ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ରାସ୍ତାରେ ବେଲୁନ୍ ବିକୁଥିବା ଏକ ଛୋଟପୁଅକୁ ଦେଖିବାକୁ ମିଳୁଛି। ଯିଏକି କାର ଭିତରେ ଥିବା କୁକୁର ସହ ବନ୍ଧୁତା କରି ନେଇଛି। କୁକୁରଟି ତାକୁ ଗେଲ କରୁଛି ଦୁହେଁ ଖୁସିରେ ଖେଳୁଛନ୍ତି। ଭିଡିଓକୁ ଆଇପିଏସ୍ ଦୀପାଂଶୁ କାବ୍ରା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
प्रेम ही हम सभी का आधार है,
ऊँच-नीच, भेद-भाव, आदि तो सिखा दिया जाता है… pic.twitter.com/hdUgZHSb6A— Dipanshu Kabra (@ipskabra) August 9, 2022