Posted inଜାତୀୟ

‘ପେଗାସସ୍’ ଭଳି ସାଇବର ଆକ୍ରମଣ ପାଇଁ ଭାରତ ସମେତ ୯୧ ଟି ଦେଶରେ ୟୁଜରଙ୍କୁ ଚେତାବନୀ ଦେଲା ଆପଲ

ନୂଆଦିଲ୍ଲୀ,୧୧।୪: ଆଇଫୋନ୍ ନିର୍ମାତା ଆପଲ୍ ଭାରତ ସମେତ ଅନ୍ୟ ୯୧ ଟି ଦେଶର ଉପଭୋକ୍ତାଙ୍କୁ ଏକ ନୂତନ ବିଜ୍ଞପ୍ତି ଜାରି କରି ପେଗାସସ୍ ମାଲୱେୟାର ସମେତ ‘ମର୍ସିନାରୀ ସ୍ପାଏୱେୟାର’ ସାଇବର ଆକ୍ରମଣ ବିଷୟରେ ଚେତାବନୀ ଦେଇଛି। ଯାହା ପୁଣିଥରେ ଏକ ବଡ଼ ବିବାଦ ସୃଷ୍ଟି କରିଛି।

ଏହି ନୂତନ ଚେତାବନୀ, ଭାରତରେ ଉପଭୋକ୍ତାମାନେ ମଧ୍ୟ ପାଇଛନ୍ତି। ସେମାନଙ୍କର ଗୋପନୀୟତା ଏବଂ ତଥ୍ୟ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦ ବିଷୟରେ ୟୁଜର୍ମାନଙ୍କୁ ଚେତାବନୀ ଦେବାର ଏକ ଅଂଶ।

ଅକ୍ଟୋବର ୨୦୨୩ ରେ, ଆପଲ୍ କଂଗ୍ରେସର ଶଶି ଥରୁର, ଆମ୍ ଆଦମୀ ପାର୍ଟିର ରାଘବ ଚଡ୍ଡା ଏବଂ ତୃଣମୂଳ କଂଗ୍ରେସର ମହୁଆ ମୋଇତ୍ରାଙ୍କ ସମେତ ଦେଶର ବିଭିନ୍ନ ଦଳର ରାଜନୈତିକ ନେତାମାନଙ୍କୁ ସମାନ ବିଜ୍ଞପ୍ତି ପଠାଇଥିଲା। ସେମାନଙ୍କୁ ଟାର୍ଗେଟ କରି ଏକ “ସମ୍ଭାବ୍ୟ ରାଜ୍ୟ ପ୍ରାୟୋଜିତ ଗୁପ୍ତଚର ଆକ୍ରମଣ” ବିଷୟରେ ଚେତାବନୀ ଦିଆଯାଇଥିଲା।

୨୦୨୧ ମସିହାରେ ସୁପ୍ରିମକୋର୍ଟ ବୈଷୟିକ ବିଶେଷଜ୍ଞଙ୍କ ଏକ କମିଟି ଗଠନ କରି ଇସ୍ରାଏଲ୍ ଫାର୍ମ ଏନଏସଓ ଗ୍ରୁପ୍ ଦ୍ୱାରା ବିକଶିତ ପେଗାସସ୍ ସଫ୍ଟୱେର୍ ବ୍ୟବହାର କରି ଅନଧିକୃତ ନୀରିକ୍ଷଣ ଅଭିଯୋଗର ଯାଞ୍ଚ କରିଥିଲେ।

ଅଗଷ୍ଟ ୨୦୨୨ ରେ, ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ସିଦ୍ଧାନ୍ତ ନେଇଥିଲା ଯେ ଯାଞ୍ଚ କରାଯାଇଥିବା ୨୯ ଟି ମୋବାଇଲ୍ ଫୋନରେ ସ୍ପାଏୱେୟାର ମିଳିନଥିଲା, କିନ୍ତୁ ପାଞ୍ଚଟି ମୋବାଇଲ୍ ଫୋନରେ ମାଲୱେୟାର ମିଳିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହେବା ପରେ ସମାଲୋଚକମାନଙ୍କୁ କଡ଼ା ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୨।୬: ଶ୍ରୀଲଙ୍କା ଏ’କୁ ପରାସ୍ତ କରିବା ପରେ ‘ପ୍ଲେୟାର ଅଫ ଦି ମ୍ୟାଚ’ ବିବେଚିତ ବୈଭବ ସୂର୍ଯ୍ୟବଂଶୀ କହିଛନ୍ତି ଯେ ସେ ପ୍ରଥମ ୧୦ ଓଭରର ଫାଇଦା…

ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ କତାର ଗ୍ୟାସ ଟର୍ମିନାଲରେ ବଡ଼ ବିସ୍ଫୋରଣ; ୫୪ ଜଣ ଆହତ, ୧୮ ନିଖୋଜ

ଦୋହା,୨୨।୬: ରବିବାର ରାତିରେ (ଜୁନ ୨୧) କତାରର ରାସ ଲାଫାନରେ ଏକ ପ୍ରମୁଖ ପ୍ରାକୃତିକ ଗ୍ୟାସ ରପ୍ତାନି ଟର୍ମିନାଲରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଇରାନ ଦ୍ୱାରା…

ପିଲାଚୋର ସନ୍ଦେହରେ ବାହାର ରାଜ୍ୟର ଯୁବକଙ୍କୁ ନିର୍ଧୂମ ମାଡ଼, ଭିଡିଓ ଭାଇରାଲ ପରେ…

ସମ୍ବଲପୁର,୨୨ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ରବିବାର ସକାଳେ ଜଣେ ବାହାର ରାଜ୍ୟର ଯୁବକଙ୍କୁ ପିଲା ଚୋର ଭାବି କିଛି ସ୍ଥାନୀୟ…

୫୨ ବର୍ଷରେ ପଦାର୍ପଣ କଲେ ବିଜୟ, ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ରାହୁଲ

ଚେନ୍ନାଇ,୨୨।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଟିଭିକେ ମୁଖ୍ୟ ଥାଲାପତି ବିଜୟ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ଘଣ୍ଟ-ଢୋଲ ପଟୁଆରରେ…

ଗଞ୍ଜାମ,୨୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଆଲିଆବାଦ ଗ୍ରାମର ଗ୍ରାମ୍ୟଦେବୀ ମା’ ବୁଢ଼ୀଠାକୁରାଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ ସୁଦୃଢ଼ କରିବାକୁ କଂଗ୍ରେସର ଆହ୍ବାନ

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ବରଙ୍ଗା ତୋଟାଠାରେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ସ୍ବିଜରଲ୍ୟାଣ୍ଡ ବୈଠକ ଶେଷ: ହର୍ମୁଜରେ ହଟିଲା ଅବରୋଧ, ସମ୍ପତ୍ତି ଫ୍ରିଜ ଆରମ୍ଭ, ହେଲେ ଏବେବି ବାକି ଅଛି…

ତେହରାନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ବୈଠକ ଶେଷ ହୋଇଛି। ଇରାନ ବୈଠକ ଶେଷ ହେବାର ଘୋଷଣା କରିଛି ଏବଂ ସମାଧାନ ହୋଇଥିବା ସମସ୍ୟାଗୁଡ଼ିକୁ ଉଲ୍ଲେଖ…

ତୁର୍କୀରେ ଇତିହାସ ରଚିଲେ କଳାହାଣ୍ଡି ପୁଅ ଆକାଶ, ଭାରତ ପାଇଁ ଆଣିଲେ…

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ତୁର୍କୀ ଦେଶର ମରସିନ ସହରରେ ଗତ ୧୮ରୁ ଚାଲିଥିବା ଓ୍ବାଲର୍‌ଡ ଆବିଲିଟିସ୍ପୋର୍ଟ ୟୁଥ୍‌ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ଇତିହାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri