୪ ଅନାଥ ଶିଶୁଙ୍କ ପାଇଁ ଗାଁରେ ବସିଲା କୋର୍ଟ

ରାଜନଗର,୬ା୨(ଡି.ଏନ.ଏ.):ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିବା ବେଳେ ବାପାଙ୍କୁ ଦୁର୍ବୃତ୍ତମାନେ ମାରିଦେଲେ। ଗାଁରେ ମା’ଙ୍କ ପାଖରେ ଥିବା ୪ ଶିଶୁ ବାପଛେଉଣ୍ଡ ହେଲେ। ତଥାପି ଭାଗ୍ୟକୁ ଆଦରି ମା’ଙ୍କ ସହିତ ପିଲାମାନେ ରହୁଥିଲେ। ହେଲେ ଜନ୍ମକଲା ମା’ ୪ ଶିଶୁଙ୍କୁ ଛାଡି କେଉଁଆଡ଼େ ଚାଲିଯିବା ପରେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇପଡିଛି। ଏବେ ସେହି ୪ ଶିଶୁ ଜେଜେମା’ ଓ ଜେଜେବାପାଙ୍କ ପାଖରେ ରହୁଛନ୍ତି। ଏ ସଂକ୍ରାନ୍ତରେ ଗତ ୩ ତାରିଖ ଧରିତ୍ରୀରେ ‘୪ ପିଲାଙ୍କ ଭାଗ୍ୟ ଜେଜେମା’, ଜେଜେଙ୍କ କାନ୍ଧରେ’ ଶୀର୍ଷକରେ ଖବର ପ୍ରକାଶ ପାଇବା ପରେ ଜିଲା ଆଇନ ସେବା ପ୍ରାଧିକରଣର ବିଚାରପତି ସୁମିତ୍ରା ସାହୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଭିତରଗଡ଼ ପଞ୍ଚାୟତ ଚାରିଘରିଆ ଗାଁରେ ପହଞ୍ଚତ୍ଥିଲେ। ଏହି ଘଟଣା ଉପରେ ସେ ପରିବାର ଲୋକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଚାରପତି ସରକାରୀ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ଡକାଇ ୪ ଅନାଥ ଶିଶୁଙ୍କ ଭବିଷ୍ୟତ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଗାଁର ରାସ୍ତା କଡ଼ରେ କୋର୍ଟ ବସିବା ଘଟଣା ରାଜ୍ୟରେ ପ୍ରଥମ ବୋଲି କୁହାଯାଇଛି।
ସୂଚନା ଅନୁଯାୟୀ, ଚାରିପୋଖରିଆ ଗାଁର ଅମର ବାରିକ ହାଇଦ୍ରାବାଦରେ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସେ ସତ୍ୟଭାମା ନାମ୍ନୀ ଜଣେ ଯୁବତୀଙ୍କୁ ଭଲପାଇ ବିବାହ କରିଥିଲେ। ଏହାପରେ ସତ୍ୟଭାମା କୋଳକୁ ଆସିଥିଲେ ୩ ଝିଅ, ଗୋଟିଏ ପୁଅ। ବଡ଼ ଝିଅ ଲକ୍ଷ୍ମୀପ୍ରିୟା (୯), ମଝିଆ ଝିଅ ଦେବିକା (୭), ସାନଝିଅ ଆରତୀ (୬) ଓ ପୁଅ ରୁଦ୍ରମୋହନ (୩)। ହସଖୁସିରେ ତାଙ୍କ ସଂସାର ଚାଲିଥିଲା। ହେଲେ ଦେଢବର୍ଷ ତଳେ ହାଇଦ୍ରାବାଦରେ ଅମରଙ୍କୁ କେହି ଅତି ନିର୍ମମ ଭାବେ ହତ୍ୟା କଲେ। ଅମରଙ୍କ ମୃତ୍ୟୁ ପରେ ସତ୍ୟଭାମା ନିଜର ୪ ପିଲାଙ୍କୁ ଧରି ଗାଁକୁ ଚାଲି ଆସିଥିଲେ। ଆର୍ଥିକ ଅନଟନ ମଧ୍ୟରେ ଶାଶୁ ଶ୍ୱଶୁରଙ୍କ ପାଖରେ ସେ ନିଜ ପିଲାମାନଙ୍କ ସହ ମୁଣ୍ଡ ଗୁଞ୍ଜିଥିଲେ। ହେଲେ ଆଜକୁ ୬ମାସ ତଳେ ସତ୍ୟଭାମା ୪ ପିଲାଙ୍କୁ ଛାଡି କେଉଁଆଡେ ପଳାଇଛନ୍ତି। ଏପରି ପରିସ୍ଥିତିରେ ପିଲାମାନେ କିପରି ବଞ୍ଚତ୍ବେ, ସେମାନଙ୍କ ଭବିଷ୍ୟତ ସଂକ୍ରାନ୍ତରେ ଚିନ୍ତାରେ ଅଛନ୍ତି ଜେଜେବାପା ବ୍ରହ୍ମାନନ୍ଦ ବାରିକ ଓ ଜେଜେମା’ ମୁକ୍ତାମଣି।
ସମସ୍ତ ଘଟଣା ଜାଣିବା ପରେ ଜିଲା ଦୌରାଜଜ୍‌ ବିଶ୍ୱଜିତ୍‌ ମହାନ୍ତିଙ୍କ ନିର୍ଦ୍ଦେଶରେ ବିଚାରପତି ସାହୁ ଗାଁରେ ପହଞ୍ଚତ୍ ଥିଲେ। ସେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ବାଦଲ ଦାସଙ୍କୁ ଡାକି ୪ ପିଲାଙ୍କ ପାଇଁ କି କି ସରକାରୀ ସାହାଯ୍ୟ ଦେଇହେବ ସେ ନେଇ ପଚାରିଥିଲେ। ୪ ଶିଶୁ ଯେପରି ଶାନ୍ତିରେ ଚଳିପାରିବେ ଓ ଭବିଷ୍ୟତ ଗଢ଼ିପାରିବେ, ତା’ର ବ୍ୟବସ୍ଥା କରିବା ପାଇଁ କହିଥିଲେ। ସରକାରଙ୍କ ମିଶନ ବାତ୍ସଲ୍ୟ ଯୋଜନା ଅନୁସାରେ ଏହି ପରିବାରର ଦୁଇ ଶିଶୁଙ୍କୁ ମାସିକ ୪ ହଜାର ଟଙ୍କା ହିସାବରେ ୮ ହଜାର ଟଙ୍କା ମିଳିବ। ବର୍ତ୍ତମାନ ସେମାନେ ୨ ହଜାର ହିସାବରେ ୪ ହଜାର ଟଙ୍କା ପାଇବେ। ଏପ୍ରିଲ ପରେ ବକେୟା ଟଙ୍କା ମଧ୍ୟ ମିଳିବ। ତାଙ୍କ ରାଶନକାର୍ଡରେ ମାତ୍ର ୨ଜଣଙ୍କୁ ୫ କେଜି ଲେଖାଏ ଚାଉଳ ମିଳୁଥିଲା। ସେମାନେ ସମସ୍ତେ କିପରି ରାଶନ ସାମଗ୍ରୀ ପାଇବେ, ସେ ନେଇ ସେମାନଙ୍କ କାଗଜପତ୍ର ନିଆଯାଇ ଜିଲା ଯୋଗାଣ ଅଧିକାରୀଙ୍କୁ ଦିଆଯାଇଛି। ଘଟଣାସ୍ଥଳକୁ ସ୍ଥାନୀୟ ରିଟେଲରଙ୍କୁ ଡାକି ବିଚାରପତି କଥା ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ୪ଶିଶୁଙ୍କ ଜେଜେବାପାଙ୍କୁ ୬୪ ବର୍ଷ ହୋଇଥିଲେ ବି ସେ ଭତ୍ତା ପାଉନାହାନ୍ତି। ସେ ବ୍ୟାଙ୍କ ଅଫ୍‌ ବରୋଦାରେ ଆକାଉଣ୍ଟ ଖୋଲିଥିଲେ ବି ତାଙ୍କ ପାସ୍‌ବୁକ୍‌ ମିଳି ନାହିଁ। ଏଥିସହ ୪ମାସ ତଳେ ସେ ଆବେଦନ କରିଥିଲେ ବି ଭତ୍ତା ପାଇ ନ ଥିବା କହିଥିଲେ। ବିଚାରପତି ବ୍ୟାଙ୍କ ଅଫ୍‌ ବରୋଦା ଚାନ୍ଦିବାଉଁଶମୂଳର ପରିଚାଳକଙ୍କ ସହ କଥା ହୋଇ ତୁରନ୍ତ ତାଙ୍କୁ ପାସ୍‌ବୁକ୍‌ ପ୍ରଦାନ କରିଥିଲେ। ବିଚାରପତି ସାହୁ ଘଟଣାସ୍ଥଳକୁ ଜିଲା ଶିଶୁ ମଙ୍ଗଳ ଅଧିକାରୀ ଭଗବତୀ ପ୍ରସାଦ ଦାସ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସଙ୍କୁ ଡକାଇ ଏହି ୪ଶିଶୁଙ୍କ ଭବିଷ୍ୟତ ନେଇ ଆଲୋଚନା କରିଥିଲେ। ସେମାନେ ଭୂମିହୀନ ହୋଇଥିବାରୁ ଘରଡିହ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବା ସମ୍ପର୍କରେ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri