Posted inଖେଳ

ରଣଜୀ ଟ୍ରଫି: ରେକର୍ଡ ୪୮ ତମ ଫାଇନାଲରେ ମୁମ୍ବାଇ, ଅଲରାଉଣ୍ଡର ଦେଖାଇଲେ ଦମ୍‌

ମୁମ୍ବାଇ,୪।୩: ଏକ ଇନିଂସ ଓ ୭୦ ରନ୍‌ରେ ହରାଇବା ସହି ରଣଜୀ ଟ୍ରଫି ୨୦୨୪ର ଫାଇନାଲରେ ପ୍ରବେଶ କରିଛି ମୁମ୍ବାଇ। ଏହା ସହ ଦଳ ୪୮ ଥର ପାଇଁ ରଣଜୀ ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ଇନିଂସରେ ୨୩୨ ରନ୍‌ ପଛରେ ରହିଥିବା ତାମିଲନାଡୁ ୧୬୨ ରନ୍‌ରେ ଅଲଆଉଟ ହୋଇଥିଲା।

ମୁମ୍ବାଇ ନିଜର ଅସମାପ୍ତ ସ୍କୋର ୩୫୩/୯ରୁ ଖେଳ ଆରମ୍ଭ କରିବା ସହ ଅନ୍ତିମ ଉଇକେଟରେ ଆଉ ୨୫ ରନ୍‌ ଯୋଡିଥିଲା। ତନୁଶ କୋଟିଆନ ୮୯ ରନ୍‌ରେ ଅପରାଜିତ ରହିଥିଲେ। ମୁମ୍ବାଇ ୧୦୬/୭ ରହିଥିବା ବେଳେ ଶାର୍ଦ୍ଦୂଳ ଠାକୁର କାଉଣ୍ଟର ଆଟାକ କରି ରଣଜୀ ଟ୍ରଫି କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ୧୦୪ ବଲ୍‌ ଖେଳି ସେ ୧୩ ଚୌକା ଓ ୪ ଛକା ସହ ୧୦୯ ରନ୍‌ କରିଥିଲେ। ତାମିଲନାଡୁ ପକ୍ଷରୁ ସାଇ କିଶୋର ୬ ଉଇକେଟ ନେଇଥିବା ବେଳେ କୁଲଦୀପ ସେନ୍‌ ୨, ସନ୍ଦୀପ ଓ୍ବାରିୟର ଓ ଓ୍ବାଶିଂଟନ୍‌ ସୁନ୍ଦର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

୨୩୨ ରନ୍‌ରେ ଆଗୁଆ ରହିବା ପରେ ମୁମ୍ବାଇ ବୋଲର ପୁନର୍ବାର ଅଗ୍ନିବର୍ଷୀ ବୋଲିଂ କରିଥିଲେ। ଶାର୍ଦ୍ଦୂଳ ଠାକୁର ଦୁଇ ଓପନରଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ୧୦ ରନ୍‌ରେ ୩ ଉଇକେଟ ହରାଇଥିବା ବେଳେ ଦଳ ୫୧.୫ ଓଭରରେ ୧୬୨ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଚତୁର୍ଥ ଉଇକେଟରେ ବାବା ଇନ୍ଦ୍ରଜିତ(୭୦) ଓ ପ୍ରଦୋଶ ପଲ୍‌(୨୫)ଙ୍କ ମଧ୍ୟରେ ୭୩ ରନ୍‌ର ଭାଗୀଦାରି ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବିଜୟ ଶଙ୍କର ୨୪ ଓ ସାଇ କିଶୋର ୨୧ ରନ୍‌ କରିଥିଲେ। ଏହି ୪ ଖେଳାଳିଙ୍କ ବ୍ୟତୀତ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ମୁମ୍ବାମଇ ପକ୍ଷରୁ ସାମ୍ସ ମୁଲାନୀ ସର୍ବାଧିକ ୪ ଉଇକେଟ ନେଇଥିବା ବେଳେ ମୋହିତ ଅଓ୍ବସ୍ଥି, ଶାର୍ଦ୍ଦୂଳ ଠାକୁର ଓ ତନୁଶ କୋଟିଆନ ଦୁଇଟି ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2025: ପ୍ରଶଂସକଙ୍କୁ ବଡ଼ ଝଟ୍‌କା, ଏଣିକି ମାଗଣାରେ ଦେଖିପାରିବେ ନାହିଁ ଆଇପିଏଲ୍‌ ମ୍ୟାଚ୍‌, ଗଣିବାକୁ ପଡ଼ିବ…

