Posted inରାଜ୍ୟ

ଆରପାରିରେ ବାଘୁଣୀର ପାଳିତ ମା’

ବାରିପଦା ଅଫିସ,୨୯ା୧୨- ବହୁଚର୍ଚ୍ଚିତ ଶିମିଳିପାଳ ଅଭୟାରଣ୍ୟର ବାଘୁଣୀ ‘ଖଇରୀ’କୁ ପାଳିପୋଷି ବଡ଼ କରିଥିବା ନିହାର ନଳିନୀ ସ୍ବାଇଁ(୮୮)ଙ୍କର ମଙ୍ଗଳବାର ରାତି ୧ଟାରେ କଟକଠାରେ ପରଲୋକ ହୋଇଯାଇଛି। ଜୀବଜନ୍ତୁ ପ୍ରେମୀ ତଥା ଖଇରୀର ପାଳିତା ମା’ ଭାବେ ସେ ବେଶ୍‌ ପରିଚିତ ଥିଲେ। ସ୍ବାମୀ ସରୋଜ ରାଜ ଚୌଧୁରୀଙ୍କ ବିୟୋଗ ପରେ ସେ କଟକ ସିଦ୍ଧେଶ୍ୱର ସାହିସ୍ଥିତ ବୃଦ୍ଧାଶ୍ରମରେ ରହୁଥିଲେ।

୧୯୭୪ରେ ସରୋଜ ଯଶୀପୁରର ଡିଏଫ୍‌ଓ ଏବଂ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଥିଲେ। ସେହି ସମୟରେ ଖଇରୀ ନଦୀକୂଳରୁ ସେ ଉଦ୍ଧାର କରିଥିଲେ ଏକ ମହାବଳ ବାଘ ଛୁଆକୁ। ସେହିଦିନଠାରୁ ନଳିନୀ ଓ ତାଙ୍କ ସ୍ବାମୀ ସରୋଜ ତାକୁୁ ଅତି ଯନତ୍ର ସହ ଲାଳନପାଳନ କରି ତାର ନାମ ଖଇରୀ ଦେଇଥିଲେ। ଚୌଧୂରୀ ଦମ୍ପତି ନିଃସନ୍ତାନ ଥିବାରୁ ଖଇରୀକୁ ନିଜ ଝିଅ ଭଳି ପାଳିଥିଲେ। ମଣିଷ ସମାଜରେ ରହି ଖଇରୀ ମଧ୍ୟ ତା’ର ହିଂସ୍ର ସ୍ବଭାବ ଭୂଲି ଯାଇଥିଲା। ସେତେବେଳେ ଏହି ବାଘୁଣୀକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ୭ବର୍ଷ ବୟସର ହୋଇଥିବା ବେଳେ ୧୯୮୧ରେ ଏକ ପାଗଳା କୁକୁର କାମୁଡ଼ାରେ ଖଇରୀର ମୃତ୍ୟୁ ଘଟିଥିଲା। ଖଇରୀର ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ସରୋଜଙ୍କ ସେହି ବର୍ଷ ପରଲୋକ ଘଟିଥିଲା। ସ୍ବାମୀଙ୍କୁ ହରାଇବା ପରେ ନଳିନୀ ବୃଦ୍ଧାଶ୍ରମରେ ରହୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri