ମାଟିତଳୁ ମିଳିଲା ବଙ୍କର ହିଲ୍‌ ଯୁଦ୍ଧ ସମୟର ଦୁର୍ଗ, ଗୁଳି

ବୋଷ୍ଟନ, ୧୮ା୬ (ଏ.ପି.): ଆମେରିକାର ସ୍ୱାଧୀନତା ସଂଗ୍ରାମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣାଙ୍ଗନ ଭାବେ ପରିଚିତ ‘ବଙ୍କର ହିଲ୍‌’ର ମାଟି ତଳୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ୧୭୭୫ ମସିହା ଯୁଦ୍ଧର ଅନେକ ପ୍ରମାଣ ଉଦ୍ଧାର କରିଛନ୍ତି। ବୋଷ୍ଟନର ପ୍ରସିଦ୍ଧ ‘ବଙ୍କର ହିଲ୍‌ ମନୁମେଣ୍ଟ’ ପାର୍କ ପରିସରରେ କରାଯାଇଥିବା ଏକ ଖନନରୁ ସେହି ସମୟର ମସ୍କେଟ୍‌ ବଲ୍‌ (ଏକ ପ୍ରକାର ପୁରୁଣା ବନ୍ଧୁକ ଗୁଳି) ଏବଂ ବିପ୍ଳବୀମାନଙ୍କ ଦ୍ୱାରା ନିର୍ମିିତ ଏକ ପ୍ରାଚୀନ ମାଟି ଦୁର୍ଗ ବା ସମର ଖାତର ସନ୍ଧାନ ମିଳିଛି। ଶତାବ୍ଦୀ ପୁରୁଣା ଏକ ମାନଚିତ୍ର ଏବଂ ଗ୍ରାଉଣ୍ଡ-ପେନେଟ୍ରେଟିଂ ରାଡାର ସହାୟତାରେ ଏହି ଗୁପ୍ତ ସ୍ଥାନ ଚିହ୍ନଟ କରାଯାଇଛି।
ବୋଷ୍ଟନ ସହରର ମୁଖ୍ୟ ପ୍ରତ୍ନତତ୍ତ୍ୱବିତ୍‌ ଜୋ ବ୍ୟାଗ୍‌ଲେଙ୍କ ନେତୃତ୍ୱରେ ଚାଲିଥିବା ଏହି ଅଭିଯାନରେ ପ୍ରଥମ ଖନନରେ ହିଁ ଜୁନ ୧୭, ୧୭୭୫ ମସିହାରେ ବ୍ରିଟିଶ ସେନାକୁ ରୋକିବା ପାଇଁ ଆମେରିକୀୟ ଦେଶପ୍ରେମୀମାନଙ୍କ ଦ୍ୱାରା ରାତାରାତି ନିର୍ମିିତ ଏକ ବିଶାଳ ସମର ଖାତ ବା ଡିଚ୍‌ର ସନ୍ଧାନ ମିଳିଛି। ବ୍ୟାଗ୍‌ଲେ କହିଛନ୍ତି, ବିଶ୍ୱାସ ହେଉନାହିଁ ଯେ ଆଜି ଆମେ ଠିକ୍‌ ସେହି ସମର ଖାତ ଉପରେ ଛିଡ଼ା ହୋଇଛୁ, ଯେଉଁଠାରେ ୨୫୦ ବର୍ଷ ପୂର୍ୱେ ସଂଗ୍ରାମୀମାନେ ଯୁଦ୍ଧ ଲଢ଼ୁଥିଲେ। ଏହି ଖନନ ସମୟରେ ଯୁଦ୍ଧରେ ବ୍ୟବହୃତ ୮ଟି ମସ୍କେଟ୍‌ ଗୁଳି ଏବଂ ବନ୍ଧୁକର କେତେକ ଅଂଶ ଉଦ୍ଧାର କରାଯାଇଛି। ଏହା ସହିତ ଯୁଦ୍ଧ ପରେ ସେହି ଅଞ୍ଚଳକୁ କବ୍‌ଜା କରିଥିବା ବ୍ରିଟିଶ ସେନାର ଅଧିକାରୀମାନଙ୍କ ଦ୍ୱାରା ବ୍ୟବହୃତ ଚା’ କପ, ତମାଖୁ ପାଇପ୍‌, ଜାକେଟ୍‌ ବୋତାମ ଏବଂ ସେହି ସମୟର ପ୍ରଚଳିତ କୃତ୍ରିମ କେଶ ବା ୱିଗ୍‌ ସଜାଉଥିବା ରୋଲର୍‌ ମଧ୍ୟ ମିଳିଛି। ରଣକ୍ଷେତ୍ରର ବିଶେଷଜ୍ଞ ଜୋଏଲ ବୋହିଙ୍କ ଅନୁଯାୟୀ, ମାଟି ତଳୁ ଇଂରାଜୀ ଏବଂ ଫ୍ରେଞ୍ଚ ଉଭୟ ପ୍ରକାର ‘ଗନ୍‌ ଫ୍ଲିଣ୍ଟ’ (ବନ୍ଧୁକରେ ନିଆଁ ସ୍ପାର୍କ କରୁଥିବା ପଥର) ମିଳିଛି, ଯାହା ସେହି ସମୟର ରଣକୌଶଳର ଜୀବନ୍ତ କାହାଣୀ କହୁଛି। ମିଳିଥିବା ମସ୍କେଟ୍‌ ବଲ୍‌ଗୁଡ଼ିକର ଆକାରରୁ ଜଣାପଡ଼ୁଛି ଯେ, ସେଗୁଡ଼ିକ ବନ୍ଧୁକରୁ ଗୁଳିଫୁଟା ଯାଇଥିଲା, ମାତ୍ର କାହା ଦେହରେ ବାଜି ନ ଥିଲା। ଯଦି ବାଜିଥାନ୍ତା, ତେବେ ସୀସାରେ ତିଆରି ଏହି ଗୋଲାକାର ଗୁଳିଗୁଡ଼ିକର ଆକାର ବିକୃତ ହୋଇଯାଇଥାନ୍ତା। ଇତିହାସ ଅନୁଯାୟୀ, ବିଦ୍ରୋହୀମାନେ ବ୍ରିଟିଶ ସେନାର ଆକ୍ରମଣକୁ ରୋକିବା ପାଇଁ ‘ବଙ୍କର ହିଲ୍‌’ ଉପରେ ଦୁର୍ଗ ନିର୍ମାଣ କରିବାକୁ ଯୋଜନା କରିଥିଲେ। ମାତ୍ର କେଉଁ ଅଜ୍ଞାତ କାରଣରୁ ସେମାନେ ତଳକୁ ଥିବା ଏକ ଦୁର୍ୱଳ ପାହାଡ଼ିଆ ଅଞ୍ଚଳ ବ୍ରିଡ୍ସ ହିଲ୍‌ ଉପରେ ପୋଜିସନ ନେଇଥିଲେ ଏବଂ ସେଠାରେ ହିଁ ମୁଖ୍ୟ ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ପ୍ରାୟ ୧,୦୦୦ରୁ ଅଧିକ ବ୍ରିଟିଶ ସୈନ୍ୟ ମୃତାହତ ହୋଇଥିଲେ। ଯଦିଓ ଆମେରିକୀୟ ବିପ୍ଳବୀମାନେ ପଛକୁ ହଟିଥିଲେ, ତଥାପି ଏହି ଯୁଦ୍ଧ ସାରା ଆମେରିକାକୁ ବ୍ରିଟିଶ ଶାସନ ବିରୋଧରେ ଏକାଠି କରିବାରେ ବିଜୟ ସଦୃଶ କାମ କରିଥିଲା। ୧୭୭୫ ମସିହାର ସେହି ଐତିହାସିକ ଦୁର୍ଗର କୌଣସି ଭୌତିକ ଅଂଶ ବାହାରକୁ ଦେଖାଯାଉ ନଥିବା ବେଳେ ପ୍ରତ୍ନତତ୍ତ୍ୱ ବିଭାଗର ଏହି ନୂତନ ଖନନ ଇତିହାସ ପାଠକ ଓ ପର୍ଯ୍ୟଟକମାନଙ୍କ ପାଇଁ ଅଧିକ ପ୍ରାମାଣିକ ଏବଂ ଜୀବନ୍ତ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?