Posted inଖେଳ

ହୃଦ୍‌ଘାତରେ ମାରାଡୋନାଙ୍କ ପରଲୋକ

ବୁଏନ୍ସ ଆୟାର୍ସ, ୨୬।୧୧: ଏକ ଦୁଃଖଦ ଘଟଣା କ୍ରମରେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା ମାତ୍ର ୬୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ବୁଧବାର ହୃଦ୍‌ଘାତ କାରଣରୁ ତାଙ୍କର ଦେହାନ୍ତ ହୋଇଛି। ପୂର୍ବରୁ ବୁଏନ୍ସ ଆୟାର୍ସରେ ଗତ ନଭେମ୍ବରରେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା କାରଣରୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ଓ ଏହା ସଫଳ ହୋଇଥିଲା। ଫଳରେ ତାଙ୍କୁ ଘରକୁ ଯିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିଥିଲେ। ଜଣେ ସର୍ବକାଳୀନ ଶ୍ରେଷ୍ଠ ଫୁଟବଲର ରୂପେ ପରିଗଣିତ ହେଉଥିବା ମାରାଡୋନାଙ୍କ ଦେହାନ୍ତରେ ସାରା ବିଶ୍ୱ କ୍ରୀଡ଼ାଜଗତରେ ଶୋକର ଛାୟା ଖେଳିଯାଇଛି। ମାରାଡୋନାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ମେକ୍ସିକୋରେ ଅନୁଷ୍ଠିତ ୧୯୮୬ ଫିଫା ବିଶ୍ୱକପ୍‌ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଏକାଧିକ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସେ ବିଶ୍ୱ ଫୁଟବଲ ପ୍ରେମୀଙ୍କ ନିକଟରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ।
ଜଣେ ଆକ୍ରମଣାତ୍ମକ ମିଡ୍‌ଫିଲ୍ଡର ଭାବେ ପ୍ରସିଦ୍ଧି ଲାଭ କରିଥିବା ମାରାଡୋନା ଫୁଟବଲରୁ ଅବସର ନେବା ପରେ କୋଚିଂରେ ମନବଳାଇଥିଲେ। ୧୯୯୭ରେ ଅବସର ନେବା ପରେ ସେ ଆର୍ଜେଣ୍ଟିନା ଦଳର କୋଚ୍‌ ରୂପେ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ସେ ମଧ୍ୟ ଏକାଧିକ ଶୀର୍ଷସ୍ତରୀୟ କ୍ଲବର ମ୍ୟାନେଜର ରୂପେ କାର୍ଯ୍ୟ କରିଛନ୍ତି। ସେ ଜଣାଶୁଣା ଫୁଟବଲ କ୍ଲବ ବାର୍ସିଲୋନା ଓ ନାପୋଲି ପାଇଁ ଖେଳି ବେଶ୍‌ ସଫଳତା ହାସଲ କରିଥିଲେ। ୧୯୮୭ ଓ ୧୯୯୦ରେ ସେ ଦୁଇଟି ସିରି ଏ’ ଟାଇଟଲ ଜିତିଥିଲେ। ସେ ମଧ୍ୟ ୧୯୮୭ରେ ଇଟାଲିଆନ କପ୍‌ ଓ ୧୯୯୧ରେ ୟୁଇଏଫ୍‌ଏ କପ୍‌ ହାସଲ କରିଥିଲେ। ରୁଷିଆରେ ଅନୁଷ୍ଠିତ ଗତ ବିଶ୍ୱକପ୍‌ରେ ସେ ଅସୁସ୍ଥ ହୋଇ ପଡିଥିଲେ। ଏକାଧିକ ବିବାଦ ପାଇଁ ଚର୍ଚ୍ଚିତ ରହିଆସିଥିବା ମାରାଡୋନା ନିଜର ନିଆରା ଜୀବନଶୈଳୀ ପାଇଁ ବେଶ୍‌ ଚର୍ଚ୍ଚିତ ଥିଲେ। କୋକେନ ସେବନ କାରଣରୁ ୨୦୦୦ରେ ସେ ସାଂଘାତିକ ଭାବେ ସ୍ବାସ୍ଥ୍ୟ ସଙ୍କଟରେ ପଡିଥିଲେ। ବେଶ୍‌ ଦୀର୍ଘ କେତେବର୍ଷ ଧରି ସେ ରିହାବିଲିଟେଶନରେ ମଧ୍ୟ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

୭ବର୍ଷ ପରେ ଏକାଠି ହେଲେ ଦୁଇ ତାରକା

ମୁମ୍ବାଇ,୭।୬: ପୁଣି ଚର୍ଚ୍ଚାରେ ବଲିଉଡର ‘ଧକ-ଧକ ଗାର୍ଲ’ ମାଧୁରୀ ଦୀକ୍ଷିତ। ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ‘ମା-ବେହନ’ OTTରେ ରିଲିଜ ହୋଇଛି। ରିଲିଜ ଉପଲକ୍ଷେ ଶନିବାର ରାତିରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri