ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’ ବା ମେସେଞ୍ଜର ଭାବେ କାର୍ଯ୍ୟ କରି ସଫଳତା ପାଇବା ପରେ ସେଠାକାର ଶେହବାଜ ସରିଫ ସରକାର ଆଜି (ଶୁକ୍ରବାର, ୧୦ ଏପ୍ରିଲ) ସାରା ଦେଶରେ ‘ଥାଙ୍କ୍ସ ଗିଭିଂ ଡେ’ ପାଳନ କରିବାକୁ ଘୋଷଣା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏହାକୁ ଏକ ବଡ଼ କୂଟନୈତିକ ବିଜୟ ବୋଲି ଅଭିହିତ କରିଛନ୍ତି।

ଆମେରିକୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାର ବାର୍ତ୍ତାକୁ ଇରାନ ପାଖରେ ପହଞ୍ଚାଇବା ପାଇଁ ପାକିସ୍ତାନ ମୁଖ୍ୟ ମାଧ୍ୟମ ସାଜିଥିଲା। ଯୁଦ୍ଧବିରତିର ଚିଠା (ଡ୍ରାଫ୍ଟ) ପ୍ରସ୍ତୁତ ହେବା ପରେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପ୍ରଥମେ ଏହାକୁ ସାର୍ବଜନୀନ କରିଥିଲେ। ପରେ ଏହାକୁ ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନର ସୁପ୍ରିମ ଲିଡର ଅନୁମୋଦନ କରିଥିଲେ।

ବିଶେଷଜ୍ଞଙ୍କ ମତରେ ଏହି ପଦକ୍ଷେପ ପଛରେ ପାକିସ୍ତାନର ଅନେକ ସ୍ବାର୍ଥ ରହିଛି:

ଆର୍ଥିକ ସୁଧାର: ନିଜର ଦେବାଳିଆ ଅର୍ଥନୀତିକୁ ସଜାଡ଼ିବା ପାଇଁ ପାକିସ୍ତାନ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ।

ଆମେରିକା ସହ ସମ୍ପର୍କ: ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନୀର ଏବଂ ଟ୍ରମ୍ପଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ହୋଇଥିବାରୁ ଆଗକୁ ଆମେରିକା ସହ ପ୍ରତିରକ୍ଷା ସମ୍ପର୍କ ମଜଭୁତ ହେବାର ଆଶା ରହିଛି।

ମଧ୍ୟପ୍ରାଚ୍ୟରେ ପ୍ରଭାବ: ମଧ୍ୟପ୍ରାଚ୍ୟର ମୁସଲିମ ଦେଶଗୁଡ଼ିକ ମଧ୍ୟରେ ପାକିସ୍ତାନ ନିଜର ଗୁରୁତ୍ୱ ବଢ଼ାଇବାକୁ ଚାହୁଁଛି। ରକ୍ଷା ଚୁକ୍ତି ମାଧ୍ୟମରେ ସେ ଏହି ଦେଶଗୁଡ଼ିକରୁ ନିବେଶ ଓ ଋଣ ପାଇବାକୁ ଲକ୍ଷ୍ୟ ରଖିଛି।

ବିଶ୍ୱସନୀୟତା: ସଙ୍କଟ ସମୟରେ ସମାଧାନର ବାଟ ବାହାର କରି ପାକିସ୍ତାନ ବିଶ୍ୱ ଦରବାରରେ ନିଜର କ୍ରେଡିବିଲିଟି ବଢ଼ାଇବାକୁ ଚେଷ୍ଟା କରୁଛି।

ଏହି ସଫଳତା ସହ ପାକିସ୍ତାନ ପାଇଁ ଏକ ନୂଆ ବିପଦ ମଧ୍ୟ ସୃଷ୍ଟି ହୋଇଛି। ସଂଯୁକ୍ତ ଆରବ ଏମିରେଟ୍ସ (UAE) ପାକିସ୍ତାନ ଉପରେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛି। ବିଶେଷଜ୍ଞ ଅଜମଦ ତାହାଙ୍କ ଅନୁଯାୟୀ, ପାକିସ୍ତାନ ଏହି ପୁରା ପ୍ରକ୍ରିୟାରେ ୟୁଏଇକୁ ଅନ୍ଧାରରେ ରଖିଛି। ଏହି କାରଣରୁ ୟୁଏଇ ତା’ର ୩.୫ ବିଲିୟନ ଡଲାରର ଋଣ ଏହି ମାସ ଶେଷ ସୁଦ୍ଧା ଫେରସ୍ତ ମାଗିଛି, ଯାହା ପାକିସ୍ତାନ ପାଇଁ ଏକ ବଡ଼ ଚିନ୍ତାର ବିଷୟ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri