ମାନସିକ ଅସୁସ୍ଥ ମଣିଷଟି

ଡ.ବାସୁଦେବ ମିଶ୍ର

 

ଗାଡ଼ିମୋଟରରେ ଅଥବା ଚାଲିଚାଲି ଯିବାବେଳେ ଆମେ କେବେ କେମିତି କିଛି ଲୋକଙ୍କୁ ରାସ୍ତା କଡ଼ରେ, ଧୁମ୍‌ ଖରାରେ, ବର୍ଷାରେ ଅଥବା ଶୀତକାକରରେ ବସିଥିବାର, ଶୋଇଥିବାର ଦେଖୁ। ପ୍ରଚଣ୍ଡ ଖରାରେ ତାଙ୍କ ମୁଣ୍ଡ ଉପରେ ଗାମୁଛାଖଣ୍ଡେ ନ ଥାଏ କି ଜାଡ଼ ଶୀତରେ ତାଙ୍କ ଦେହରେ ଖଣ୍ଡେ ଗଞ୍ଜି କି ଶାର୍ଟ। ସେପରି ଲୋକଙ୍କୁ ଆମେ ପାଗଳ ବୋଲି କହି ମୁହଁ ବୁଲେଇ ଚାଲିଯାଉ। ସେମାନେ କ’ଣ ଖାଆନ୍ତି, କେଉଁଠି ରହନ୍ତି, ଏ ବିଷୟରେ ଆମେ ଚିନ୍ତାକରୁନା। ଚିନ୍ତା କରିବା ଆବଶ୍ୟକ ବି ମନେକରୁନା। କିନ୍ତୁ ଶରୀର ଅଛି ମାନେ କ୍ଷୁଧା ତ ଅଛି, ଖାଦ୍ୟ ତ ତା’ ପାଇଁ ନିଶ୍ଚୟ ଦରକାର। ବସ୍ତ୍ର ତ ଆବଶ୍ୟକ। ଲଜ୍ଜା ନିବାରଣ ପାଇଁ ବି, ଶୀତକାକର, ବର୍ଷା, ଖରାରୁ ରକ୍ଷା ପାଇବା ଲାଗି ବି। ଲଜ୍ଜାର ଅନୁଭବ ତା’ର ସିନା ନାହିଁ ଅନ୍ୟମାନଙ୍କର ତ ଅଛି। ଖରା, ଶୀତକାକରରେ ଶରୀରରେ କଷ୍ଟର ଅନୁଭବ ତା’ର ମସ୍ତିଷ୍କ ହୁଏତ ଗ୍ରହଣ କରିପାରେନାହିଁ। କିନ୍ତୁ ଶରୀର ତ କଷ୍ଟ ନିଶ୍ଚୟ ପାଉଛି। ଆମ ଘରେ କେହି ମାନସିକସ୍ତରରେ ଏମିତି ବିକୃତ ହେଲେ ଆମେ ତାଙ୍କର ଯତ୍ନ ନେଉ। ତାଙ୍କର ଖାଇବା ପିଇବାଠାରୁ ଆରମ୍ଭକରି ଔଷଧ, ଡାକ୍ତର ଏମିତି ଅନେକ ଦୃଷ୍ଟିରୁ ଆମେ ତାଙ୍କ କଥା ବୁଝୁ। ଯେଉଁମାନଙ୍କର କେହି ନାହାନ୍ତି ଯତ୍ନ ନେବା ପାଇଁ, ହୁଏତ ସେମାନଙ୍କ କ୍ଷେତ୍ରରେ ଏପରି ହେବା ସ୍ବାଭାବିକ। କିନ୍ତୁ ଏମିତି ଅନେକ ପରିବାର ଅଛନ୍ତି, ଏପରି ସ୍ଥିତିରେ ପରିବାରର ଅନ୍ୟମାନେ ସେହି ଲୋକଟିର ଯତ୍ନ ନେବା ପରିବର୍ତ୍ତେ ତାକୁ ଘରୁ ବାହାରକୁ ବାହାର କରିଦିଅନ୍ତି ରାସ୍ତାରେ ପଡ଼ି ମରିବା ପାଇଁ ଏବଂ ନିଜେ ଶାନ୍ତିରେ ରହିଥା’ନ୍ତି ଘର ଭିତରେ। କିଛିଦିନ ତଳେ ଜଣେ ଏମିତି ଲୋକଙ୍କୁ ତାଙ୍କ ପୁଅ ଘରଠାରୁ ବହୁଦୂରକୁ ନେଇଯାଇ କୌଣସି ବସ୍‌ଷ୍ଟାଣ୍ଡରେ ଛାଡ଼ି ଚାଲିଆସିବାର ଖବର ପ୍ରସାରିତ ହୋଇଥିଲା। ସତରେ କ’ଣ ଏମାନଙ୍କର କୌଣସି ଯତ୍ନର ଆବଶ୍ୟକ ହୁଏନା? ପରିବାର ଲୋକେ ସ୍ବାର୍ଥପରତା ହେତୁ ଅଥବା ଅନ୍ୟ କୌଣସି କାରଣରୁ ସେକଥା ବୁଝିଲେନି। ତେବେ ଯେଉଁ ସମାଜରେ ସେହି ଲୋକ ହୁଏତ ପାଞ୍ଚଜଣରେ ଜଣେ ହୋଇ ଏତିକି ଦିନ ବଞ୍ଚତ୍ଥିଲା, କିଛି ସାମାଜିକ କର୍ତ୍ତବ୍ୟ ସମ୍ପାଦନ କରିଥିଲା, ହୁଏତ ସରକାରୀ ଅବା ବେସରକାରୀ ଚାକିରି କରିଥିଲା, ବ୍ୟବସାୟ କରିଥିଲା, ସରକାରଙ୍କୁ କେତେବାଟରେ କେତେ ନା କେତେ କର ଦେଇଥିଲା, କେତେ ଲୋକଙ୍କର କେତେ ଉପକାର କରିଥିଲା। ସେଇ ଲୋକଟା ଆଜି ମାନସିକସ୍ତରରେ କିଛିଟା ଅସୁସ୍ଥ ବୋଲି ତା’ର ଯତ୍ନ ନ ନେଇ ଏମିତି ଛାଡ଼ିଦେବା କ’ଣ ଉଚିତ୍‌ ଅଖିଆ ଅପିଆ କଷ୍ଟ ଭୋଗକରି ରାସ୍ତାରେ ପଡ଼ି ମରିଯିବା ପାଇଁ?
ଏଥିପାଇଁ କୌଣସି ସ୍ବେଚ୍ଛାସେବୀ ସଂସ୍ଥା ଅଥବା ସରକାରଙ୍କର କୌଣସି ବିଭାଗ ସେମାନଙ୍କର ଚିକିତ୍ସା ଦିଗରେ ଯତ୍ନ କରିବା ଉଚିତ ନୁହେଁ? କୌଣସି ସ୍ବେଚ୍ଛାସେବୀ ସଂସ୍ଥାକୁ ସରକାରଙ୍କ ତରଫରୁ ଏଥିନିମନ୍ତେ ପ୍ରୋତ୍ସାହିତ କରାଯାଇ ପାରନ୍ତାନାହିଁ? ପ୍ରତି ଗ୍ରାମ ପଞ୍ଚାୟତ, ବ୍ଲକସ୍ତରରେ ଏମିତି ଏଣେତେଣେ ବୁଲୁଥିବା ମାନସିକସ୍ତରରେ ଅସୁସ୍ଥ ଲୋକମାନଙ୍କୁ ସେମାନଙ୍କର ଆବଶ୍ୟକ ଚିକିତ୍ସା ନିମନ୍ତେ ମାନସିକ ଅସୁସ୍ଥତା ସମ୍ବନ୍ଧିତ ଚିକିତ୍ସା କେନ୍ଦ୍ରରେ ରଖାଇ ଚିକିତ୍ସା କରିବା ଆବଶ୍ୟକ ମନେ ହୁଏନାହିଁ ?
ଆମ ପରିବାରର କେହି ମାନସିକସ୍ତରରେ ଏପରି ବିକୃତ ହେବା ଜଣାଗଲେ ଆମେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇ, ତାଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ଚେଷ୍ଟାକରୁ। ଏସବୁ ସତ୍ତ୍ୱେ ବି କିଛି ଅସଫଳତାର ପ୍ରଶ୍ନ ରହିଛି। ସେପରି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶକ୍ରମେ ଆମେ ତାଙ୍କୁ ମାନସିକ ବିକୃତମାନଙ୍କ ପାଇଁ ଉଦ୍ଦିଷ୍ଟ ଡାକ୍ତରଖାନାରେ ଭର୍ତ୍ତି କରାଇ ଦୀର୍ଘଦିନ ଚିକିତ୍ସା କରିବାର ସବୁ ବନ୍ଦୋବସ୍ତ କରିଦେଉ ଏବଂ ଶୀଘ୍ର ସୁସ୍ଥହୋଇ ଘରକୁ ଫେରିଆସିବା ବାଟକୁ ଚାତକପରି ଅନାଇବସୁ। ଆଖିରୁ ଲୁହ ଗଡ଼ାଇ ଠାକୁରଙ୍କ ପାଖରେ ଗୁହାରି କରୁ। ସୁସ୍ଥ ହେବାର ଖବର ମିଳିଲେ ଆମେ ଯାଇ ଆଦର ଯତ୍ନର ସହିତ ତାଙ୍କୁ ପୁଣି ଘରକୁ ଫେରାଇଆଣୁ। ଏଇଠି ଥାଏ ହୃଦୟବତ୍ତା, ପ୍ରେମ ଆଉ ମଣିଷ ମଣିଷ ଭିତରେ ଥିବା ସମ୍ପର୍କ। ଆମ ଘର ପୁଣି ପୂର୍ବପରି ହସିଉଠେ ସମସ୍ତଙ୍କୁ ସାଥିରେ ନେଇ।
ବେଳେବେଳେ ମନେହୁଏ କେବଳ ରାସ୍ତାରେ ଏମିତି ଅବସ୍ଥାରେ ବୁଲୁଥିବା ଲୋକ ନୁହନ୍ତି, ଆମ ସମାଜରେ ମାନସିକସ୍ତରରେ ବିକୃତମାନଙ୍କ ସଂଖ୍ୟା କାହିଁ କେତେ, ଯାହାର ହିସାବ ହୁଏତ କାହାପାଖରେ ନାହିଁ। ସୁସ୍ଥ ଭଳି ଦେଖାଯାଉଥିବା, ନିଜକୁ ସୁସ୍ଥ ବୋଲି ଦାବି କରୁଥିବା ଅନେକ ଲୋକଙ୍କ ଭିତରେ କେତେପ୍ରକାରର ମାନସିକ ଅସୁସ୍ଥତା ରହିଛି। ମଣିଷ ମଣିଷ ଭିତରେ ସମ୍ପର୍କକୁ ନଷ୍ଟକରି, ମାନବୀୟ ଧର୍ମ, ଦୟା, କ୍ଷମା, ପରୋପକାର, ସହିଷ୍ଣୁତା ଏସବୁକୁ ଭୁଲି ଯେଉଁମାନେ ନିଜ ପରିବାର ଲୋକଙ୍କର ଯତ୍ନ ନ ନେଇ ଘରୁ ବାହାର କରିଦିଅନ୍ତି, ସେମାନେ ନିଜେ ମାନସିକସ୍ତରରେ ଅସୁସ୍ଥ ନୁହନ୍ତି? ଯେଉଁମାନେ ଧନ ମୋହରେ ପଡ଼ି ଅନ୍ୟାୟରେ ଅନ୍ୟର ଧନକୁ ଆତ୍ମସାତ୍‌ କରନ୍ତି, ସ୍ବାର୍ଥରେ ଅନ୍ଧହୋଇ ଅନ୍ୟର ଧନ ଜୀବନକୁ ନେଇ ଖେଳ ଖେଳନ୍ତି, ମଣିଷକୁ ନେଇ, ମଣିଷର ଅଙ୍ଗକୁ ନେଇ ବ୍ୟବସାୟ କରନ୍ତି, ସେମାନେ ମାନସିକସ୍ତରରେ ବିକୃତ ନୁହନ୍ତି? ମିଥ୍ୟା ପ୍ରବଞ୍ଚନା ଦ୍ୱାରା ଅନ୍ୟକୁ ହଇରାଣ କରି, କଷ୍ଟ ଦେଇ ନିଜେ ଖୁସି ହେବା ମାନସିକ ବିକୃତି ନୁହେଁ। ତୀବ୍ର ରାଜନୀତିକ, ଗୋଷ୍ଠୀଗତ ମନୋଭାବକୁ ମନରେ ରଖି ସମାଜରେ ଅସ୍ଥିରତା ସୃଷ୍ଟି କରୁଥିବା, ଶିଶୁକନ୍ୟାମାନଙ୍କୁ ଯୌନନିର୍ଯାତନା ଦେଉଥିବା ବ୍ୟକ୍ତିମାନେ ମାନସିକସ୍ତରରେ ବିକୃତ ନୁହନ୍ତି? ସମାଜର ଏପରି ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ନିତାନ୍ତ ଆବଶ୍ୟକ ମନେହୁଏ।
ବେଳେବେଳେ ବିଭିନ୍ନ କାରଣରୁ ଆମେ ମାନସିକସ୍ତରରେ ଅସୁସ୍ଥ ଅଥବା କ୍ଳାନ୍ତ ହୋଇପଡ଼ୁ। ଅବଶ୍ୟ ତାହା ସାମୟିକ। ଚେତନାରେ ଥାଇ ମଧ୍ୟ ଆମ ଚାରିପଟେ କ’ଣ ଘଟୁଛି ତାହା ଜାଣିପାରୁନା। ମା’ ଆସି ତିନିଥର ଖାଇବା ପାଇଁ ଡାକିଲେ ମଧ୍ୟ ପଠନରେ ଅଭିନିବିଷ୍ଟ ସନ୍ତାନମାନେ ଜାଣିପାରନ୍ତିନାହିଁ। ଆମେ କିଛି ଲେଖିସାରିବା ପରେ କଲମର କ୍ୟାପ୍‌ଟିକୁ ଖୋଜୁ ଘରର ଚାରିଆଡ଼େ। କ୍ୟାପ୍‌ଟି କିନ୍ତୁ ଆମ ବାଁ ହାତର ମୁଠାଭିତରେ ହିଁ ଥାଏ। ଖବରକାଗଜ ପଢ଼ିବା ପାଇଁ ଜେଜେବାପା ଚଷମାଟାକୁ ଖୋଜି ପାଉନାହାନ୍ତି ବୋଲି ସକାଳୁ ସମସ୍ତଙ୍କ ଉପରେ ଖପା ହେଲେଣି ମନେମନେ। ଜେଜେମା’ ଆଉ ନାତିନାତୁଣୀଙ୍କୁ ଡାକିଲେଣି କେତେଥର ଚଷମା ଖୋଜିଦେବା ପାଇଁ। ଶେଷକୁ ଜେଜେମା’ ଆସି ଦେଖନ୍ତି ତ ଚଷମା ଜେଜେବାପାଙ୍କ ନାକ ଉପରେ ଚଢ଼ି ବସିଛି।
ଯେଉଁମାନେ ବାସ୍ତବରେ ମାନସିକସ୍ତରରେ ଅସୁସ୍ଥ, ସେମାନଙ୍କ ଚିକିତ୍ସା ପାଇଁ ଆମ ଦେଶରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ନିହାତି ଆବଶ୍ୟକ ମନେହୁଏ। ସେମାନଙ୍କୁ ଚିହ୍ନଟକରି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଡାକ୍ତରଖାନାରେ ଭର୍ତ୍ତି ୦କରାଇବା ଏବଂ ସେମାନଙ୍କର ଉପଯୁକ୍ତ ଚିକିତ୍ସା ଲାଗି ସରକାରୀସ୍ତରରେ କିଛି ଆର୍ଥିକ ସାହାଯ୍ୟ ସହିତ ଯୁବଶ୍ରେଣୀକୁ ଏ ଦିଗରେ ପ୍ରୋତ୍ସାହିତ କରାଯାଇପାରିଲେ ଅନେକ ମାନସିକ ଅସୁସ୍ଥ ବ୍ୟକ୍ତି ସୁସ୍ଥ ହୋଇ ସମାଜର ମୁଖ୍ୟଧାରାକୁ ଫେରି ଆସିପାରନ୍ତେ।
ଦଶରଥପୁର, ଯାଜପୁର
ମୋ-୯୪୩୮୩୨୮୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?