କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାରକଲେ

ଉମରକୋଟ, ୨୦।୩(ସନ୍ତୋଷ ଶତପଥୀ): ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଙ୍ଗଳବାର ଉମରକୋଟ ଗସ୍ତ କରିଥିଲେ। ସେ ପ୍ରଥମେ ସ୍ଥାନୀୟ ଏକ ଚା’ ଦୋକାନରେ ଦଳୀୟ କର୍ମୀଙ୍କ ସହ ଏକାଠି ଚା’ ପିଇଥିଲେ। ସେଠାରୁ ଏକ ହୋଟେଲରେ ବ୍ୟବସାୟୀମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ ଯୋଜନାର ଲାଭାର୍ଥୀଙ୍କୁ ନେଇ ଆୟୋଜିତ ଏକ ସମ୍ମିଳନୀରେ ସେ ଯୋଗଦେଇ ଆଲୋଚନା କରିଥିଲେ। ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟକୁ ନେଇ ସିଧାସଳଖ ସେ କୌଣସି ସୂଚନା ଦେଇ ନାହାନ୍ତି। ଲୋକଙ୍କ ତଥା ରାଷ୍ଟ୍ର ହିତ ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ସେ କହିଛନ୍ତି।
ବିଜୟ ଶର୍ମା ହେଲିକପ୍ଟର ଯୋଗେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପହଞ୍ଚତ୍ବା ପରେ ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ପୂର୍ବତନ ଏମ୍‌ପି ବଳଭଦ୍ର ମାଝି, ପର୍ଶୁରାମ ମାଝି, ଭାଜପା ଜିଲା ସଭାପତି ଜଗଦୀଶ ଚନ୍ଦ୍ର ବିଶୋୟୀ, ରମେଶ ସାହୁ, ମାନିଜର ଆରୟା, ରାମେଶ୍ୱର ଜେନା, ଶିବନାଥ ବାନାର୍ଜୀ, ଅଶୋକ ପାଢ଼ୀ, ସନ୍ତୋଷ ମହାପାତ୍ର, ରାମ ନାୟକ, ଗୋବିନ୍ଦ ଜୈନ ପ୍ରମୁଖ ଭାଜପା ନେତା ତାଙ୍କୁ ସ୍ବାଗତ କରିଥିଲେ। କର୍ମୀଙ୍କ ଗହଣରେ ଉମରକୋଟ ସହର ପରିକ୍ରମା ସହ ରୋହିତ ଚା’ଦୋକାନରେ ଚା’ ପିଇବା ସହ ଚାୟ ପେ ଚର୍ଚ୍ଚାରେ ଯୋଗଦେଇ ଲୋକଙ୍କ ସହ ମିଶିଥିଲେ। ପରେ ସ୍ଥାନୀୟ ଏକ ହୋଟେଲରେ ପାଞ୍ଚୋଟି ବ୍ଲକ୍‌ର ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଉମରକୋଟ ବଣିକ ସଂଘ ସଭାପତି ଦ୍ୱାରିକାନାଥ ପାଣିଗ୍ରାହୀ, ବ୍ୟବସାୟୀ ମନମୋହନ ସେନାପତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୋନୁ ହିଙ୍ଗୋରା ଉପ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ କରିବା ସହ ଏବଂ ଜିଏସ୍‌ଟିରେ ଯେଉଁ ଜଟିଳତା ରହିଛି ତାକୁ ସରଳୀକରଣ ପାଇଁ କହିଥିଲେ। ମାଲବାହୀ ଟ୍ରକ୍‌ ଛତିଶଗଡ଼ରୁ ଆସିବା ବା ଓଡ଼ିଶାରୁ ଯିବାବେଳେ ଯେଉଁ ସମସ୍ୟା ହେଉଛି ସେ ନେଇ ଆଲୋଚନା କରାଯାଇଛି।
ସରକାରଙ୍କ ଯୋଜନାରୁ ଲାଭାର୍ଥୀଙ୍କୁ ନେଇ ଏକ ସମ୍ମିଳନୀ କରାଯାଇଥିଲା। ସେ ରାଜ୍ୟ ସରକାରଙ୍କ ଉପରେ ବିଗିଡ଼ିଥିଲେ। କେନ୍ଦ୍ର ଯୋଗାଇ ଦେଉଥିବା ଆର୍ଥିକ ସହାୟତାକୁ ରାଜ୍ୟ ସରକାର ଲୋକଙ୍କ କାମରେ ଲଗାଉ ନ ଥିବା ସେ କହିଛନ୍ତି। ୨୪ବର୍ଷର ଶାସନ କାଳରେ ସରକାର ନବରଙ୍ଗପୁର ଜିଲାରେ କଲେଜଟିଏ ଖୋଲି ନ ପାରିବା ସହ ଇଥାନଲ ପ୍ରକଳ୍ପ, ରେଳଲାଇନ ପାଇଁ ଜମି ଦେଲେନାହିଁ ବୋଲି ସେ କହିଛନ୍ତି। ଏଠାକାର ଚାଷୀଙ୍କୁ କାହିଁକି କିଷାନ କ୍ରେଡିଟ୍‌ କାର୍ଡ ଦିଆଯାଇନାହିଁ ବୋଲି ରାଜ୍ୟ ସରକାରଙ୍କୁ ବିଜୟ ଶର୍ମା ପ୍ରଶ୍ନ କରିଥିଲେ। ଓଡ଼ିଶାରେ ଭାଜପା ସରକାର ଆସିଲେ ଧାନ କୁଇଣ୍ଟାଲ ପିଛା ୩ହଜାର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଅପରାହ୍ନରେ ୩ ନମ୍ବର ଡଙ୍ଗରିଗୁଡ଼ା ଗ୍ରାମର ଶୀତଲା ମା’ଙ୍କ ପୂଜାରେ ଯୋଗଦେଇଥିଲେ। ସେଠାରୁ ଘର ଘର ବୁଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ ଫଟୋ ଉଠାଇଥିଲେ। ଚଳିତ ଥର ଲୋକ ସଭା ଓ ବିଧାନସଭାର ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେ ଅନୁରୋଧ କରିଥିଲେ। ଅପରାହ୍ନରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଛତିଶଗଡ଼ ଅଭିମୁଖେ ଯାତ୍ରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?