୧୩ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୧ା୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର, ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଦୁର୍ବଳ ହୋଇ ଛତିଶଗଡ଼ ଏବଂ ପୂର୍ବ ମଧ୍ୟପ୍ରଦେଶ ଉପରେ ରହିଛି। ଆସନ୍ତା ୧୨ ଘଣ୍ଟା ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଦୁଇ ଦିନ ପରେ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇବ। ତେବେ ଆସନ୍ତା ୧୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଲଘୁଚାପ ଯୋଗୁ ରାଜ୍ୟରେ ଗତ ୩ ଦିନ ଧରି ବର୍ଷା ଲାଗି ରହିଛି। ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ସମ୍ବଲପୁର ଜମନକିରାରେ ୧୪୭ ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ା ୧୩୬, ସମ୍ବଲପୁର ୧୨୫, ବରଗଡ଼ ୧୧୫, ବୁର୍ଲା ୧୧୨.୪, ଅନୁଗୋଳ ୧୦୭, ନବରଙ୍ଗପୁର ୯୫, ଦେବଗଡ଼ ୯୪, କଳାହାଣ୍ଡି ୯୧, ବାଙ୍କୀରେ ୯୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ପ୍ରବଳ ବର୍ଷା ଯୋଗୁ ମହାନଦୀର ନରାଜ, ବୈତରଣୀ ନଦୀର ଆନନ୍ଦପୁର, ବୁଢ଼ାବଳଙ୍ଗ ନଦୀର ଏନଏଚ-୫, ଜଳକାର ମଥାନୀଠାରେ ବନ୍ୟାଜଳ ବୃଦ୍ଧିପାଉଛି। ତେବେ ବଂଶଧାରା ନଦୀର କାଶୀନଗରଠାରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲାପାଳମାନଙ୍କୁ ସତର୍କ ରହିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି।
ଏହାର ପ୍ରଭାବରେ ୧୩ ଓ ୧୪ ଦୁଇଦିନ ଯାଏ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏଥିଯୋଗୁ ମହାନଦୀ ଓ ଏହାର ଶାଖା ନଦୀରେ ଛୋଟଧରଣର ବନ୍ୟା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ୧୩ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କଟକ, ନୟାଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଏହି ସମୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଗଜପତି, ଢେଙ୍କାନାଳ, ବୌଦ୍ଧ, ଅନୁଗୋଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୋନପୁର, ସମ୍ବଲପୁର ଓ ବଲାଙ୍ଗୀର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏହି ସବୁ ଜିଲା ପାଇଁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।

ଆସନ୍ତା ୧୪ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ଆସନ୍ତା ୧୯ ତାରିଖରେ ଓଡ଼ିଶା ଏବଂ ଛତିଶଗଡ଼ ଉପରେ ଏକ ଘର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ହେବ ହକି ବିଶ୍ୱକପ୍‌

ଭୁବନେଶ୍ବର,୨ା୧(ବ୍ୟୁରୋ):ଓଡ଼ିଶାରେ ହକି ବିଶ୍ୱକପ୍‌ ଆୟୋଜନରେ ଯେପରି ଟିକେ ବି ଭୁଲ୍‌ ନ ହୁଏ, ସେନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଛନ୍ତି।...

ରଥଯାତ୍ରା ପ୍ରସାରଣ ବ୍ୟବସାୟୀକରଣକୁ ନାଗରିକ ଫୋରମ୍‌ର ବିରୋଧ

ଭୁବନେଶ୍ୱର,୧୧।୬(ବ୍ୟୁରୋ)-: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣକୁ ବ୍ୟବସାୟୀକରଣ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଗତ ୪ ତାରିଖରେ ଏକ ଚିଠି ଜରିଆରେ...

ବାତ୍ୟା ପାଇଁ ଖାଲିହେଲା ଧାରଣାସ୍ଥଳ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଆକଳନ ଅନୁସାରେ ଦକ୍ଷିଣ ଆଣ୍ଡାମାନ ସମୁଦ୍ରରେ ସୃଷ୍ଟ ଲଘୁଚାପ ବାତ୍ୟା ‘ଜଓ୍ବାଦ’ର ରୂପନେଇ ଓଡ଼ିଶା ଉପକୂଳ ଆଡକୁ ମାଡ଼ି...

କେନ୍ଦ୍ରୀୟ ବିଦ୍ୟାଳୟ ଛାତ ଉପରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଶିକ୍ଷୟିତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ଛାତ୍ରୀ ଶୁକ୍ରବାର ଅପରାହ୍ନରେ ବିଦ୍ୟାଳୟର ୩ ମହଲା ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମଞ୍ଚେଶ୍ୱର ଥାନା...

ମାଙ୍କଡ଼ ଉତ୍ପାତ, ୧୨ରୁ ଊର୍ଦ୍ଧ୍ୱ ଆହତ

ବସ୍ତା, ୧୭।୭(ସ୍ବ.ପ୍ର.)-ବସ୍ତା ଥାନା କୁଳିଦା ପଞ୍ଚାୟତରେ ଗତ ୧୫ଦିନ ହେଲା ମାଙ୍କଡ଼ଙ୍କ ଉପଦ୍ରବ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୫୦ରୁ ଊର୍ଦ୍ଧ୍ୱ ମାଙ୍କଡ଼ ଏହି...

ହାଉସିଂ ବୋର୍ଡ, ଉନ୍ନୟନ କର୍ତ୍ତୃପକ୍ଷଙ୍କ ଲିଜ୍‌ ଜମିକୁ ଫ୍ରି ହୋଲ୍ଡ କରାଯିବ

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ବାସଗୃହ ପ୍ରକଳ୍ପ ପାଇଁ ଲିଜ୍‌ ସୂତ୍ରରେ ଆବଣ୍ଟିତ ଜମିକୁ ସରକାର ଫ୍ରି ହୋଲ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ପିପିପି ମୋଡ୍‌ରେ ବିକଶିତ ପ୍ରକଳ୍ପଗୁଡ଼ିକ...

ନନ୍ଦନକାନନରେ ବଢୁଛି ପର୍ଯ୍ୟଟକ ସଂଖ୍ୟା

ବାରଙ୍ଗ,୧୧।୯(ଡି.ଏନ୍‌.ଏ.): କୋଭିଡ କଟକଣା କୋହଳ ହେବାପରେ ନନ୍ଦନକାନନରେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଗଣେଶ ପୂଜାରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବୁଲିଛନ୍ତି...

ବିପଜ୍ଜନକ ହେଉଛି ଇ-ବର୍ଜ୍ୟବସ୍ତୁ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ଇ(ଇଲେକ୍ଟ୍ରୋନିକ)-ବର୍ଜ୍ୟବସ୍ତୁ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଦିନକୁ ଦିନ ଇଲେକ୍ଟ୍ରୋନିକ ସାମଗ୍ରୀର ବହୁଳ ବ୍ୟବହାର ହେଉଥିବାରୁ ଏହାର ବର୍ଜ୍ୟବସ୍ତୁ ବଢ଼ିବାରେ ଲାଗିଛି। ତେବେ ଏହି ବର୍ଜ୍ୟବସ୍ତୁ...

Advertisement
Archives

Model This Week