Posted inରାଜ୍ୟ

ଭାଜପାରେ ସାମିଲ ହେଲେ ଆକାଶ ଦାସନାୟକ

ଭୁବନେଶ୍ୱର,୩୧।୩: ଭାଜପାରେ ସାମିଲ ହେଲେ ଆକାଶ ଦାସନାୟକ। ରବିବାର ଅପରାହ୍ନରେ ରାଜ୍ୟ ଭାଜପା କାର୍ଯ୍ୟାଳୟ ଆସି ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଶନିବାର ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। କୋରେଇର ପୂର୍ବତନ ବିଧାୟକ ଆକାଶଙ୍କୁ ବିଜେଡି ଗତ ଥର ଟିକେଟ ଦେଇ ନ ଥିଲା। ଏଥର ବି ଦଳ ତାଙ୍କୁ ଟିକେଟ ନ ମିଳିବା ଦ୍ଵନ୍ଦରେ ସେ ଦଳ ପରିବର୍ତ୍ତନ କରିଥିବା କୁହାଯାଉଛି। ତେବେ ନିଜର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ବାଭିମାନ ପାଇଁ ମୁଁ ଦଳ ଛାଡିଛି ବୋଲି ଆକାଶ କହିଥିଲେ।

ସୂଚାନଯୋଗ୍ୟ ୨୦୧୪ ସାଧାରଣ ନିର୍ବାଚନରେ ଅଭିନେତାରୁ ବିଜେଡି ନେତା ସାଜି ଆକାଶ ପ୍ରଥମ ଥର କୋରେଇ ଆସନରୁ ବିଜୟୀ ହୋଇଥିଲେ। ହେଲେ ୨୦୧୯ରେ ଆକାଶଙ୍କୁ ଟିକେଟ ମିଳି ନ ଥିଲା। ବିଜେଡି ଟିକେଟ ପାଇ ଅଶୋକ ବଳ ବିଜୟୀ ହୋଇଥିଲେ। ଏହାପରେ ତାଙ୍କୁ ମୋ କଲେଜର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପ୍ଲାଣ୍ଟରେ ଭାରତରେ ଆଇଫୋନ ଉତ୍ପାଦନ ଆରମ୍ଭ, ଟାରିଫ୍ ପ୍ରଭାବିତ ଚାଇନାଠୁ ଦୂରାଉଛି ଆପଲ

ନୂଆଦିଲ୍ଲୀ, ୨୯।୪: ଆପଲ ତାମିଲନାଡୁରେ ଟାଟା ଇଲେକ୍ଟ୍ରୋନିକ୍ସର ଏକ ନୂତନ ପ୍ଲାଣ୍ଟରେ ଆଇଫୋନ ଉତ୍ପାଦନ ଆରମ୍ଭ କରିଛି, ଏବଂ ବେଙ୍ଗାଲୁରୁରେ ଫକ୍ସକନ ଦ୍ୱାରା ପରିଚାଳିତ ଦ୍ୱିତୀୟ...

ୟୁଜିସି ନେଟ୍‌ ଫର୍ମ ଆବେଦନର ଶେଷ ତାରିଖ ମେ ୭

ଭୁବନେଶ୍ୱର,୨୯।୪(ସୁଚିସ୍ମିତା ସାହୁ): ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (ଏନ୍‌ଇଟି)-୨୦୨୫ର ଜୁନ୍‌ ସେସନ ପାଇଁ ପଞ୍ଜୀକରଣ...

ସାକ୍ଷୀଗୋପାଳଙ୍କ ବଗିଚାରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ କାଟିନେଲେ

ସାକ୍ଷୀଗୋପାଳ,୨୯।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରାତି ପାହିଲେ ଚନ୍ଦନ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରା। ଚନ୍ଦନ ପୋଖରୀରେ ଚାପ ଖେଳିବେ ବିଜେ ପ୍ରତିମା ମଦନମୋହନ। ୨୧...

ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ: ସଜାଗ ରହିବା ପାଇଁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯।୪: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମସିହା ମଇ ମାସରେ...

ଲିଟର ପିଛା ୨ ଟଙ୍କା ବଢ଼ିଲା କ୍ଷୀର ମୂଲ୍ୟ, ନୂତନ ଦର ତାଲିକା ଜାଣନ୍ତୁ

ଭୁବନେଶ୍ୱର, ୨୯।୪: ଦେଶର ଅଗ୍ରଣୀ କ୍ଷୀର ଉତ୍ପାଦନ କମ୍ପାନୀ ମଦର ଡେରୀ ଦିଲ୍ଲୀ-ଏନସିଆର ଅଞ୍ଚଳ ସମେତ ସମସ୍ତ ଅପରେଟିଂ ମାର୍କେଟରେ କ୍ଷୀର ମୂଲ୍ୟ ବୃଦ୍ଧି କରିଛି।...

ଶ୍ରମିକଙ୍କ ଦୈନିକ ମଜୁରୀ ବଢାଇଲେ ସରକାର, ପିଛିଲା ଭାବେ ଏପ୍ରିଲ ପହିଲାରୁ ଲାଗୁ ହେବ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଶ୍ରମିକମାନଙ୍କ ଦୈନିକ ଦରମା ବୃଦ୍ଧି କରିଛନ୍ତି ସରକାର। ଏହି ବର୍ଦ୍ଧିତ ଦରମା ପିଛିଲା ଭାବେ ଏପ୍ରିଲ ମାସ ପହିଲାରୁ ଲାଗୁ ହେବ। ମୁଖ୍ୟମନ୍ତ୍ରୀ...

ସେନାକୁ ସବୁଜ ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ, ହେବ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୨୯।୪: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଜାତୀୟ...

ଆବକାରୀ ଅଧୀକ୍ଷକଙ୍କୁ ରାସ୍ତା ମଝିରେ ଅଟକାଇଲା ଭିଜିଲାନ୍ସ; ୩ ଲକ୍ଷ ଟଙ୍କା ନଗଦ ଜବତ

ଢେଙ୍କାନାଳ, ୨୯।୪: ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଢେଙ୍କାନାଳ ଜିଲାରେ ଆବକାରୀ ଅଧୀକ୍ଷକ କୃଷ୍ଣା ନାୟକଙ୍କୁ ମାର୍ଗମଧ୍ୟରେ ଅଟକାଇ ତାଙ୍କ ନିକଟରୁ ୩ ଲକ୍ଷ ଟଙ୍କା ନଗଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri