୧୦ ବର୍ଷ ମଧ୍ୟରେ ଚାଇନାରେ ଅଧା ହୋଇଗଲାଣି ବିବାହର ସଂଖ୍ୟା

ବେଜିଂ,୬ ।୨: ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଦେଶ ଚାଇନା ଏବେ ଜନସଂଖ୍ୟା କମାଇବାକୁ ଯାଇ ଅଡୁଆରେ ପଡିଯାଇଛି । ଏଠାରେ ଏବେ ପ୍ରତିବର୍ଷ ବିବାହର ସଂଖ୍ୟାହ୍ରାସ ପାଇବାରେ ଲାଗିଛି । ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୨ରେ ସମ୍ପୂର୍ଣ୍ଣ ଚାଇନାରେ ମୋଟ ୧.୧୬ କୋଟି ଲୋକ ପ୍ରଥମ ବିବାହ କରିଥିଲେ । ତେବେ ୨୦୨୧ ତୁଳନାରେ ଏହି ସଂଖ୍ୟା ପ୍ରାୟ ୭ ଲକ୍ଷ କମ, ସେହିପରି ୨୦୧୩ର ୨.୩୯ କୋଟି ତୁଳନାରେ ଅଧା । ଏହି ସଂଖ୍ୟାରେ ହ୍ରାସକୁ ଦେଖି ଏହାକୁ ଜନସଂଖ୍ୟା ସହ ଯୋଡିଲେ ଏହା ଏକ ନୂଆ ବିପଦ ବୋଲି କୁହାଯାଉଛି । ଚାଇନାର ଯୁବକମାନେ ବିବାହ କାହିଁକି କରୁ ନାହାନ୍ତି ତାହା ଏବେ ଏକ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।
ଏହାର ଦୁଇଟି କାରଣ ଦର୍ଶାଯାଉଛି । ଗୋଟିଏ ହେଲା ଜାନୁୟାରୀ ୨୦୨୧ରୁ ଚାଇନାରେ ତଲାକ ପାଇଁ ୩୦ ଦିନର କୁଲିଂ ଅଫ ପିରିୟଡର ପ୍ରାବଧାନ କରାଯାଇଛି । ଏହାଦ୍ୱାରା ତଲାକର ସଂଖ୍ୟା ବି କମ ହେଲା । ଏହା ସ୍ୱାଧିନତାର ବିରୋଧରେ ବୋଲି କୁହାଗଲା, କାରଣ ଏବେ ତଲାକ ନେବା ଏତେ ସହଜ ନୁହେଁ ।
ଅନ୍ୟ କାରଣଟି ହେଉଛି, ଚାଇନାର ସମାଜଶାସ୍ତ୍ରୀଙ୍କ ମତରେ, ଏବେ ଯୁବକଙ୍କ ଜୀବନ ବହୁ ଚାପ ମଧ୍ୟ ଦେଇ ଗତି କରୁଛି । ମହଙ୍ଗା ବିବାହ ଖର୍ଚ୍ଚ, ଘର କିଣିବା, ପିଲାଙ୍କ ଲାଳନପାଳନ ଖର୍ଚ୍ଚ ଏସବୁ ଅଡୁଆରେ ପକାଉଛି ଯୁବପିଢିଙ୍କୁ । ଭାରତ ତୁଳନାରେ ଚାଇନାରେ ଖାଦ୍ୟ ୧୧୭ ପ୍ରତିଶତ, ଘରର ଭଡା ଓ ରକ୍ଷଣାବେକ୍ଷଣ ୧୧୧ ପ୍ରତିଶତ ମହଙ୍ଗା ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?