କଟକର ଗରିମା ତୁଳସୀପୁର

କଟକ ଅଫିସ,୨୫ା୮: ପ୍ରାଚୀନ କଟକ ସହରର ପ୍ରମୁଖ ପରିଚିତି ପୂର୍ବାଞ୍ଚଳର ତୁଳସୀପୁର। ସାମାଜିକ, ଅର୍ଥନୈତିକ, ନ୍ୟାୟିକ, ଆଧ୍ୟାତ୍ମିକ, ରାଜନୈତିକ, ସାଂସ୍କୃତିକ, ଶୈକ୍ଷିକ ଆଦି ବିଭିନ୍ନ ଦିଗକୁ ଅବଲୋକନ କଲେ କଟକର ଗାରିମାକୁ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଉଜ୍ଜ୍ୱଳ କରିଛି ଏହି ତୁଳସୀପୁର। ମହାନଦୀକୁ ଲାଗି ଏହାର ଅବସ୍ଥିତି ଏକ ସବୁଜିମାଭରା ଶାନ୍ତ, ସୁନ୍ଦର ପରିବେଶ ସୃଷ୍ଟି କରିଛି। ଏଥିସହ କଟକର ନାନା ସମ୍ପ୍ରଦାୟ ମଧ୍ୟରେ ରହିଥିବା ଭାଇଚାରା ଏଠାରେ ବେଶ୍‌ ସୁସ୍ପଷ୍ଟ। ବିଚାରପତି, ରାଜନେତା, କଳାକାର, ସାହିତି୍ୟକ, ଶିକ୍ଷାବିତ୍‌, ଆଇନ୍‌ଜୀବୀ, ବ୍ୟବସାୟୀ, ସାମ୍ବାଦିକ ଆଦି ବିଭିନ୍ନ ବର୍ଗର ଲୋକଙ୍କ ସହାବସ୍ଥାନ ତୁଳସୀପୁରକୁ ଦେଇଛି ଅନନ୍ୟ ପରିଚୟ। ସେହିପରି ଏଠାରେ ଅବସ୍ଥିତ ପ୍ରବାଦପୁରୁଷ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦଭବନ, ମଧୁବାବୁଙ୍କ ସମାଧିପୀଠ ଗୋରାକବର, ସାରସ୍ବତ ପୀଠ ସାରଳା ଭବନ, ହରିଣପାର୍କ ଆଦି ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି। ସମୟକ୍ରମେ ତୁଳସୀପୁରର ଭୌଗୋଳିକ ଅବସ୍ଥାରେ ସେତେଟା ପରିବର୍ତ୍ତନ ହୋଇ ନ ଥିଲେ ସୁଦ୍ଧା ବହୁ ଘରଦ୍ୱାର, ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ି ଉଠିଛି। ଏପରି କି ଜନବସତି ବଢ଼ିବାରେ ମଧ୍ୟ ଲାଗିଛି। ଲୋକଙ୍କୁ ଉନ୍ନତମାନର ରାସ୍ତାଘାଟ, ଡ୍ରେନ୍‌ ଏବଂ ପାନୀୟ ଜଳ ଯୋଗାଇଦେବା ଉପରେ ପୌର ପ୍ରଶାସନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ସତ୍ତ୍ୱେ ଆହୁରି ସୁୁବିଧାର ଆବଶ୍ୟକ ରହିଥିବା ଅଞ୍ଚଳବାସୀ ମତ ଦେଇଛନ୍ତି।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ୧୯୧୬ ମାର୍ଚ୍ଚ ୫ରେ ତୁଳସୀପୁରରେ ଜନ୍ମଲାଭ କରିଥିଲେ। ବିଜୁବାବୁଙ୍କ ପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପରିବାର ପକ୍ଷରୁ ଆନନ୍ଦଭବନକୁ ସରକାରଙ୍କ ହାତକୁ ଟେକି ଦିଆଯିବା ପରେ ଏହା ନୂତନ ରୂପ ପାଇ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ଭାବରେ ପରିଚିତି ଲାଭ କରିଛି। ୨୦୧୮ ମାର୍ଚ୍ଚ ୧୭ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଲୋକାର୍ପଣ କରିଥିଲେ। ଏଠାରେ ବିଜୁବାବୁଙ୍କ ପାରିବାରିକ, ରାଜନୈତିକ ଜୀବନ ସମ୍ପର୍କିତ ଫଟୋଚିତ୍ର, ବ୍ୟବହାର କରୁଥିବା ପୋଷାକ, ଆସବାବପତ୍ର, ଜନ୍ମ କୁଣ୍ଡଳୀ, ହସ୍ତାକ୍ଷର ଆଦିକୁ ୬ଟି ଗ୍ୟାଲେରିରେ ଆକର୍ଷଣୀୟ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି। ଏକ ରାଜନୈତିକ ପୃଷ୍ଠଭୂମିର ଫଟୋଚିତ୍ରଟିଏ ଯେଉଁଥିରେ ବିଜୁବାବୁଙ୍କ ସହ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଅଛନ୍ତି, ତାହା ଝଡ଼ର ଇଗଲ ଓ ମାଟିର ନନ୍ଦିନୀ ଲେଖାର ସାର୍ଥକତାକୁ ପର୍ଯ୍ୟଟକଙ୍କ ଆଗରେ ପ୍ରତିପାଦିତ କରୁଛି।

ସ୍ଥାନୀୟ ଅଧିବାସୀଙ୍କ ଉଦ୍ୟମରେ ପ୍ରଥମ ପାଠାଗାର ଭାବେ ୧୯୮୩ରେ ସ୍ଥାପିତ ହୋଇଥିଲା ମଧୁସୂଦନ ପାଠାଗାର। ମଧୁସୂଦନ ନଗର ଉନ୍ନୟନ ସମିତି ଦ୍ୱାରା ପାଠାଗାର ପରିଚାଳିତ। ପ୍ରାୟ ୪୦ ଜଣ ବସି ପଢ଼ି ପାରିବାର ବ୍ୟବସ୍ଥା ଏଠାରେ ରହିଛି।

ଓଡ଼ିଆ ଜାତିର ଅସ୍ମିତା ମଧୁ ବାରିଷ୍ଟରଙ୍କ ସମାଧିପୀଠ ଗୋରାକବର ଅନ୍ୟତମ ଆକର୍ଷଣ ତୁଳସୀପୁରର। ରାଜ୍ୟ ସରକାର ଏହି ପୀଠକୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେଇଆସିଥିଲେ ବି ସାଧାରଣ ଶ୍ମଶାନଠାରୁ ଏହି ପୀଠକୁ ଅଲଗା କରି ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବି ହୋଇଆସୁଛି। ମଧୁବାବୁଙ୍କୁ ଜୟନ୍ତୀ ଓ ଶ୍ରାଦ୍ଧରେ ପୁଷ୍ପାମାଲ୍ୟ ଓ ଶ୍ରଦ୍ଧାସୁମନ ଦେବାକୁ ସରକାରୀ ଓ ବେସରକାରୀ ଭାବେ ଏଠାରେ ବେଶ୍‌ ଭିଡ଼ ଜମିଥାଏ।

ଟିଭି ସେଣ୍ଟର ରୋଡ୍‌ ନାମରେ ପରିଚିତ ଏହି ଅଞ୍ଚଳର ପରିଚିତି ଦୂରଦର୍ଶନ କେନ୍ଦ୍ରକୁ ନେଇ। ଓଡ଼ିଶାରେ ପ୍ରଥମ କରି ୧୯୭୩ ରେ ଏଠାରେ ଆରମ୍ଭ ହୋଇଥିଲା ଦୂରଦର୍ଶନ ପ୍ରସାରଣ। ହେଲେ ପରବର୍ତ୍ତୀ ସମୟରେ ଭୁବନେଶ୍ୱରକୁ ଦୂରଦର୍ଶନ କେନ୍ଦ୍ର ଉଠିଯିବା ପରେ କେବଳ ସଞ୍ଚାରଣ କାର୍ଯ୍ୟ ଏଠାରୁ ହେଉଛି।

ମଠସାହିରେ ଅବସ୍ଥିତ ପ୍ରାୟ ୮୦ ବର୍ଷର ପୁରୁଣା ଏହି ମନ୍ଦିର। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏଠାରେ ପୂଜା ପାଆନ୍ତି। ବର୍ଷତମାମ ଠାକୁରଙ୍କ ବିଭିନ୍ନ ବେଶ ଓ ନୀତିକାନ୍ତି ସାଙ୍ଗକୁ ରଥଯାତ୍ରା, ସ୍ନାନପୂର୍ଣ୍ଣିମା, ଝୁଲଣ ଯାତ୍ରା, ଜନ୍ମାଷ୍ଟମୀ, ବିମଳାଙ୍କ ଷୋଳପୂଜା, କାର୍ତ୍ତିକ ମହୋତ୍ସବ, ଅଷ୍ଟପ୍ରହର ନାମଯଜ୍ଞ ମହାାସମାରୋହରେ ପାଳିତ ହେଉଥିବା ଓ ଭାଇଚାରାର ନିଦର୍ଶନ ସ୍ବରୂପ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଏ ବୋଲି ମନ୍ଦିର କମିଟି ଆବାହକ ପ୍ରଫୁଲ୍ଲ କୁମାର ବେହେରା କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri