ମୌଳିକ ସୁବିଧାରୁ ବଞ୍ଚିତ ଶବର ନଗରବାସୀ

ପାରଳାଖେମୁଣ୍ଡି, ୧୭ା୪ (ଡି.ଏନ୍‌.ଏ): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡ଼ା ପଞ୍ଚାୟତ ଅନ୍ତର୍ଗତ ଶବର ନଗର ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତାଘାଟ ନଥିବା ଦେଖିବାକୁ ମିଳିଛି। ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା ରାସ୍ତାଘାଟର ଚିହ୍ନବର୍ଣ୍ଣ ନାହିଁ । ଗ୍ରାମବାସୀ ଜମିହୁଡା କିମ୍ବା ଲଟାବୁଦା ପାଦଚଲା ରାସ୍ତା ଦେଇ ଗମନାଗମନ କରୁଛନ୍ତି। ପ୍ରାୟ ୧୫ ପରିବାରର ୫୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଗ୍ରାମଟି ଉପଲଡା-ଗୁରାଣ୍ଡି ମୁଖ୍ୟ ରାସ୍ତା ଠାରୁ ମାତ୍ର ୫୦୦ମିଟର ଦୂରତା ପଡୁଥିବା ବେଳେ କ୍ୱାରୀ ରାସ୍ତା ଠାରୁ ପ୍ରାୟ ୩୦୦ମିଟର ଦୂରତାରେ ଅବସ୍ଥିତ। ୩୦୦ମିଟର ରାସ୍ତା ଅବସ୍ଥା କହିଲେ ନସରେ। ଉକ୍ତ ଗ୍ରାମଟି ପାହାଡ଼ ପାଦଦେଶରେ ରହିଛି । ସମୟେ ସମୟେ ଜଙ୍ଗଲି ଜନ୍ତୁ ଗ୍ରାମକୁ ଆସିଯାଇଥାନ୍ତି। ବର୍ଷା ଦିନେ ପାହାଡିଆ ପାଣି ପ୍ରବେଶ କରି ଘରଦ୍ୱାର ନଷ୍ଟ କରିଦେଉଛି । ଗ୍ରାମରେ ମାତ୍ର ଗୋଟିଏ ପକ୍କା ଘର ରହିଛି। ଅନ୍ୟାନ୍ୟ ସବୁ ମାଟିଝାଟି ତଥା ଟିଣଚଦର ଆବୃତ ହୋଇରହିଛି । କେତେକ ଘରର କାନ୍ଥ ପଡିଯାଇ ଥିବାରୁ ଲୋକେ ଖୋଲାମେଲାରେ ବସବାସ କରୁଛନ୍ତି। ପଥରିଆ ରାସ୍ତା ଚଢି ଲୋକେ ଘରକୁ ଯାତାୟତ କରିଥାନ୍ତି। ସମସ୍ତଙ୍କ ପାଖରେ ଭୋଟର କାର୍ଡ ସହ ଆଧାର କାର୍ଡ ରହିଥିବା ବେଳେ ଏମାନଙ୍କୁ ଆଜିଯାଏଁ ରାସନ ସାମଗ୍ରୀ ମିଳୁନଥିବା ମଧ୍ୟ ପ୍ରକାଶ କରିଛନ୍ତି । ପ୍ରଶାସନ ପକ୍ଷରୁ ପାନୀୟ ଜଳ ପାଇଁ ଦୁଇଟି ନଳକୂପ ଏବଂ ଗୋଟିଏ କୂପର ବ୍ୟବସ୍ଥା ହୋଇଛି । ଏହା ସହ ବିଦ୍ୟୁତିକରଣ ବ୍ୟବସ୍ଥା ମଧ୍ୟ କରାଯାଇଛି। ନଳକୂପ ଗୁଡିକ ସଠିକ ଭାବେ କାମ କରୁ ନଥିବା ଏବଂ ଏଥିରୁ କଳଙ୍କିଯୁକ୍ତ ପାଣି ବାହାରୁ ଥିବା ବେଳେ ଗ୍ରୀଷ୍ମଦିନେ ପାଣି ଆସୁନଥିବା ଜଣାଇଛନ୍ତି । କୂଅଟି ମଧ୍ୟ ଶୁଖିଯାଉଛି । ଫଳରେ ଲୋକେ ପାଣି ପାଇଁ ଡହଳବିକଳ ହେଉଥିବା ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଗ୍ରାମବାସୀ ମୂଲ ଲାଗି ପରିବାର ଚଳାଉଥିବା ବେଳେ ଏମାନଙ୍କ ଆର୍ଥିକ ମେରୁଦଣ୍ଡ ସ୍ବଚ୍ଛଳ ନୁହେଁ । ତେଣୁ ଗ୍ରାମ୍ୟରାସ୍ତା ନିର୍ମାଣ କରିବା ପାଇଁ ପ୍ରଶାସନକୁ ଗୁହାରି କରିଛନ୍ତି । ଏ ନେଇ ଗୋଷାଣି ବିଡିଓ ନୀଳମାଧବ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ କହିଛନ୍ତି, ଶବର ନଗର ଗ୍ରାମକୁ ପରିଦର୍ଶନ କରି ରାସ୍ତାଘାଟ ସମସ୍ୟା ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ଅତି ଶୀଘ୍ର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri