ଅବପାତ ରୂପ ନେଲା ଲଘୁଚାପ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର, ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଅବପାତ (ଡିପ୍ରେସନ)ରେ ପରିଣତ ହୋଇଛି। ଏହା ଓଡ଼ିଶା ଉପକୂଳ ୨୦.୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୫.୬ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ ଭୁବନେଶ୍ୱରଠାରୁ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହେବା ସମ୍ଭାବନା ରହିଛି। ଲଘୁଚାପ ଯୋଗୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏଥିଯୋଗୁ ଆସନ୍ତା ୧୨ ଘଣ୍ଟା ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏ ନେଇ ରେଡଓ୍ବାର୍ନିଂ ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି।
ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ନବରଙ୍ଗପୁର ଜିଲା କୋଷାଗୁମୁଡ଼ାରେ ସର୍ବାଧିକ ୧୬୧ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ଭାପୁରରେ ୧୬୦.୨, ଛତ୍ରପୁରରେ ୧୪୨.୨ ଓ ନୂଆଗଡ଼ରେ ୧୪୧.୨, ସାନଖେମୁଣ୍ଡିରେ ୧୩୬, ଗଞ୍ଜାମରେ ୧୨୮, ରାୟଗଡ଼ାରେ ୧୧୨, କଟକର ବାଙ୍କୀରେ ୧୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ମଧ୍ୟ ୭୬ ମିଲିମିଟର ବର୍ଷା ହୋଇଥିବା ବେଳେ ବଲାଙ୍ଗୀରରେ ୫୦.୬, ନୂଆପଡାରେ ୫୦, କଳାହାଣ୍ଡିରେ ୬୬ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ୮ଟି ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୪୪ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।
ଲଘୁଚାପ ଯୋଗୁ ଉପକୂଳରେ ଘଣ୍ଟା ପ୍ରତି ୪୫ରୁ ୫୫ କି.ମି. ବେଗରେ ପବନ ବହୁଛି। ବେଳେବେଳେ ଏହା ୬୫ କି.ମି.କୁ ମଧ୍ୟ ବଢିବା ସମ୍ଭାବନା ରହିଛି। ଏହାକୁ ଦଷ୍ଟିରେ ରଖି ଆସନ୍ତା ୧୧ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହିତ ରାଜ୍ୟର ସମସ୍ତ ବନ୍ଦରରେ ମଧ୍ୟ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ତେବେ ବର୍ଷା ଯୋଗୁ ମହାନଦୀର ନରାଜ, ବଂଶଧାରା ନଦୀର କାଶୀନଗର, ଜଳକାର ମଥାନୀଠାରେ ବନ୍ୟାଜଳ ବୃଦ୍ଧି ପାଉଛି। ତେବେ ଏ ସମସ୍ତ ନଦୀର ବହୁତଳେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ବନ୍ୟାର ସମ୍ଭାବନା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲାପାଳମାନଙ୍କୁ ସତର୍କ ରହିବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍‌ର…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

‘ନା ବାରିକେଡ ଲଗାଇପାରିବେ, ନା ଇଣ୍ଟରନେଟ ବନ୍ଦ କରିପାରିବେ’: CJP ବିକ୍ଷୋଭ ମାମଲାରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟରେ ଆଜି CJP ବିକ୍ଷୋଭ (ପ୍ରୋଟେଷ୍ଟ) ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ହୋଇଛି, ଯେଉଁଥିରେ ବିକ୍ଷୋଭ କାରଣରୁ ମେଟ୍ରୋ ଏବଂ ଟ୍ରେନ ସେବା ବନ୍ଦ ରଖିବା ନିର୍ଦ୍ଦେଶକୁ…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?