ଇଡି ଅଧିକାରୀଙ୍କ ପଛରେ ପଶ୍ଚିମବଙ୍ଗ ପୋଲିସ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ପଶ୍ଚିମବଙ୍ଗରେ ଏକ ଶପିଂ ମଲ୍‌ର ମାଲିକଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ଆଦାୟ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡ ରାଞ୍ଚତ୍ର ଜଣେ ଓକିଲଙ୍କ ସହ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଡେପୁଟି ଡାଇରେକ୍ଟର ସୁବୋଧ କୁମାରଙ୍କ ସମ୍ପର୍କକୁ ନେଇ ଆରମ୍ଭ ହୋଇଛି ତନାଘନା। ଏହି ମାମଲାରେ ସୁବୋଧଙ୍କୁ ଜେରା କରିବାକୁ ପଶ୍ଚିମବଙ୍ଗ ପୋଲିସ ଡିଟେକ୍ଟିଭ୍‌ ଡିପାର୍ଟମେଣ୍ଟର ଏକ ୨ଜଣିଆ ଟିମ୍‌ ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଅନ୍ୟପକ୍ଷରେ ସୁବୋଧ ଗତ ଶୁକ୍ରବାରଠାରୁ ଛୁଟିରେ ଥିବା ସୂଚନା ମିଳିଛି। ତେଣୁ କୋଲ୍‌କାତା ପୋଲିସ ତାଙ୍କୁ ଜେରା କରିପାରି ନାହିଁ। ସେପଟେ ସୁବୋଧ କାର୍ଯ୍ୟରେ ଯୋଗ ଦେବା ପରେ ପଚରାଉଚରା ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରିବାକୁ କୋଲ୍‌କାତା ପୋଲିସକୁ ଜଣାଇଥିବା କୁହାଯାଉଛି। ସୁବୋଧ ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ରାଞ୍ଚତ୍ସ୍ଥିତ ଇଡି ଜୋନାଲ ଅଫିସ୍‌ର ଡେପୁଟି ଡାଇରେକ୍ଟର ଭାବେ ଦାୟିତ୍ୱରେ ଥିଲେ। ସେଠାରୁ ଭୁବନେଶ୍ୱରକୁ ସମାନ ପଦବୀରେ ବଦଳି ହୋଇଥିଲେ।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ସେଣ୍ଟ୍ରାଲ କୋଲ୍‌କାତାରେ ଥିବା ଏକ ଶପିଂ ମଲ୍‌ର ମାଲିକ ଅମିତ ଅଗ୍ରୱାଲଙ୍କ ବିରୋଧରେ ଓକିଲ ରାଜୀବ କୁମାର ରାଞ୍ଚି ହାଇକୋର୍ଟରେ ଜନସ୍ବାର୍ଥ ମାମଲା(ପିଆଇଏଲ୍‌) ରୁଜୁ କରିଥିଲେ। ଉକ୍ତ ପିଆଇଏଲ୍‌ରୁ ଅମିତଙ୍କ ନାମ ହଟାଇବାକୁ ରାଜୀବ ତାଙ୍କୁ ବ୍ଲାକ୍‌ମେଲ କରି ୧୦ କୋଟି ଟଙ୍କା ଦାବି କରିଥିଲେ। ପରେ ଏହି ଡିଲ୍‌ ୧କୋଟିରେ ଛିଡ଼ିଥିଲା। ତେବେ ଅଗଷ୍ଟ ୧ରେ ରାଜୀବ ଉକ୍ତ ଶପିଂ ମଲ୍‌ର ମାଲିକ ଅମିତଙ୍କଠାରୁ ଅଗ୍ରୀମ ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନେଉଥିବାବେଳେ କୋଲ୍‌କାତା ପୋଲିସ ଡିଟେକ୍ଟିଭ୍‌ ଡିପାର୍ଟମେଣ୍ଟ୍‌ର ଏକ ଟିମ୍‌ ତାଙ୍କୁ ଗିରଫ କରିଥିଲା। ଏହାପରେ ଅଭିଯୁକ୍ତ ରାଜୀବଙ୍କ ରାଞ୍ଚତ୍ସ୍ଥିତ ବାସଭବନରେ ପୋଲିସ ଟିମ୍‌ ଚଢ଼ାଉ କରି ବିଭିନ୍ନ ଦସ୍ତାବିଜ୍‌ ଜବତ କରିଥିଲା। ରାଜୀବ ଏକାଧିକ ବ୍ୟକ୍ତିଙ୍କ ବିରୋଧରେ କୋର୍ଟରେ ପିଆଇଏଲ୍‌ ରୁଜୁ କରିବା ପରେ ବ୍ଲାକମେଲ୍‌ କରି ଟଙ୍କା ଆଦାୟ କରିଥିବା ଉକ୍ତ ଦସ୍ତାବିଜ୍‌ରୁ ଜଣାପଡ଼ିଥିଲା। ସେହିପରି ରାଜୀବଙ୍କ ହ୍ବାଟ୍ସଆପ୍‌ ଯାଞ୍ଚ ସମୟରେ ସେ ଅନେକ ଥର ଇଡି ଅଧିକାରୀ ସୁବୋଧଙ୍କ ସହ କଥା ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ଉକ୍ତ ମାମଲାରେ ସୁବୋଧଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରି ତାଙ୍କୁ ପଚରାଉଚରା ପାଇଁ ପଶ୍ଚିମବଙ୍ଗ ପୋଲିସ ନୋଟିସ୍‌ ଜାରି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri