ବ୍ୟାଙ୍କ ମିଶ୍ରଣ ଯୋଗୁ ଫାଇଦା ହେବନି: ଏଆଇବିଓସି ଅଧ୍ୟକ୍ଷ

ଭୁବନେଶ୍ୱର, ୧୬।୯(ବ୍ୟୁରୋ) ଦେଶରେ ବ୍ୟାଙ୍କ ମିଶ୍ରଣର ଆବଶ୍ୟକତା ନାହିଁ। ଅର୍ଥନୀତି ଦୃଷ୍ଟିରୁ ଏହା ଫାଇଦା ଦେବ ନାହିଁ। ଭାରତ ଗ୍ରାମୀଣ ଅର୍ଥବ୍ୟବସ୍ଥା ଉପରେ ନିର୍ଭରଶୀଳ ରହିଥିବାରୁ ତୃଣମୂଳ ସ୍ତରରେ ଶାଖାଭିତ୍ତିକ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ଆବଶ୍ୟକତା ରହିଛି। କୃଷକ ଏବଂ କ୍ଷୁଦ୍ର ଶିଳ୍ପକୁ ଋଣ ଯୋଗାଣ ଦ୍ୱାରା ଅର୍ଥନୀତିକୁ ସୁଦୃଢ କରାଯିବା ଉଚିତ୍‌। ଏହି ଲକ୍ଷ୍ୟ ହାସଲ ଲାଗି ଅଧିକ ବ୍ୟାଙ୍କ ଶାଖା ଖୋଲିବା ଆବଶ୍ୟକ। ମାତ୍ର ମିଶ୍ରଣ ଯୋଗୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ବ୍ୟାଙ୍କର ଓଭରଲ୍ୟାପ ଶାଖା (ସମାନ ବ୍ୟାଙ୍କ ଅଧୀନରେ ଏକାଧିକ ଶାଖା) ବନ୍ଦ ହୋଇଯିବ ବୋଲି ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନ୍‌ଫେଡେରେଶନ୍‌ (ଏଆଇବିଓସି) ଅଧ୍ୟକ୍ଷ ତଥା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ ସଂଘ ବିହାର ୟୁନିଟ୍‌ ମୁଖ୍ୟ ସୁନୀଲ କୁମାର ଅଭିଯୋଗ କରିଛନ୍ତି।
ରବିବାର ବିଓଆଇ ଓଡିଶା ୟୁନିଟ୍‌ ଅଫିସର୍ସ ସଂଘର ଅଧିବେଶନରେ ଯୋଗଦେଇ ସେ କହିଛନ୍ତି, ମିଶ୍ରଣ ଯୋଗୁ ଶାଖା ବନ୍ଦ ହେବାକୁ ଯାଉଥିବାରୁ ଲୋକେ ବହୁ ସ୍ଥାନରେ ବ୍ୟାଙ୍କିଙ୍ଗ୍‌ ସେବାରୁ ବଞ୍ଚିତ ହେବେ। ସରକାରଙ୍କ ଏଭଳି ନିଷ୍ପତ୍ତି ଯୋଗୁ ବ୍ୟାଙ୍କଗୁଡିକ ଘରୋଇକରଣ ଆଡକୁ ମୁହଁାଉଥିବା ଅନୁଭୂତ ହେଉଛି। ସରକାର ମନମୁଖି ଭାବେ ବ୍ୟାଙ୍କଗୁଡିକୁ ଘରୋଇକରଣ ଆଡକୁ ଠେଲି ଦେଉଛନ୍ତି। ଏହାକୁ ସଂଘ ପକ୍ଷରୁ ବିରୋଧ କରାଯାଉଛି। କୁମାର କହିଛନ୍ତି ଯେ, ୪ ଦୁର୍ବଳ ବ୍ୟାଙ୍କକୁ ମିଶାଇ ଦେଲେ ଏହା ଭଲ କାରବାର କରିବ ବୋଲି ଭାବିବା ଭୁଲ୍‌। ଅପରପକ୍ଷରେ କେବଳ ଘରୋଇ ବ୍ୟାଙ୍କ ଭଲ କାରବାର କରୁଛି ତାହା ମଧ୍ୟ କହିହେବ ନାହିଁ। ଏପରି ହୋଇଥିଲେ ବିଶ୍ୱସ୍ତରର ଅନେକ ଘରୋଇ ବ୍ୟାଙ୍କ ବନ୍ଦ ହୋଇ ନ ଥାନ୍ତା। ଦେଶରେ ୟେସ୍‌ ବ୍ୟାଙ୍କ ସ୍ଥିତି ବିଗିଡି ନ ଥାନ୍ତା। ବ୍ୟାଙ୍କ ଅଫ୍‌ ମଦୁରାଇ, ବ୍ୟାଙ୍କ ଅଫ ରାଜସ୍ଥାନର ସ୍ଥିତି ଆଜି ଭଲ ରହିଥାନ୍ତା। ବ୍ୟାଙ୍କଗୁଡିକ ବିଭିନ୍ନ ସଂସ୍କୃତି ଏବଂ ଟେକ୍ନୋଲୋଜି ସହ କାମ କରୁଥିବାରୁ ମିଶ୍ରଣ ପ୍ରକ୍ରିୟା ଚ୍ୟାଲେଞ୍ଜିଂ ହୋଇଛି। ତାଙ୍କର କହିବାନୁଯାୟୀ, ଷ୍ଟେଟ ବ୍ୟାଙ୍କ ସହ ଏହାର ସହାୟକ ବ୍ୟାଙ୍କଗୁଡିକର ମିଶ୍ରଣ ଦ୍ୱାରା ୨୦୦୦ ଶାଖା ବନ୍ଦ ହୋଇଯାଇଛି। ସେହିଭଳି ବ୍ୟାଙ୍କ ଅଫ୍‌ ବରୋଦାରେ ଦେନା ଏବଂ ବିଜୟା ବ୍ୟାଙ୍କର ମିଶ୍ରଣ ଫଳରେ ୯୦୦ ଶାଖା ବନ୍ଦ ହୋଇଯିବ। ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିବ ବୋଲି ସେ ମତ ଦେଇଛନ୍ତି।
କୁମାର କହିଛନ୍ତି ଯେ, ସରକାର ଫିନ୍‌ଟେକ, ପେମେଣ୍ଟ ବ୍ୟାଙ୍କ, ଏନ୍‌ବିଏଫ୍‌ସିକୁ ପ୍ରୋତ୍ସାହିତ କରୁଛନ୍ତି। ମାତ୍ର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକୁ ବନ୍ଦ କରିଦେବା ଲାଗି ପଦକ୍ଷେପ ନେଉଛନ୍ତି। ନୂଆ ନିଯୁକ୍ତି ସହ ବାଣିଜି୍ୟକ କାର୍ଯ୍ୟଦକ୍ଷତା ବୃଦ୍ଧିଲାଗି ବ୍ୟାଙ୍କଗୁଡିକୁ ସ୍ବାଧୀନତା ଦେବା ଜରୁରୀ। ସରକାରଙ୍କ ବ୍ୟାଙ୍କ ମିଶ୍ରଣ ନିଷ୍ପତ୍ତି ବିରୋଧରେ ୪ ବ୍ୟାଙ୍କ ଅଧିକାରୀ ସଂଘ ଧର୍ମଘଟକୁ ଓହ୍ଲାଇବେ। ଆସନ୍ତା ୨୫ ମଧ୍ୟରାତ୍ରଠାରୁ ୨୭ ସେପ୍ଟେମ୍ବର ରାତି ୧୨ ଯାଏ ସାରା ଦେଶର ୩.୨୦ ଲକ୍ଷ ଅଧିକାରୀ ଏବଂ ୪୫ ହଜାର କର୍ମଚାରୀ ଧର୍ମଘଟରେ ସାମିଲ ହେବେ। ଦୁଇ ଦିନ ଧର୍ମଘଟ, ଦ୍ୱିତୀୟ ଶନିବାର ଏବଂ ରବିବାର ପଡୁଥିବାରୁ ମୋଟ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ଅଧିକାରୀଙ୍କ ଦାବିକୁ ସରକାର ନ ମାନିଲେ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ହେବ ବୋଲି କୁମାର ସ୍ପଷ୍ଟ କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ବିଓଆଇ ଅଧିକାରୀ ସଂଘ ଓଡ଼ିଶା ୟୁନିଟ ସଭାପତି ସ୍ମୃତି ରଞ୍ଜନ ସାହୁ, କର୍ନାଟକ ୟୁନିଟର ସାଧାରଣ ସମ୍ପାଦକ ବିଏନ ମଧୁସୂଦନ, ପୂର୍ବଭାରତ ୟୁନିଟ ସାଧାରଣ ସମ୍ପାଦକ ସଞ୍ଜୟ ଦାସ, ଝାଡଖଣ୍ଡ ୟୁନିଟ ସାଧାରଣ ସମ୍ପାଦକ ସୁନୀଲ ଲାକ୍ରା, ଓଡ଼ିଶା ୟୁନିଟ ସାଧାରଣ ସମ୍ପାଦକ କମଲଜିତ ମହାପାତ୍ର, ଆଞ୍ଚଳିକ ପ୍ରବନ୍ଧକ ଓ୍ବାଇ.ଏନ୍‌.ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri