ ଗୁରୁବାର କାଜୁ...

Advertisement
Archives

Model This Week