Posted inଖେଳ

ଡିକକ୍‌ଙ୍କ ସମେତ ୪୪ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ଟ୍ରେନିଂକୁ ଫେରିଲେ

ଜୋହାନ୍ସବର୍ଗ,୩୦।୬(ପି.ଟି.): କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ୍‌ଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାର ୪୪ ଜଣ କ୍ରିକେଟର ଟ୍ରେନିଂକୁ ଫେରିଛନ୍ତି। ହାଇପରଫର୍ମାନ୍ସ ସ୍କ୍ବାଡରେ ସାମିଲ ଥିବା ଏହି ଖେଳାଳିମାନେ ଦେଶର କ୍ରୀଡ଼ା ମନ୍ତ୍ରଣାଳୟରୁ ଅନୁମତି ମିଳିବା ପରେ ସୋମବାର ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି। ମାର୍ଚ୍ଚ ୧୫ ତାରିଖ ପରଠାରୁ ଏହି ମହାମାରୀ କାରଣରୁ ଦକ୍ଷିଣ ଆଫ୍ରିକାରେ ସବୁପ୍ରକାର କ୍ରିକେଟ କାର୍ଯ୍ୟକଳାପକୁ ବାତିଲ କରାଯାଇଥିଲା। ସେତେବେଳେ ଦକ୍ଷିଣ ଆଫ୍ରିକାରେ ଦିନିକିଆ ଘରୋଇ ଟୁର୍ନାମେଣ୍ଟ ଚାଲୁ ରହିଥିଲା।
ଏହି ସମୟରେ ଦକ୍ଷିଣ ଆଫ୍ରିକା ଦଳ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବାକୁ ଭାରତ ଗସ୍ତରେ ଆସିଥିଲା। ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ମହାମାରୀ କାରଣରୁ ଏହି ସିରିଜକୁ ବାତିଲ କରିବାକୁ ପଡିଥିଲା। ଦକ୍ଷିଣ ଆଫ୍ରିକାରେ ଏପର୍ଯ୍ୟନ୍ତ ୧,୩୮,୦୦୦ ଜଣ ଏହି ମହାମାରୀରେ ସଂକ୍ରମିତ ହୋଇଛନ୍ତି ଓ ୨,୪୦୦ ମୃତ୍ୟୁବରଣ କରିଛନ୍ତି।
ଖେଳାଳିମାନେ ନିରୀକ୍ଷଣରେ ଥିବା ଛୋଟିଆ ଛୋଟିଆ ଗ୍ରୁପ୍‌ରେ ନିଜ ଫ୍ରାଞ୍ଚାଇଜ ଟିମ୍‌ର ଚିହ୍ନା ତଥା ନିକଟତମ କୋଚ୍‌ଙ୍କ ସହିତ ପ୍ରଶିକ୍ଷଣ ନେବେ ବୋଲି କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ) ତରଫରୁ କୁହାଯାଇଛି। ସିଏସ୍‌ଏର କୋଭିଡ୍‌-୧୯ ଷ୍ଟିଅରିଂ କମିଟି ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ଖେଳାଳିମାନେ କଡାକଡି ରୂପେ ପାଳନ କରିବେ। ସମ୍ପୂର୍ଣ୍ଣ ପରିବେଶକୁ ସାନିଟାଇଜ୍‌ କରିବା ସହ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନଙ୍କୁ ନିୟମିତ ଭାବେ ଟେଷ୍ଟ କରିବା ଉପରେ ଗୁରୁତ୍ୱ ଦିଆଯିବ। ସେହିପରି ମହିଳା କ୍ରିକେଟରଙ୍କ ପାଇଁ ହାଇ ପରଫର୍ମାନ୍ସ ଟ୍ରେନିଂ ନେଇ ମଧ୍ୟ ବିଚାର କରାଯାଉଛି ବୋଲି ସିଏସ୍‌ଏ ତରଫରୁ କୁହାଯାଇଛି। ସିଏସ୍‌ଏ ଅନୁମିତ ନ ଦେବା ପର୍ଯ୍ୟନ୍ତ ଟ୍ରେନିଂ ସେସନରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବାରଣ କରାଯାଇଛି। ଦକ୍ଷିଣ ଆଫ୍ରିକାର ସବୁ ଖେଳାଳି ଏହି ଟ୍ରେନିଂ ସେସନ୍‌ରେ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

ଥୁଆମୂଳ ରାମପୁର ଥାନା ଏସ୍‌ଆଇଙ୍କ ମେଡିକାଲରେ ଚିକିତ୍ସା ଅବହେଳା ନେଇ ତୀବ୍ର ଅସନ୍ତୋଷ, କ୍ୱାର୍ଟର୍ସରେ ଶୋଇଥିଲେ ଡାକ୍ତର-ନର୍ସ, ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୩।୫ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଭାସ୍କର ଖୋସ୍ଲାଙ୍କର (୫୬) ଗତକାଲି ବିଳମ୍ବିତ ରାତିରେ ଅକାଳ…

ରାଘବ ଚଢାଙ୍କୁ ରାଜ୍ୟ ସଭାରେ ବଡ଼ ଦାୟିତ୍ୱ, ଭାଜପାର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩।୫: ଆମ ଆଦମୀ ପାର୍ଟି ଛାଡି ଭାଜପାରେ ଯୋଗଦେବା ପରେ ତୁରନ୍ତ ରାଜ୍ୟ ସଭା ଏମପି ରାଘବ ଚଢାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri