ମୌଳିକ ସୁବିଧାରୁ ବଞ୍ଚିତ ଶବର ନଗରବାସୀ

ପାରଳାଖେମୁଣ୍ଡି, ୧୭ା୪ (ଡି.ଏନ୍‌.ଏ): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡ଼ା ପଞ୍ଚାୟତ ଅନ୍ତର୍ଗତ ଶବର ନଗର ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତାଘାଟ ନଥିବା ଦେଖିବାକୁ ମିଳିଛି। ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା ରାସ୍ତାଘାଟର ଚିହ୍ନବର୍ଣ୍ଣ ନାହିଁ । ଗ୍ରାମବାସୀ ଜମିହୁଡା କିମ୍ବା ଲଟାବୁଦା ପାଦଚଲା ରାସ୍ତା ଦେଇ ଗମନାଗମନ କରୁଛନ୍ତି। ପ୍ରାୟ ୧୫ ପରିବାରର ୫୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଗ୍ରାମଟି ଉପଲଡା-ଗୁରାଣ୍ଡି ମୁଖ୍ୟ ରାସ୍ତା ଠାରୁ ମାତ୍ର ୫୦୦ମିଟର ଦୂରତା ପଡୁଥିବା ବେଳେ କ୍ୱାରୀ ରାସ୍ତା ଠାରୁ ପ୍ରାୟ ୩୦୦ମିଟର ଦୂରତାରେ ଅବସ୍ଥିତ। ୩୦୦ମିଟର ରାସ୍ତା ଅବସ୍ଥା କହିଲେ ନସରେ। ଉକ୍ତ ଗ୍ରାମଟି ପାହାଡ଼ ପାଦଦେଶରେ ରହିଛି । ସମୟେ ସମୟେ ଜଙ୍ଗଲି ଜନ୍ତୁ ଗ୍ରାମକୁ ଆସିଯାଇଥାନ୍ତି। ବର୍ଷା ଦିନେ ପାହାଡିଆ ପାଣି ପ୍ରବେଶ କରି ଘରଦ୍ୱାର ନଷ୍ଟ କରିଦେଉଛି । ଗ୍ରାମରେ ମାତ୍ର ଗୋଟିଏ ପକ୍କା ଘର ରହିଛି। ଅନ୍ୟାନ୍ୟ ସବୁ ମାଟିଝାଟି ତଥା ଟିଣଚଦର ଆବୃତ ହୋଇରହିଛି । କେତେକ ଘରର କାନ୍ଥ ପଡିଯାଇ ଥିବାରୁ ଲୋକେ ଖୋଲାମେଲାରେ ବସବାସ କରୁଛନ୍ତି। ପଥରିଆ ରାସ୍ତା ଚଢି ଲୋକେ ଘରକୁ ଯାତାୟତ କରିଥାନ୍ତି। ସମସ୍ତଙ୍କ ପାଖରେ ଭୋଟର କାର୍ଡ ସହ ଆଧାର କାର୍ଡ ରହିଥିବା ବେଳେ ଏମାନଙ୍କୁ ଆଜିଯାଏଁ ରାସନ ସାମଗ୍ରୀ ମିଳୁନଥିବା ମଧ୍ୟ ପ୍ରକାଶ କରିଛନ୍ତି । ପ୍ରଶାସନ ପକ୍ଷରୁ ପାନୀୟ ଜଳ ପାଇଁ ଦୁଇଟି ନଳକୂପ ଏବଂ ଗୋଟିଏ କୂପର ବ୍ୟବସ୍ଥା ହୋଇଛି । ଏହା ସହ ବିଦ୍ୟୁତିକରଣ ବ୍ୟବସ୍ଥା ମଧ୍ୟ କରାଯାଇଛି। ନଳକୂପ ଗୁଡିକ ସଠିକ ଭାବେ କାମ କରୁ ନଥିବା ଏବଂ ଏଥିରୁ କଳଙ୍କିଯୁକ୍ତ ପାଣି ବାହାରୁ ଥିବା ବେଳେ ଗ୍ରୀଷ୍ମଦିନେ ପାଣି ଆସୁନଥିବା ଜଣାଇଛନ୍ତି । କୂଅଟି ମଧ୍ୟ ଶୁଖିଯାଉଛି । ଫଳରେ ଲୋକେ ପାଣି ପାଇଁ ଡହଳବିକଳ ହେଉଥିବା ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଗ୍ରାମବାସୀ ମୂଲ ଲାଗି ପରିବାର ଚଳାଉଥିବା ବେଳେ ଏମାନଙ୍କ ଆର୍ଥିକ ମେରୁଦଣ୍ଡ ସ୍ବଚ୍ଛଳ ନୁହେଁ । ତେଣୁ ଗ୍ରାମ୍ୟରାସ୍ତା ନିର୍ମାଣ କରିବା ପାଇଁ ପ୍ରଶାସନକୁ ଗୁହାରି କରିଛନ୍ତି । ଏ ନେଇ ଗୋଷାଣି ବିଡିଓ ନୀଳମାଧବ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ କହିଛନ୍ତି, ଶବର ନଗର ଗ୍ରାମକୁ ପରିଦର୍ଶନ କରି ରାସ୍ତାଘାଟ ସମସ୍ୟା ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ଅତି ଶୀଘ୍ର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?