ଅଭିନେତ୍ରୀଙ୍କୁ ବନ୍ଧୁକ ମୁନରେ ଲୁଟିଲେ

ନୂଆଦିଲ୍ଲୀ, ୧୫।୯: ଅଭିନେତ୍ରୀ ନିକିତା ରାଓ୍ବାଲଙ୍କୁ କିଛି ଦୁର୍ବୃତ୍ତ ବନ୍ଧୁକ ମୁନରେ ଲୁଟିଛନ୍ତି। ନିକିତା ତାଙ୍କ ମାଉସୀଙ୍କ ଘରେ ଏକା ଥିବା ବେଳେ କିଛି ଦୁର୍ବୃତ୍ତ ମାସ୍କ ପିନ୍ଧି ବନ୍ଧୁକ ଦେଖାଇ ୭ ଲକ୍ଷ ଲୁଟି ନେଇଥିବା ଘଟଣା ସାମ୍ନାକୁ ଆସିଛି।

ଏକ ଶୁଟିଂ ପାଇଁ ସେ ଆସିଥିଲେ ଦିଲ୍ଲୀର ଶାସ୍ତ୍ରୀ ନଗରସ୍ଥିତ ମାଉସୀଙ୍କ ଘରକୁ। ଘଟଣା ସମୟରେ ସେ ଘରେ ଏକା ଥିଲେ। ଲୁଟେରାମାନେ ମାସ୍କ ପିନ୍ଧିଥିବାରୁ ସେମାନଙ୍କ ଚେହେରା ଦେଖିପାରି ନ ଥିବା ନିକିତା କହିଛନ୍ତି। ତାଙ୍କୁ ବନ୍ଧକ ରଖି ଦୁର୍ବୃତ୍ତମାନେ ଘରୁ ଲୁଟି ନେଇ ଯାଇଥିଲେ ୭ ଲକ୍ଷ ଟଙ୍କା। ୩୧ ବର୍ଷୀୟା ନିକିତା କହିଛନ୍ତି, ଲୁଟେରାଙ୍କ ଠାରୁ ବଞ୍ଚିବା ପାଇଁ ସେ ନିଜକୁ ଆଲମାରିରେ ଲକ୍‌ କରି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ନିକିତା ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ‘ମିଷ୍ଟର ହଟ୍‌ ମିଷ୍ଟର କୁଲ’ ଜରିଆରେ ବଲିଉଡ୍‌ରେ ପଦାର୍ପଣ କରିଥିଲେ। ତାଙ୍କ ଅଭୀନିତ ଆଉ ଏକ ଫିଲ୍ମ ‘ଦ ହିରୋ ଅଭିମନ୍ୟୁ’ ରିଲିଜ ହୋଇଥିଲା ୨୦୦୯ରେ। ଅରଶଦ ଓ୍ବାର୍ସିଙ୍କ ଆଗାମୀ ଫିଲ୍ମ ‘ରୋଟି, କପଡା, ମକ୍କାନ’ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ମାଣ୍ଡୋସ ପାଇଁ ବନ୍ଦ ରହିବ ୬ ଜିଲାର ସ୍କୁଲ, କଲେଜ

ଚେନ୍ନାଇ,୮।୧୨: ସମ୍ଭାବ୍ୟ ବାତ୍ୟା ମାଣ୍ଡୋସକୁ ନେଇ ତାମିଲନାଡୁର ୬ଟି ଜିଲାର ସମସ୍ତ ସ୍କୁଲ ଓ କଲେଜକୁ ସରକାର ବନ୍ଦ ଘୋଷଣା କରିଛନ୍ତି। ବାତ୍ୟା ପ୍ରଭାବରେ ଚେନ୍ନାଇ,...

ପୁଣେରେ ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ବିକ୍ୟୁ.୧ ପ୍ରଥମ ମାମଲା ଚିହ୍ନଟ

ପୁଣେ,୧୮।୧୦: ଭାରତରେ ଓମିକ୍ରନ୍‌ କୋଭିଡ -୧୯ର ସବ୍‌ଭାରିଆଣ୍ଟ ବିକ୍ୟୁ.୧ର ପ୍ରଥମ ମାମଲା ଚିହ୍ନଟ ହୋଇଛି। ପୁଣେରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଠାରେ ଏହି ଭାରିଆଣ୍ଟ ଚିହ୍ନଟ...

ସୁରତରେ ତିଆରି ହେଲା ଗୋଲ୍ଡ ଘାରି ମିଠା: କିଲୋ ପ୍ରତି ଦାମ ରହିଛି ୯୦୦୦ ଟଙ୍କା

ସୁରତ,୧।୧୧- ସୁରତର ଲୋକ ପର୍ବ ଚାନ୍ଦି ପାଦଭୋକୁ ନଜରରେ ରଖି ସୁରତ ସହରର ଏକ ମିଠା ଦୋକାନରେ ନିଆରା ମିଠା ପ୍ରସ୍ତୁତ କରାଯାଇଛି। ଏହି ମିଠାର...

ପୁଣି କେରଳ ବଢ଼ାଉଛି ଚିନ୍ତା

ଥିରୁଭାନ୍ତମପୁରମ,୬।୬: ଦେଶରେ ବ୍ୟାପିଥିବା କରୋନା ସଙ୍କଟ ମଧ୍ୟରେ କେରଳରେ ଏବେ ନୋରୋଭାଇରସ ମାମଲା ପୁଣି ଥରେ ଚିନ୍ତା ବଢ଼ାଇଛି। ଚଳିତ ମାସ କେରଳର ଭିଜିଞ୍ଜାମରେ ୨ଜଣ...

ବ୍ରିଜ ଭୂଷଣ ଶରଣ ସିଂ ମାମଲା: କୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୭।୫: ଯୌନ ନିର୍ଯ୍ୟାତନା ଅଭିଯୋଗର ସମ୍ମୁଖୀନ ହେଉଥିବା ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ମାମଲା ଥମିବାର ନାଁ...

ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ପ୍ରସ୍ତାବ ପାରିତ କଲା ଦେଶର ପ୍ରଥମ ଗାଁ

ଅହମ୍ମଦନଗର,୪।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ବିରୋଧରେ ମହାରାଷ୍ଟ୍ରର ଏକ ଗାଁରେ ପ୍ରସ୍ତାବ ପାରିତ ହୋଇଛି। ଅହମ୍ମଦନଗର ଜିଲାରେ ଥିବା ଇସ୍ଲାକ୍‌...

ଅନାସ୍ଥା ପ୍ରସ୍ତାବ ଈଶ୍ୱରଙ୍କ ଆଶୀର୍ବାଦ: ମୋଦି

ନୂଆଦିଲ୍ଲୀ,୧୦।୮: ଶେଷରେ ଅନାସ୍ଥା ପ୍ରସ୍ତାବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲୋକ ସଭାରେ ମତ ରଖିଛନ୍ତି। ଏହି ସମୟରେ ସେ କଂଗ୍ରେସ ସମେତ ପ୍ରାୟ...

ଥମୁଛି କରୋନା, ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ନୂଆଦିଲ୍ଲୀ, ୨୯।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର...

Advertisement
Archives

Model This Week