ବିଶ୍ୱ ପର୍ଯ୍ୟଟନ ଦିବସ : ଅବ୍ୟବସ୍ଥା ଘେରରେ ପର୍ଯ୍ୟଟନ କ୍ଷେତ୍ର

ନୟାଗଡ଼ ଅଫିସ,୨୭।୯ : ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ପ୍ରତିବର୍ଷ ଭଳି ନୟାଗଡ଼ ଜିଲାରେ ଶୋଭାଯାତ୍ରାରେ ସୀମିତ ରହିବ ଦିବସ ପାଳନ କାର୍ଯ୍ୟକ୍ରମ। ଏଥିନେଇ କୌଣସି କାର୍ଯ୍ୟକ୍ରମ କରାଯାଉ ନାହିଁ କିମ୍ବା ଲୋକମାନଙ୍କୁ କୌଣସି ସୂଚନା ଦିଆଯାଉ ନାହିଁ। ସେହିପରି ଅବହେଳିତ ଓ ଅବ୍ୟବସ୍ଥା ଭିତରେ ନୟାଗଡ଼ ଜିଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ରହିଛି।
ପଞ୍ଚପାଣ୍ଡବ ପାହାଡ଼କୁ ପର୍ଯ୍ୟଟନସ୍ଥଳୀ କରାଯିବା ପାଇଁ ୩ ବର୍ଷ ତଳେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇ ପାରିନାହିଁ। ଚଳିତ ବର୍ଷ ପର୍ଯ୍ୟଟନ ଦିବସ ଉପଲକ୍ଷେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ହୋର୍ଡିଂରେ ପର୍ଯ୍ୟଟନ ଓ ନିଯୁକ୍ତି ସମସ୍ତଙ୍କ ନିମନ୍ତେ ଏକ ଉନ୍ନତତ୍ତର ଭବିଷ୍ୟତ ବୋଲି ଦର୍ଶାଯାଇଛି। ଜିଲାର ୮ ବ୍ଲ୍ଳକରେ ୧୪ ସ୍ବୀକୃତିପ୍ରାପ୍ତ ପର୍ଯ୍ୟଟନସ୍ଥଳୀ ଅଛି। ଗଣିଆର ବରମୂଳ, ଓଡ଼ଗଁାର ରଘୁନାଥଜୀଉ ମନ୍ଦିର, ଜାମୁପାଟଣାର ଦ୍ୱିତିକେଶ୍ୱର ମନ୍ଦିର , କଣ୍ଟିଲୋ ନୀଳମାଧବ ମନ୍ଦିର , କୁତୁରୀ ଡାକବଙ୍ଗଳା୍‌, କୁଆଁରିଆ ଡ୍ୟାମ , ନୟାଗଡ଼ ସହରର ଦକ୍ଷିଣକାଳୀ ମନ୍ଦିର, ରଣପୁରର ମଣିନାଗ ମନ୍ଦିର, ଶରଣକୁଳର ଲଡୁବାବା ମନ୍ଦିର, ନୂଆଗାଁ ବ୍ଲକର ଉଦୟପୁର ଲାଇବ୍ରେରି, ଭାପୁର ବ୍ଲକର ନୀଳକନ୍ଦର, ସିଧାମୂଳାର ଗୋକୁଳାନନ୍ଦ ପୀଠ, ଗଣିଆର ପଞ୍ଚୁପଲ୍ଲୀ ପ୍ରଜ୍ଞା ଓ ଏକମାତ୍ର ବୌଦ୍ଧପୀଠ ଯୋଗୀଯୋଗିଆଣୀ ପୀଠକୁ ରାଜ୍ୟ ସରକାରଙ୍କ ତରଫରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଇଛି। ଏହା ସହିତ ଦଶପଲ୍ଲାର ମହାବୀର ମନ୍ଦିର, ଖଣ୍ଡପଡ଼ାର ସୁନାମୁହିଁ, ନୟାଗଡ଼ରେ ଥିବା ଝରଦେଇ ପୀଠ ଭଳି ଆହୁରି ପର୍ଯ୍ୟଟନସ୍ଥଳୀ ରହିଛି। ଜିଲାର ଅନେକ ଅଞ୍ଚଳ ପର୍ଯ୍ୟଟନ କ୍ଷେତ୍ରରେ ଭରପୂର ରହିଥିବା ବେଳେ ଯେଉଁଭଳି ଭାବେ ଏହାର ଉନ୍ନତି ହେବା କଥା କରାଯାଉ ନାହିଁ। ରାଜନୈତିକ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅବହେଳା ଏଥିପାଇଁ ବିଶେଷଭାବେ ଦାୟୀ ବୋଲି ଅଭିଯୋଗ ହେଉଛି। ଅନ୍ୟପକ୍ଷେ ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ ଲକ୍ଷାଧିକ ଟଙ୍କା ଆସୁଥିଲେ ମଧ୍ୟ କେବଳ କାଗଜକଲମରେ କାର୍ଯ୍ୟ ଦର୍ଶାଯାଇ ଏହା ହରିଲୁଟ କରାଯାଉଥିବା ନେଇ ଅଭିଯୋଗ ହେଉଛି। ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ କଲେ ଜିଲାରେ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ହୋଇପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।
ଦିନରାତି ଝୁଲୁଛି ତାଲା – ପଠାଣି ସାମନ୍ତ ସଂସ୍କୃତି ଭବନର ଏକ ଛୋଟିଆ କୋଠରିରେ ଚାଲୁଛି ପର୍ଯ୍ୟଟନ କାର୍ଯ୍ୟାଳୟ। ଯେଉଁଠାରେ ଦିନରାତି ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀ କାର୍ଯ୍ୟରେ ଯୋଗଦେବା ପରଠାରୁ କେବଳ କାଁ ଭାଁ ଲୋକ ଏଠାକୁ ଆସୁଛନ୍ତି। ସ୍ଥାଣୁ ପାଲଟିଛି ଜିଲାର ପର୍ଯ୍ୟଟନ କାର୍ଯ୍ୟାଳୟ। ପଚାରିଲେ ଅଧିକାରୀମାନେ କହୁଛନ୍ତି ଅନ୍ୟ କାର୍ଯ୍ୟରେ ବାହାରକୁ ଯାଇଥିଲୁ।

ନିଜସ୍ବ ଗୃହକୁ ହସ୍ତାନ୍ତର ହୋଇପାରୁନାହିଁ କାର୍ଯ୍ୟାଳୟ- ସହରସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମରେ ଏକ ଛୋଟ କୋଠରିରେ ଅବ୍ୟବସ୍ଥା ମଧ୍ୟରେ ଚାଲି ଆସୁଥିବା ପର୍ଯ୍ୟଟନ କାର୍ଯ୍ୟାଳୟ ନିଜସ୍ବ ଗୃହ ପିଟିଏସ୍‌ ରୋଡ଼ଠାରେ କରାଯାଇଛି। ୬ ମାସ ହେଲାଣି ନୂତନ କାର୍ଯ୍ୟାଳୟ ଉଦ୍‌ଘାଟନ ହୋଇସାରିଥିଲେ ମଧ୍ୟ ଏ ଯାଏଁ ସେଠାକୁ ସ୍ଥାନାନ୍ତର ହୋଇପାରୁ ନାହିଁ। ଫଳରେ ଯେଉଁ ଲକ୍ଷ୍ୟ ନେଇ ନୃତନ ଗୃହ ନିର୍ମାଣ କରାଯାଇଥିଲା ତାହା ପୂରଣ ହୋଇପାରି ନାହିଁ। ଏ ନେଇ ଜିଲା ପର୍ଯ୍ୟଟନ ଅଧିକାରୀ ଦେବଦତ୍ତ ରଥଙ୍କୁ ପଚାରିବାରୁ ସେ କୁହନ୍ତି, ନୂତନ ଭାବେ ନିର୍ମାଣ ହୋଇଥିବା ଗୃହର ଭିତର କାର୍ଯ୍ୟ ବଳକା ଥିବାରୁ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇପାରି ନାହିଁ।

ସଜେଇ ହେଉଛି ବଲାଙ୍ଗୀ ବନ୍ଧ – ନୟାଗଡ଼ ସହରରେ ଅତ୍ୟାଧୁନିକ ବଲାଙ୍ଗୀ ବନ୍ଧ ପାର୍କର କାର୍ଯ୍ୟ ଜୋରସୋର୍‌ରେ ଚାଲୁଥିବା ଦେଖିବାକୁ ମିଳିଛି। ରୋପ୍‌ୱେ ସହିତ ୱାଚ ଟାୱର, ବୋଟିଂ , ଶିଶୁ ପାର୍କ , ମ୍ୟୁଜିକାଲ୍‌ ଫାଉଣ୍ଟେନ, ରକ୍‌ କ୍ଲାଇମିଂ, ନୟାଗଡ଼ ସଂଗ୍ରହାଳୟ ଭଳି ବିଭିନ୍ନ ସୁବିଧା ଲାଗି ପାର୍କ ସଜେଇ ହେବାରେ ଲାଗିଛି।

୫ ବର୍ଷରେ ଆସିନାହାନ୍ତି ଜଣେ ବିଦେଶୀ ପର୍ଯ୍ୟଟକ-ଗଣିଆଠାରେ ବଡ଼ମୂଳ ସାତକୋଶିଆ ରିସର୍ଟ ରହିଛ, ଯାହାକି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୂର ଉପଭୋଗ କରିବାର ପ୍ରକୃଷ୍ଟ ସ୍ଥାନ। ଏହିଭଳି ସ୍ଥାନ ବିରଳ। ହେଲେ ପ୍ରଚାର ପ୍ରସାର ଅଭାବ ତଥା


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କଲେ ଭକ୍ତ ଦାସ

କେସିଙ୍ଗା,୬।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୯ ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ ଜନସମ୍ପର୍କ ପଦଯାତ୍ରା କରିବା ସହ ନିର୍ବାଚନୀ...

ମାଉସୀଙ୍କ ହାତରେ ପ୍ରସ୍ତୁତ ପୋଡ଼ ପିଠା ଖାଇ ମନ୍ଦିର ଫେରିଲେ ମା’ଠାକୁରାଣୀ

ଦାରିଙ୍ଗବାଡ଼ି,୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଚାଲିଥିବା ମା’ଠାକୁରାଣୀଙ୍କ ଯାତ୍ରାର ପୂର୍ଣ୍ଣାହୁତି ହୋଇଯାଇଛି। ରବିବାର ମା’ଙ୍କ ଘଟ ପରିକ୍ରମାର ଶେଷ ଦିବସ ରହିଥିବା ବେଳେ ମା’ଙ୍କୁ...

କଂଗ୍ରେସ ଗଡ଼ରେ ବିଜେଡିର ରଣହୁଙ୍କାର: ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ

ଦାରିଙ୍ଗବାଡି, ୬।୫ (ଅରୁଣ ସାହୁ ):କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ୧୧ ନଂ ଜିଲାପରିଷଦ ଜୋନ ଝିଞ୍ଜିରୀଗୁଡାରେ ସୋମବାର ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।...

ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି

ପୁରୀ,୬।୫: ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି।...

ନାମାଙ୍କନପତ୍ର ଦାଖଲ କଲେ ସସ୍ମିତା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥିନୀ ସସ୍ମିତାରାଣୀ ସିଂହ ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ...

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ

କେନ୍ଦୁଝର/ପାଟଣା,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

୮ରେ ରାୟଗଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ୮ ତାରିଖରେ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଲୋକ ସଭା ଭାଜପା ପ୍ରାର୍ଥୀ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri