ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ ଗ୍ରାମରେ ଗତ ୧୯୫୮ ମସିହାରୁ ସ୍ଥାପିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକା ସମେତ ୫ ଟି ଶ୍ରେଣୀରେ ଆଖପାଖ ପ୍ରତାପୁର, ଭୀମପୁର ପଲ୍ଲୀ ଗ୍ରାମ ସମେତ ଶ୍ୟାମ ସୁନ୍ଦରପଲ୍ଲୀ ଗ୍ରାମର ଉପର ସାହି, ମଝି ସାହି ଓ ତଳସାହି ର ୬୨ ଛାତ୍ରୀ ଛାତ୍ର ପାଠ ପଢୁଥିବା ବେଳେ କେବଳ ଗୋଟିଏ ଶ୍ରେଣୀଗୃହ ରହିଛି । ଉକ୍ତ ଶ୍ରେଣୀଗୃହରେ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ସମେତ ମଧ୍ୟାହ୍ନ ଭୋଜନ ଚାଉଳ ରହୁଛି ।ଗୋଟିଏ ଶ୍ରେଣୀଗୃହରେ ୬ ଟି ଶ୍ରେଣୀର ପିଲାଙ୍କୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସମର ମଲ୍ଲିକ  ଏବଂ ଅନ୍ୟଜଣେ ସହକାରୀ ଶିକ୍ଷକ ସୁରେଶ ମଲ୍ଲିକ ପାଠ ପଢାଉଛନ୍ତି ।

ଦୀର୍ଘବର୍ଷ ହେଲା ଅଭିଭାବକ ବୃନ୍ଦ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ ଶିକ୍ଷା ବିଭାଗ କିମ୍ବା ବ୍ଲକ ପ୍ରଶାସନ ସେଥିପ୍ରତି ଆଦୌ କର୍ଣ୍ଣପାତ କରୁନଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ସ୍କୁଲ ପରିଚାଳନା କମିଟି ସଭାପତି ରଜନୀକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଗୁରୁବାର ସକାଳୁ ଛାତ୍ରୀଛାତ୍ର ଓ ବହୁ ସଂଖ୍ୟକ ଗ୍ରାମବାସୀ, ଅଭିଭାବକ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଛାତ୍ରୀଛାତ୍ରମାନେ ଆମକୁ ପୋଷାକ, ଅଣ୍ଡା, ମଧ୍ୟାହ୍ନଭୋଜନ ନଦିଆଯାଉ ପଛେ ଆବଶ୍ୟକ ଶ୍ରେଣୀଗୃହ ଯୋଗାଇ ଦିଆଯାଉ ବୋଲି ସ୍ଳୋଗାନ ଦେଇ ସ୍କୁଲ ସମ୍ମୁଖରେ ଖରାରେ  ବସି ରହି ଦୀର୍ଘ ସମୟ ଆନ୍ଦୋଳନ ଚଳାଇଥିଲେ।  ଖବରପାଇ ଦିଗପହଣ୍ଡି ବ୍ଲକ ଅତିରିକ୍ତ ବିଡ଼ିଓ ଉମେଶ କୁମାର ସେଠୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ଅଶୋକ କୁମାର ଶତପଥି, ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ ମହାପାତ୍ର, ସହ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ବିଶ୍ରବା ପାଇକ ପ୍ରମୁଖ ସ୍କୁଲରେ ପହଞ୍ଚି ଆନ୍ଦୋଳନକାରୀ ଅଭିଭାବକ ମାନଙ୍କ ସହ ଆଲୋଚନା କରି ଆନ୍ଦୋଳନ ପ୍ରତ୍ୟାହୃତ କରିବା ପାଇଁ ଅନୁରୋଧ କରିଥିଲେ । ହେଲେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ଲିଖିତ ଭାବେ ନ ଜଣାଇବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଜିଦରେ ଅଟଳ ରହିଥିଲେ।

ପରେ ଅଧିକାରୀ ବୃନ୍ଦ ଆସନ୍ତା ୭ ଦିନ ମଧ୍ୟରେ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଟେଣ୍ଡର କରାଯିବ। ଟେଣ୍ଡର ସରିବା ପରେ ୨/୩ ମାସ ଅବଧି ମଧ୍ୟରେ ଶ୍ରେଣୀଗୃହ ନିର୍ମାଣ ସରିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ଜଣାପଡିଛି। ଏନେଇ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସମର ମଲ୍ଲିକଙ୍କୁ ପଚାରିବାରୁ ସ୍କୁଲରେ ଅତିରିକ୍ତ ଶ୍ରେଣୀଗୃହ ନଥିବାରୁ ଶିକ୍ଷାଦାନ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ଘୋର ଅସୁବିଧାର ସାମ୍ନା କରିବାକୁ ପଡୁଛି। ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଟଏଲେଟକୁ ସମସ୍ତେ ବ୍ୟବହାର କରୁଛନ୍ତି । ଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଟଏଲେଟ୍ ନାହିଁ। ମଧ୍ୟାହ୍ନ ଭୋଜନ ରୋଷେଇ ଗୃହ ଭଗ୍ନ ଅବସ୍ଥାରେ ପଡ଼ିରହିଛି। ସ୍କୁଲ ପାଚେରୀ ଭାଙ୍ଗି ଯାଇଛି। ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ  ବର୍ଷା ହେଲେ ଶ୍ରେଣୀଗୃହରେ ପାଣି ପଶିଯାଉଥିବା ସେ କହିଛନ୍ତି ।  ଅତିରିକ୍ତ ବିଡ଼ିଓଙ୍କୁ ଯୋଗାଯୋଗ କରିବାରୁ ଅତିରିକ୍ତ ଶ୍ରେଣୀଗୃହ ପାଇଁ ୧୮ ଲକ୍ଷ ୩୩ ହଜାର ଟଙ୍କା ମଞ୍ଜୁର ହୋଇଛି । ଖୁବଶୀଘ୍ର ଟେଣ୍ଡର କରାଯାଇ ନିର୍ମାଣ କାମ ଆରମ୍ଭ କରାଯିବ ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

OSRTC ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ପରଜଙ୍ଗ,୨୭।୧୦ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ବଡ଼କମର–ପାଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଆମ୍ବପଳାଶ ଶ୍ମଶାନ ନିକଟରେ ଓଏସ୍‌ଆର୍‌ଟିସି ବସ୍‌ ଧକ୍କାରେ ଜଣେ ବାଇକ୍‌…

୩୦ ଛକା, ୨୭ ଚୋକା..ଟି-୨୦ରେ ବିସ୍ଫୋରକ ତ୍ରିଶତକ ହାସଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୭।୧୦: କ୍ରିକେଟ ପଡ଼ିଆରେ ଜଣେ ଯୁବ ଖେଳାଳିଙ୍କ ବିସ୍ଫୋରକ ପ୍ରଦର୍ଶନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦିଲ୍ଲୀ ସ୍କୁଲ୍ସ ଟି-୨୦ ଲିଗ୍‌ରେ ଆର୍ଯ୍ୟନ ଶର୍ମା ଏଭଳି ଏକ…

ସ୍ଥଳଭାଗ ମୁହାଁ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ, ଖୋର୍ଦ୍ଧାରେ ସ୍କୁଲ ଛୁଟି ଘୋଷଣା

ଖୋର୍ଦ୍ଧା,୨୭।୧୦ (ପ୍ରଭାତ ପାଣିଗ୍ରାହୀ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଖୋର୍ଦ୍ଧା ଜିଲାର ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି…

ଦୀପାବଳିରେ ପୁଣି ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ‘ମୋହରା’, ଟକ୍କର ଦେବକି ରଣବୀର କପୁରଙ୍କ ‘ରାମାୟଣ’କୁ…

ମୁମ୍ବାଇ,୨୭।୧୦: ଏହି ଦୀପାବଳିରେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ର ପ୍ରଥମ ଭାଗ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ବିଶାଳ ବଜେଟ ବିଶିଷ୍ଟ ପ୍ରୋଜେକ୍ଟଟି…

ବୈଭବଙ୍କୁ ନେଇ ଗମ୍ଭୀରଙ୍କ ସ୍ପେଶାଲ୍ ପ୍ଲାନ୍! ସଞ୍ଜୁଙ୍କ ସହ ଓପନିଂ…..

ନୂଆଦିଲ୍ଲୀ,୨୭ା୧୦: ତୃତୀୟ ଟି-୨୦ ମ୍ୟାଚ୍‌ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି । ଇଶାନ କିଶନ ଏବେ ମଧ୍ୟ ଫିଟ୍‌…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବର୍ଷା-ପବନ ଆରମ୍ଭ: ସତର୍କ ପ୍ରଶାସନ

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି ଚାଲିଥିବାବେଳେ ଏଥିପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଓ ମୁକାବିଲା ପାଇଁ ସମସ୍ତ…

ବଢୁଛି ବିପଦ ଆଶଙ୍କା: ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି

ଭଞ୍ଜନଗର,୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବ ଭଞ୍ଜନଗର ଅଞ୍ଚଳରେ ଧୀରେ ଧୀରେ ଅନୁଭୂତ ହେବାରେ ଲାଗିଛି। ମଙ୍ଗଳବାର ସକାଳୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି।…

ଟେନସନ୍‌ରେ ଟିମ୍‌ ଇଣ୍ଡିଆ: ସିଧା ହୋଇ ଠିଆ ହେବା ଖେଳାଳିଙ୍କ ପାଇଁ ହୋଇପଡ଼ୁଛି କଷ୍ଟକର

ୱେଲିଂଟନ,୨୭।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ତେବେ ତୃତୀୟ ଟି-୨୦ ପୂର୍ବରୁ ଭାରତୀୟ ଦଳ ପାଇଁ ଚିନ୍ତା ବଢ଼ାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?