ନୂଆଦିଲ୍ଲୀ,୧୪।୨: ସମସ୍ତ କ୍ରିକେଟ ପ୍ରେମୀ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫିକୁ ଅପେକ୍ଷା କରିଛନ୍ତି। ଏହା ପରେ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ ଲିଗ୍‌ ’ଇଣ୍ଡିଆନ ପ୍ରିମିୟର ଲିଗ(IPL)’...

Unbelievable: ୫୦ ବଲ୍‌ରେ ଗୋଟିଏ ବି ରନ୍‌ କରି ନ ଥିଲେ, ତଥାପି ଶତକ ମାରି ବୋଲର୍‌ଙ୍କୁ ଘାଇଲା କରିଦେଲେ ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୨: ଶ୍ରୀଲଙ୍କାର ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ କୁସାଲ ମେଣ୍ଡିସ ପୁଣି ଥରେ ଶତକ ହାସଲ କରି ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି। କଲମ୍ବୋରେ ଖେଳାଯାଉଥିବା ଦ୍ୱିତୀୟ ତଥା ଶେଷ...

ICC ଚାମ୍ପିଅନ୍ସ ଟ୍ରଫି ୨୦୨୫: ବିଜେତାଙ୍କ ପାଇଁ ରେକର୍ଡ ପୁରସ୍କାର ରାଶି ଘୋଷଣା

ନୂଆଦିଲ୍ଲୀ,୧୪।୨: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶୁକ୍ରବାର, ଫେବୃଆରୀ ୧୪ ତାରିଖରେ ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ରେକର୍ଡ ମୋଟ ୬.୯ ମିଲିୟନ ଆମେରିକୀୟ ଡଲାର...

ଭାଜପା କୋର୍‌ କମିଟି ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୨: ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର କୋର୍‌ କମିଟି ବୈଠକ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିଛନ୍ତି।...

ବିବାହ ବନ୍ଧନରେ ବାନ୍ଧି ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ଶେଷ ହେବା ପରେ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ଆରମ୍ଭ ହେବ। ସମସ୍ତ ୧୦ଟି ଫ୍ରାଞ୍ଚାଇଜ ଲିଗ ପାଇଁ ସେମାନଙ୍କର...

Video: ବିଜୟ ଟ୍ରଫି ନେବାକୁ ଭୁଲିଗଲେ ରୋହିତ ଶର୍ମା; ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ,୧୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ, ଇଂଲଣ୍ଡ ଧଳା ବଲ ସିରିଜ ପାଇଁ ଟିମ ଇଣ୍ଡିଆ ଗସ୍ତ କରିଥିଲା। ଉଭୟଙ୍କ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ...

ଶିଖର ଧାଓ୍ବନଙ୍କୁ ବଡ଼ ଦାୟିତ୍ୱ ଦେଲା ICC: ଏବେ କରିବେ ଏହି କାମ

ନୂଆଦିଲ୍ଲୀ,୧୩।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଚାରି ଜଣ କ୍ରିକେଟର୍‌ଙ୍କୁ ବ୍ରାଣ୍ଡ ଆମ୍ବାସାଡରଙ୍କୁ ନିଯୁକ୍ତ କରିଛି। ଏଥିରେ ପୂର୍ବତନ ଭାରତୀୟ...

Champions Trophy 2025: ପରିବାରକୁ ସାଥିରେ ନେବେନି ଟିମ୍‌ ଇଣ୍ଡିଆ ଖେଳାଳି

ନୂଆଦିଲ୍ଲୀ,୧୩।୨: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ଏବେ ଟିମ ଇଣ୍ଡିଆକୁ ଚାମ୍ପିଅନ୍ସ ଟ୍ରଫିରେ ତାର ଶକ୍ତି ପ୍ରଦର୍ଶନ କରିବାକୁ ପଡିବ। ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri