Posted inରାଜ୍ୟ

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୪.୭୬% ପିଲା

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ତଳମୁହାଁ ହେଉଥିବାବେଳେ ପିଲାଙ୍କ ସଂକ୍ରମଣ ହାର ବଢ଼ୁଥିବା ଦେଖାଯାଉଛି। ଆଗକୁ ତୃତୀୟ ଲହର ଆସିବା ସମ୍ଭାବନା ଥିବାରୁ ପିଲାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଗତ ୨୪ ଘଣ୍ଟାରେ ୮୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୬୮,୭୧୭ ନମୁନା ପରୀକ୍ଷା ହୋଇଥିଲାବେଳେ ପଜିଟିଭିଟି ହାର ୧.୨୯% ରହିଛି। ସେହିଭଳି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୧୩୧ଜଣ ରହିଥିବାବେଳେ ସଂକ୍ରମଣ ହାର ୧୪.୭୬% ରହିଛି। କିଛିଦିନ ତଳେ ଏହି ହାର ୧୦ରୁ ୧୩% ଭିତରେ ଥିଲା। ତେବେ ତୃତୀୟ ଲହରରେ ୧୮ ବର୍ଷରୁ କମ୍‌ ବର୍ଗର ପିଲାମାନେ ଅଧିକ ଆକ୍ରାନ୍ତ ହେବେ ବୋଲି ଆକଳନ କରାଯାଉଥିବାବେଳେ ଏବେଠୁ ପିଲାଙ୍କ ସଂକ୍ରମଣ ହାର ବଢ଼ିବା ଚିନ୍ତା ବଢ଼ାଇଛି।
ଏପରିସ୍ଥଳେ ଡିଏମ୍‌ଇଟି ସିବିକେ ମହାନ୍ତି ଆଶ୍ୱସ୍ତିଜନକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ତୃତୀୟ ଲହର ଆସିଲେ ବି ଦ୍ୱିତୀୟ ଲହର ଭଳି ପ୍ରଭାବୀ ହୋଇ ନ ପାରେ। ଯଦି ଭାଇରସ ରୂପ ବଦଳାଏ ତା’ହେଲେ ପ୍ରଭାବ ଅଧିକ ରହିବ। ସମ୍ଭାବ୍ୟ ଲହରକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। କିଛି ମଡେଲ କହୁଛି, ଦିନକୁ ସର୍ବାଧିକ ୪ରୁ ୫ ଲକ୍ଷ ସଂକ୍ରମିତ ହେବେ। ଅନ୍ୟପକ୍ଷେ ଆଉ କେତେକ ମଡେଲ ତୃତୀୟ ଲହରର ଏତେ ପ୍ରଭାବ ପଡ଼ିବ ନାହିଁ ବୋଲି ଆକଳନ କରିଛି। କିନ୍ତୁ ଆଇଆଇଟି କାନପୁର ସୂତ୍ର କହୁଛି, ଓଡ଼ିଶାରେ ତୃତୀୟ ଲହରର ବିଶେଷ ପ୍ରଭାବ ରହିବ ନାହିଁ। କିନ୍ତୁ ମଡେଲ ଯାହା କହୁ ପଛେ ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ବୋଲି ଡିଏମ୍‌ଇଟି କହିଛନ୍ତି।
ଅନ୍ୟପକ୍ଷରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ସଂକ୍ରମିତ ସଂଖ୍ୟା ୧୦,୦୩,୨୧୦କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କଟକ ଜିଲାରୁ ସର୍ବାଧିକ ୨୦ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଜଗତ୍‌ସିଂହପୁରରୁ ୧୪, ଢେଙ୍କାନାଳ ୮, ଯାଜପୁର ୬, ବାଲେଶ୍ୱର ୫, ଅନୁଗୋଳ ଓ କେନ୍ଦ୍ରାପଡ଼ାରୁ ୩ ଲେଖାଏ, ଭଦ୍ରକ ଓ ମୟୂରଭଞ୍ଜରୁ ୨ ଲେଖାଏ, କେନ୍ଦୁଝର, ନବରଙ୍ଗପୁର, ପୁରୀ ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନାଜନିତ ମୃତ୍ୟୁ ୭,୪୯୩ରେ ପହଞ୍ଚତ୍ଛି। ତେବେ ସଂକ୍ରମଣ କମିଥିଲେ ମଧ୍ୟ ଗୁରୁତର ରୋଗୀ ଅଧିକ ରହିବା ସହ ମୃତ୍ୟୁ ବଢ଼ିବା ଆଉ ଏକ ଚିନ୍ତା ବଢ଼ାଇଛି। ଏଥିପାଇଁ ଚିକିତ୍ସା କ୍ଷେତ୍ରରେ ଏକ୍‌ମୋ ମେଶିନର ଗୁରୁତ୍ୱ ବଢ଼ିଯାଇଛି। ଏ ସମ୍ପର୍କରେ ଡିମଏ୍‌ଇଟି କହିଛନ୍ତି, କଟକ ଏସ୍‌ସିବିରେ ଏକ୍‌ମୋ ଚିକିତ୍ସା ଆସନ୍ତା ୨୭ ତାରିଖରେ ଆରମ୍ଭ ହେବ। ପୂର୍ବ ଭାରତରେ ସରକାରୀ ଭାବେ ଏହା ସବୁଠାରୁ ବଡ଼ ୟୁନିଟ୍‌ ହେବ। ଏଠାରେ ସମୁଦାୟ ୯ଟି ଏକ୍‌ମୋ ମେଶିନ ରହିବ ବୋଲି ଡିଏମ୍‌ଇଟି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଏକ୍‌ମୋ ମେଶିନ ଅଭାବରୁ ଗୁରୁତର କରୋନା ରୋଗୀ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଉଥିଲେ। ଏହାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏକ୍‌ମୋ ସେବା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। କଟକ ଏସ୍‌ସିବିରେ ଗତ ୧୫ ତାରିଖରୁ ଏହି ସେବା ପ୍ରଦାନ କରାଯିବ ବୋଲି ପୂର୍ବରୁ ଡିଏମ୍‌ଇଟି କହିଥିଲେ।

ଅକ୍ଟୋବରରୁ ଟିକା

ଅକ୍ଟୋବର ପ୍ରଥମ ସପ୍ତାହରୁ ୧୨ ବର୍ଷରୁ ଊର୍ଦ୍ଧ୍ୱ ପିଲାମାନଙ୍କୁ କୋଭିଡ୍‌ ଟିକା ଦିଆଯାଇପାରେ। ଟିକାଦାନରେ ଗୁରୁତର ରୋଗାକ୍ରାନ୍ତ ପିଲାଙ୍କୁ ପ୍ରାଥମିକତା ଦିଆଯିବ। ଦେଶରେ ୧୨ରୁ ୧୭ ବର୍ଷ ବୟସ ବର୍ଗରେ ୧୨ କୋଟି ପିଲା ଅଛନ୍ତି। ପିଲାମାନଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ସ୍କୁଲ୍‌ ଖୋଲାଯିବା ଆବଶ୍ୟକ ବୋଲି କୋଭିଡ୍‌ ଓ୍ବାର୍କିଂ ଗ୍ରୁପ୍‌ କହିଛି।
ଅନ୍ୟ ପକ୍ଷରେ ସ୍କୁଲ ଶିକ୍ଷକମାନଙ୍କୁ ପ୍ରାଥମିକତା ଆଧାରରେ ଟିକା ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସମସ୍ତ ଶିକ୍ଷକ ଟିକା ନେବା ଦରକାର ବୋଲି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି।
କରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ କେତେକ ରାଜ୍ୟରେ ସ୍କୁଲ୍‌ ଖୋଲିଲାଣି। ତେବେ ସମସ୍ତ ଶିକ୍ଷକ ଓ କର୍ମଚାରୀ ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ନେଇ ନ ଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୫ ସୁଦ୍ଧା ସମସ୍ତ ଶିକ୍ଷକଙ୍କୁ ଟିକା ଦେବା ଲାଗି ରାଜ୍ୟଗୁଡ଼ିକୁ ଚଳିତ ମାସରେ ଅତିରିକ୍ତ ୨ କୋଟି ଡୋଜ୍‌ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ୍‌ ମଣ୍ଡବ୍ୟ ବୁଧବାର କହିଛନ୍ତି।
ସୂଚନାଯୋଗ୍ୟ କରୋନା ମହାମାରୀ ପାଇଁ ଗତବର୍ଷ ମାର୍ଚ୍ଚରୁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦିଆଯାଇଥିଲା। ଗତ ଅକ୍ଟୋବରରେ କୋଭିଡ୍‌ ଗାଇଡଲାଇନ ଅନୁଯାୟୀ ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। କେତେକ ରାଜ୍ୟ ଆଂଶିକ ସ୍କୁଲ ଖୋଲିଥିବାବେଳେ କୋଭିଡ୍‌ର ଦ୍ୱିତୀୟ ଲହର ଆସିବାରୁ ପୁଣିଥରେ ଏପ୍ରିଲରୁ ସ୍କୁଲ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ଏବେ ସ୍ଥିତି ସୁଧୁରୁଥିବାରୁ ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିବା ଆରମ୍ଭ ହୋଇଛି। ତେଣୁ ସେପ୍ଟେମ୍ବର ୫ ସୁଦ୍ଧା ସମସ୍ତ ସ୍କୁଲ ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବା ଲାଗି ଉଦ୍ୟମ କରିବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଥିବା ମାଣ୍ଡବ୍ୟ ଟୁଇଟ୍‌ କରିଛନ୍ତି।
ସେହିପରି ବିଭିନ୍ନ ଗୁରୁତର ରୋଗ ଥିବା ପିଲାଙ୍କୁ ଟିକାଦାନରେ ପ୍ରାଥମିକତା ଦେବା ଲାଗି ସରକାରଙ୍କ ଉପଦେଷ୍ଟା କମିଟି ନ୍ୟାଶନାଲ ଇମ୍ୟୁନାଇଜେଶନ ଟେକ୍‌ନିକାଲ ଆଡଭାଇଜରି ଗ୍ରୁପ୍‌ (ଏନ୍‌ଟିଏଜିଆଇ) ପରାମର୍ଶ ଦେଇଛି। ଜାଇଡସ୍‌ କାଡିଲା କମ୍ପାନୀ ଇତିମଧ୍ୟରେ ଯୋଗାଇଥିବା ଜାଇକୋଭ୍‌-ଡି ଟିକା ସେମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ଏନ୍‌ଟିଏଜିଆ ମୁଖ୍ୟ ଏନ୍‌.କେ. ଆରୋରା କହିଛନ୍ତି। ଗତ ସପ୍ତାହରେ ଜାଇଡସ୍‌ କାଡିଲା କମ୍ପାନୀର କୋଭିଡ୍‌ ଟିକାକୁ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଥିଲା। ଭାରତ ବାୟୋଟେକ୍‌ର ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ କୋଭାକ୍ସିନ୍‌କୁ ଅନୁମୋଦନ ପାଇଁ ପ୍ରକ୍ରିୟା ଜାରି ରହିଛି। ସେପ୍ଟେମ୍ବରରୁ ପ୍ରତି ମାସରେ ୧୦ କୋଟି କୋଭାକ୍ସିନ ଡୋଜ୍‌ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ଆରୋରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?