ଏ.ଜି . କାର୍ଯ୍ୟାଳୟରେ ପହଞ୍ଚିନି ୪୦୦ ଜଣଙ୍କର ଅବସରକାଳୀନ ପେନ୍‌ସନ୍‌

ଛତ୍ରପୁର,୨୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରାୟ ୪୦୦ ଜଣଙ୍କର ଅବସରକାଳୀନ ପେନ୍‌ସନ୍‌ କାଗଜପତ୍ର ଭୁବନେଶ୍ୱରସ୍ଥିତ ଏ.ଜି କାର୍ଯ୍ୟାଳୟରେ ପହଞ୍ଚି ନ ଥିବାରୁ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇବାକୁ ଅପେକ୍ଷାରେ ଅଛନ୍ତି। ଅପରପକ୍ଷରେ ଭୁବନେଶ୍ୱରର ଏଜି ଅଫିସର ଉଚ୍ଚ ପଦସ୍ଥ ଅଧିକାରୀଙ୍କଠାରୁ ଆରମ୍ଭ କରି ଅଧସ୍ଥନ କର୍ମଚାରୀ ଗୁରୁବାର ଗଞ୍ଜାମ ଜିଲା ଛତ୍ରପୁର ଆସି ୨ ଦିନିଆ ପେନ୍‌ସନ୍‌ ଅଦାଲତ ଆରମ୍ଭ କରିଛନ୍ତି। ଜିଲାସ୍ତରୀୟ ପେନ୍‌ସନ୍‌ ଅଦାଲତ ସ୍ଥାନୀୟ ‘ଋଷିକୂଲ୍ୟା’ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଜିଲା ମାଜିଷ୍ଟ୍ରେଟ୍‌ ତଥା ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ବରିଷ୍ଠ ଉପମହାଲେଖାର ଶ୍ରୀରାଜ ଅଶୋକ ପେନ୍‌ସନ୍‌ ମଞ୍ଜୁରକର୍ତ୍ତା ଠିକ୍‌ ସମୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ପେନ୍‌ସନ୍‌ କାଗଜପତ୍ର ଏ. ଜି କାର୍ଯ୍ୟାଳୟକୁ ପଠାଯାଉ ନ ଥିବାରୁ ପେନ୍‌ସନ୍‌ ପ୍ରଦାନରେ ବିଳମ୍ବ ହେଉଛି ବୋଲି ପ୍ରକାଶ କରିଥିଲେ। ସେମାନଙ୍କର ପେନ୍‌ସନ୍‌ କାଗଜପତ୍ର ଯଦି ଏହି ଅଦାଲତରେ ଉପସ୍ଥାପନ କରାଯାଇପାରିବ ସେମାନେ ଆସନ୍ତା ୭ ଦିନ ମଧ୍ୟରେ ସେମାନଙ୍କ ଅବସରକାଳୀନ ପ୍ରାପ୍ୟ ଏ.ଜି କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇପାରିବ ବୋଲି ଉପମହାଲେଖାର ସୁଶ୍ରୀ ଅରୁଣା କହିଥିଲେ l ଅତିରିକ୍ତ ଜିଲାପାଳ ଶ୍ରୀମତୀ ଖେସ୍‌ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡେପୁଟି କଲେକ୍ଟର ସୁକାନ୍ତ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅଭିଯୋଗ ଶୁଣାଣି କରି ୮ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟର ମଞ୍ଜୁରୀ ଆଦେଶ ପ୍ରଦାନ କରିଥିଲେ l ବରିଷ୍ଠ ଲେଖା ଅଧିକାରୀ ନାଗେଶ ରାଓ ଓ ମନୋରଞ୍ଜନ ପାଣିଗ୍ରାହୀ ଏହି ପେନ୍‌ସନ୍‌ ଅଦାଲତ ପରିଚାଳନା କରିବା ସହ ନୂଆ ପଦ୍ଧତି ଅନ୍‌ଲାଇନ୍‌ ମାଧ୍ୟମରେ କିପରି ପେନ୍‌ସନ୍‌ କାଗଜ ଏ.ଜି କାର୍ଯ୍ୟାଳୟକୁ କିପରି ପଠାଯାଇପାରିବ ତା’ ଉପରେ ମଞ୍ଜୁରକର୍ତ୍ତାମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ଅଦାଲତକୁ ସହକାରୀ କଲ୍ୟାଣ ଅଧିକାରୀ ସୁଦର୍ଶନ ସାହୁ, କଲ୍ୟାଣ କୁମାର ପଣ୍ଡା, ସ୍ବତନ୍ତ୍ର ଅଧିକାରୀ ପୁରୁଷୋତ୍ତମ ବଳ, ପ୍ରତିଷ୍ଠାନ ଅଧିକାରୀ ଲଷ୍ମୀନାରାୟଣ ପାଣିଗ୍ରାହୀ, ଚନ୍ଦ୍ରଶେଖର ବେହେରା, ନିରଞ୍ଜନ ଚୌଧୁରୀ ଓ ପାପୁନ କୁମାର ପଢ଼ିଆରୀ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଆଦିବାସୀ ମହାସଂଘ ପକ୍ଷରୁ ଧାରଣା

ଯୋଡ଼ା, ୧୫।୧୧(ଡି.ଏନ.ଏ.)- ହୀଦ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସ ପାଳନ ଅବସରରେ ବିଶ୍ୱ ଆଦିବାସୀ ମହାସଂଘ ପକ୍ଷରୁ ଶୁକ୍ରବାର ପୁର୍ବାହ୍ନରେ କେନ୍ଦୁଝର ଜିଲା ଯୋଡା...

ବଜ୍ରପାତରେ ଚାଲିଗଲା ୨ ଯୁବକଙ୍କ ଜୀବନ

ଧର୍ମଶାଳା,୪।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଗଡ଼ମଧୁପୁର ପଞ୍ଚାୟତ ଭୂବନପୁର ଗ୍ରାମର ୨ ଜଣ ଯୁବକଙ୍କ ମଙ୍ଗଳବାର ବଜ୍ରପାତରେ ମୃତ୍ୟୁ ଘଟିଛି।...

କପିଳେଶ୍ବରପୁର ଶାସନ ପ୍ରାଥମିକ ବିଦ୍ୟାଳୟ ଉଚ୍ଛେଦ ନେଇ ଅସନ୍ତୋଷ: ଜିଲାପାଳ, ବିଧାୟିକାଙ୍କୁ ଫେରାଦ ହେଲେ ଗ୍ରାମବାସୀ

ପୁରୁଷୋତ୍ତମପୁର,୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ୱାର୍ଡ ନଂ ୧୨ରେ ଥିବା ଐତିହାସିକ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ ଉଚ୍ଛେଦ କରି ଅନ୍ୟ ବିଦ୍ୟାଳୟରେ ମିଶ୍ରଣ...

ବିକାଶର ବାଟ ଓଗାଳୁଛି ଟିପଚିହ୍ନ

ବୈପାରୀଗୁଡ଼ା,୨୨ା୪(ଡି.ଏନ୍‌.ଏ.):ବୈପାରୀଗୁଡ଼ା ବ୍ଲକ ବାଲିଗଁ। ପଞ୍ଚାୟତ ଲିମାଲାଡ଼ି ଗ୍ରାମର ବିଧବା ବୃଦ୍ଧା ସନମତି କାକଲପଡ଼ିଆ । ପିଲାଛୁଆ କେହି ନାହାନ୍ତି। ଏଭଳି ଅସହାୟ ଅବସ୍ଥାରେ ମୁଣ୍ଡ ଗୁଞ୍ଜିବା...

ଏନ୍‌କାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର

ରାଉରକେଲା, ୧୪।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅନ୍ତର୍ଗତ ବିଶ୍ରା ମଣ୍ଡପ ନିକଟରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଅପରାଧୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ...

ଆସନ୍ତାକାଲିଠୁ ଖୋଲିବ ମା’ ତାରିଣୀ ମନ୍ଦିର: ମାନିବାକୁ ପଡ଼ିବ ଏସବୁ ନିୟମ

କେନ୍ଦୁଝର,୨ା୩(ସ୍ବ.ପ୍ର.): କୋଭିଡ୍‌ ଆଇନରେ କୋହଳ ହେବା ପରେ ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୩ରୁ ଘଟଗାଁ ମା’ ତାରିଣୀ ପୀଠ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ପାଇଁ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଅନୁଗୋଳ ଅଫିସ,୧୨।୫: ହାତୀ ଆକ୍ରମଣରେ ଅନୁଗୋଳ ଜିଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ଗଡତରାସ ପଞ୍ଚାୟତ ଅଧୀନ ଯାମୁଣ୍ଡା କୂଳିଆପଶି ସାହିର ଜଣେ ବୃଦ୍ଧାଙ୍କ ଶୁକ୍ରବାର ମୃତ୍ୟୁ...

ହାତୀ ଆକ୍ରମଣରେ ଯୁବକ ଗୁରୁତର

ସଜନାଗଡ଼, ୨୯।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଥିବା କୁଲଡ଼ିହା ଅଭୟାରଣ୍ୟରେ ହାତୀଙ୍କ ଉପତ୍ାତ ଦିନକୁ ଦିନ ବଢ଼ି ଚାଲିଛି। କେତେବେଳେ ଚାଷଜମିର କ୍ଷତି କରୁଛନ୍ତି ତ,...

Advertisement
Archives

Model This Week