ସୁବର୍ଣ୍ଣପୁର ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ

ସୋନପୁର,୩୦।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁପୁତ୍ର ବଦଳ କରାଯାଇଥିବା ବୁଧବାର ଅଭିଯୋଗ ହୋଇଛି। ଘଟଣାର ୫ ଦିନ ପରେ ଏ ନେଇ ଉଲୁଣ୍ଡା ଥାନା ଗଣ୍ଡପାଲିର ବିଶିକେଶନ ଝାଙ୍କର ସୋନପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ହସ୍ପିଟାଲକୁ ଯାଇ ଅଭିଯୋଗର ସତ୍ୟତା ଅନୁଧ୍ୟାନ କରୁଛି। ଅପରପକ୍ଷରେ ବିଶିକେଶନଙ୍କ ସ୍ତ୍ରୀ ବନିତାଙ୍କ ଅସ୍ତ୍ରୋପଚାର ପରେ ତାଙ୍କ ଗର୍ଭରୁ ଗତ ୨୪ ତାରିଖ ମଧ୍ୟାହ୍ନରେ ଏକ ଶିଶୁକନ୍ୟା ଜନ୍ମ ହୋଇଥିବା ହସ୍‌ପିଟାଲ ରେକର୍ଡରୁ ଜଣାପଡିଛି। ବନିତା ଶିଶୁକନ୍ୟାଙ୍କ ସହିତ ଏବେ ବି ଚିକିତ୍ସାଧୀନ ଅଛନ୍ତି। ତେବେ ନବଜାତକଙ୍କ ବାପା ବିଶିକେଶନ ଅଭିଯୋଗ କରିଛନ୍ତି ଯେ, ଅସ୍ତ୍ରୋପଚାର ପରେ ଷ୍ଟାଫନର୍ସ ତାଙ୍କୁ କହିଥିଲେ ତୁମର ଏକ ପୁତ୍ରସନ୍ତାନ ଜନ୍ମ ହୋଇଛି। କିନ୍ତୁ ଅଧାଘଣ୍ଟା ପରେ ଶିଶୁକନ୍ୟା ଜନ୍ମ ହୋଇଥିବା କହିଥିଲେ। ତେଣୁ ତାଙ୍କର ଶିଶୁ ପୁତ୍ରକୁ ବଦଳ କରାଯାଇଛି ଓ ଏଥିରେ ହସ୍‌ପିଟାଲ କର୍ତ୍ତୃପକ୍ଷ ସାମିଲ ଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ସିଡିଏମ୍‌ଓ ଡାକ୍ତର ରମେଶ ସ୍ବାଇଁଙ୍କୁ ପଚରାଯିବାରେ ସେ କହିଛନ୍ତି, ଆମ ନିକଟରେ କୌଣସି ଅଭିଯୋଗ ହୋଇନି। ଅଭିଯୋଗ ହେଲେ ତଦନ୍ତ କରାଯିବ ବୋଲି ସେ କହିଥିଲେ। ଅନ୍ୟପକ୍ଷେ ସୋନପୁର ଆଇଆଇସି ନିରଞ୍ଜନ ଦାସ କୁହନ୍ତି ତଦନ୍ତ ଜାରି ରହିଛି। ଘଟଣା ଦିନ ହସ୍‌ପିଟାଲରେ ୨ଟି କନ୍ୟାସନ୍ତାନ ଜନ୍ମ ହୋଇଥିବା କାଗଜପତ୍ର ଦେଖିବା ପରେ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri