ପୁଣି ପୁଟିନ୍‌

ଦୁଇ ବର୍ଷରୁ ଅଧିକ ସମୟ ଧରି ଯୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଆମେରିକା ଓ ନାଟୋ ସହଯୋଗରେ ଯୁକ୍ରେନ୍‌ ଏହାର ମୁକାବିଲା କରୁଛି। ଏଭଳି ସ୍ଥିତିରେ ରୁଷିଆ ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଡିମିର ପୁଟିନ୍‌ ପାଖାପାଖି ୮୮ ପ୍ରତିଶତ ଭୋଟ ପାଇ ପୁନର୍ବାର ରାଷ୍ଟ୍ରମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ସେ ୪ ଥର ରାଷ୍ଟ୍ରପତି ଓ ଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ପୁଟିନ୍‌ଙ୍କ ବିରୋଧରେ ନିର୍ବାଚନ ଲଢୁଥିବା କମ୍ୟୁନିଷ୍ଟ ପାର୍ଟିର ନିକୋଲାଇ ଖରିତୋନୋଭ୍‌ ଏବଂ ନୂତନ ଭାବେ ନିର୍ବାଚନରେ ଭାଗନେଇଥିବା ଭ୍ଲାଦିସ୍ଲାଭ ଦାଭାନକୋଭ ଓ ଲିଓନିଡ୍‌ ସ୍ଲଟସ୍କି ପ୍ରତ୍ୟେକଙ୍କୁ ୫%ରୁ କମ୍‌ ଭୋଟ ମିଳିଥିଲା। ଉଲ୍ଲେଖନୀୟ ଯେ, ପୁଟିନ୍‌ଙ୍କ ମୁଖ୍ୟ ବିରୋଧୀ ଭାବେ ଜଣାଶୁଣା ବୋରିସ୍‌ ନେମ୍‌ସ୍ତୋଭଙ୍କୁ ୨୦୧୫ରେ ହତ୍ୟା କରାଯାଇଥିଲା। ନିକଟରେ ବିରୋଧୀଦଳର ନେତା ଆଲେକ୍‌ସି ନାଭାଲ୍‌ନିଙ୍କ ଜେଲରେ ମୃତ୍ୟୁ ଘଟିବା ସହ ଅନେକ ନେତା ଏବେ ଜେଲରେ ରହିଛନ୍ତି। ଓ୍ବାଗ୍‌ନର ଗ୍ରୁପ୍‌ ମୁଖ୍ୟ ୟେଭଗେନିି ପ୍ରିଗୋଝିନ୍‌ ମଧ୍ୟ ପୁଟିନ୍‌ଙ୍କ ବିରୋଧରେ ସ୍ବର ଉଠାଇବା ପରେ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହିସବୁ ମୃତ୍ୟୁକୁ ନେଇ ଷଡ଼ଯନ୍ତ୍ରର ଅଭିଯୋଗ ଉଠିଥିଲେ ମଧ୍ୟ ଏହାକୁ ଏଡ଼ାଇ ଦିଆଯାଇ ନିର୍ବାଚନକୁ ଅତି ଚତୁରତାର ସହ ପରିଚାଳନା କରାଯାଇଥିଲା। ଗଣମାଧ୍ୟମର ମୁହଁ ବନ୍ଦ କରାଯିବା ସହ ପ୍ରାୟ ସମସ୍ତ ସରକାରୀ ସଂସ୍ଥା କ୍ରେମେଲିନ୍‌ର ଶାଖା ଭାବେ କାମ କରୁଥିଲେ। କେବଳ କ୍ରେମେଲିନ୍‌ ପସନ୍ଦର ପ୍ରାର୍ଥୀମାନଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଥିଲା। ଯେଉଁମାନେ ବିରୋଧୀ ଥିଲେ ତାଙ୍କୁ ପୁଟିନ୍‌ଙ୍କ ନୀତି ଦ୍ୱାରା ନିର୍ବାଚନରେ ଲଢ଼ିବାକୁ ଦିଆଯାଇ ନ ଥିଲା। ଏମିତିକି ୟୁକ୍ରେନ୍‌ ଯୁଦ୍ଧ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଲେ ତାହା ଅପରାଧ ବୋଲି ଏକ ଆଇନ ପ୍ରଣୟନ କରାଯାଇଥିଲା। ଏସବୁ ଦୃଷ୍ଟିରୁ ବିଚାରକଲେ ନିର୍ବାଚନ ଫଳାଫଳ ଏକତରଫା ହେବ ବୋଲି ସମସ୍ତଙ୍କୁ ଜଣାଥିଲା। ରୁଷିଆରେ ଯେଉଁ ରାଜନୈତିକ ପରିସ୍ଥିତି ଦେଖାଦେଇଛି ସେଥିରୁ ସ୍ପଷ୍ଟ ହେଉଛିି ଯେ,ସେହି ଦେଶରେ ଗଣତନ୍ତ୍ରର ମୃତ୍ୟୁ ଘଟିସାରିଲାଣି। କେବଳ ଲୋକଦେଖାଣିଆ ଭୋଟ ବ୍ୟବସ୍ଥା କରିଦେବାର ଅର୍ଥ ନୁହେଁ ଯେ,ଗଣତନ୍ତ୍ର ସୁଦୃଢ଼ ଅଛି। ଆଜିର ବିଶ୍ୱର ମାନଚିତ୍ର ଦେଖିଲେ କେବଳ ରୁଷିଆ ସରକାର ଗଠନରେ ଅଗଣତାନ୍ତ୍ରିକ ଭୋଟ ହେଉଛି ବୋଲି କହିହେବ ନାହିଁ। ଏଥିସହିତ ୫ଥର ବିଜୟ ପରେ ପୁଟିନ୍‌ଙ୍କ ଭାଷଣ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ। ମାର୍ଚ୍ଚ ୧୮ ତାରିଖରେ ପୁଟିନ୍‌ ଦେଇଥିବା ମନ୍ତବ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ତାଙ୍କର ଚାଇନା ପ୍ରତି ପ୍ରକାଶ ପାଇଥିବା ସଦ୍‌ଭାବ।
ପୁଟିନ୍‌ କହିଛନ୍ତି, ଆଗାମୀ ଦିନଗୁଡ଼ିକରେ ରୁଷିଆ ଏବଂ ଚାଇନାର ବନ୍ଧୁତ୍ୱକୁ ଆହୁରି ଶକ୍ତିଶାଳୀ କରାଯିବ। ତାଙ୍କ କହିବା ଅନୁଯାୟୀ ଏହି ଦୁଇ ଦେଶ ମଧ୍ୟରେ ଗଢ଼ିଉଠୁଥିବା ନିବିଡ଼ତା ଉଭୟଙ୍କୁ ସାହାଯ୍ୟ କରିବା ସହ ସମଗ୍ର ପୃଥିବୀରେ ଭାରସାମ୍ୟ ଆଣିବ। ଅବଶ୍ୟ ଏହିଭଳି କହିବା ପଛରେ ପୁଟିନ୍‌ଙ୍କ ପାଶ୍ଚାତ୍ୟ ଦେଶମାନଙ୍କର ମେଣ୍ଟ ‘ନାଟୋ’କୁ ବିରୋଧ କରିବା ମୂଳଲକ୍ଷ୍ୟ ହୋଇଛି। ଅନ୍ୟପଟେ ଏହି ଦୁଇ ଦେଶ ମଧ୍ୟରେ ଗଢ଼ିଉଠୁଥିବା ବନ୍ଧୁତ୍ୱ ବିଶେଷକରି ଭାରତ ପାଇଁ ବିପଦ ସଙ୍କେତ।
ସବୁଠୁ ଚିନ୍ତାର ବିଷୟ ହେଉଛି ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପୁଟିନ୍‌ ଆମେରିକା ଓ ନାଟୋକୁ ସତର୍କ କରି କହିଛନ୍ତି। ଗୋଟିଏ ପଟେ ରୁଷିଆ ଏବଂ ଅନ୍ୟପଟେ ଆମେରିକା ଓ ନାଟୋ ମଧ୍ୟରେ ସିଧାସଳଖ ଯୁଦ୍ଧ ହେଲେ ତୃତୀୟ ବିଶ୍ୱଯୁଦ୍ଧର ନିକଟତର ହେବ ବୋଲି ଦର୍ଶାଇଛନ୍ତି। ଏହା ବ୍ୟତୀତ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରଠାରୁ ପୁଟିନ୍‌ ପରମାଣୁ ଯୁଦ୍ଧର ଧମକ ଦେଇ ଆସୁଛନ୍ତି। ବାରମ୍ବାର କହିଆସୁଛନ୍ତି ଯେ, ରୁଷିଆ ସାର୍ବଭୌମତ୍ୱ ଓ ସ୍ବାଧୀନତା ଉପରେ ଆକ୍ରମଣ ହେଲେ ପରମାଣୁ ଯୁଦ୍ଧ ହେବ। ତେବେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପୁଟିନ୍‌ଙ୍କ ମନ୍ତବ୍ୟ ଶାନ୍ତି ବଦଳରେ ବିଶ୍ୱଯୁଦ୍ଧ ଭୟ ସୃଷ୍ଟି କରିଛି। ଏହା ସହ ରୁଷିଆ, ଚାଇନା, ଉତ୍ତର କୋରିଆ ଓ ଇରାନକୁ ନେଇ ଏବେ ବଳବତ୍ତର ଥିବା ଏକଚ୍ଛତ୍ରବାଦୀ ମେଣ୍ଟ ଆହୁରି ଶକ୍ତିଶାଳୀ ହେବା ସମ୍ଭାବନା ବଢ଼ିଯାଇଛି। ଏହା ହେଲେ ତାଇୱାନ୍‌କୁ ଚାଇନା ଏବଂ ୟୁକ୍ରେନ୍‌କୁ ରୁଷିଆ ଦଖଲ କରିବା ପ୍ରୟାସ ତୀବ୍ର ହୋଇପାରେ। ବିଶ୍ୱ ଗଣତନ୍ତ୍ର ପ୍ରତି ବିପଦ ମଧ୍ୟ ଦେଖାଦେବ। ଶେଷରେ ଏତିକି କୁହାଯାଇପାରେ ଯେ, ସବୁ ପକ୍ଷ ଏକ ଭୟଙ୍କର ମୂଲ୍ୟ ଦେବେ। ଏପରି ସଂଘର୍ଷର ପରିଣାମ କ’ଣ ହେବ ତାହା କାହାରି ଧାରଣା ନାହିଁ। ପୃଥିବୀ ଏବେ କ୍ଷୁଧା ଓ ଜଳବାୟୁ ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ମହାଶକ୍ତିଗୁଡ଼ିକ ମଧ୍ୟରେ ଏଭଳି ଉତ୍ତେଜନା ଶୁଭଙ୍କର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?