Posted inଜାତୀୟ

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ ଛିଡା ହୋଇ ଲୋକେ ଭୋଟ ଦେଉଛନ୍ତି। ସେଥିରୁ କେରଳମ୍‌ର ୧୪୦, ଆସାମ ୧୨୬ ଓ ପୁଡୁଚେରୀର ୩୦ ଆସନରେ ଭୋଟ ଗ୍ରହଣ କରାଯିବ। ଏହା ପୂର୍ବରୁ କେରଳମ୍‌, ଆସାମ ଓ ପୁଡୁଚେରୀରେ ମଙ୍ଗଳବାର ନିର୍ବାଚନ ପ୍ରଚାର ଶେଷ ହୋଇଥିଲା।

କେରଳମ୍‌ରେ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ୍‌ଙ୍କ ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍‌ଡିଏଫ୍‌) ତୃତୀୟ ଥର ପାଇଁ କ୍ଷମତା ଦଖଲ ଉଦ୍ୟମ ଚଳାଇଛି। ଏଭଳି ସଫଳତା ପୂର୍ବରୁ କୌଣସି ମେଣ୍ଟକୁ ମିଳି ନ ଥିବାରୁ ଏଲ୍‌ଡିଏଫ୍‌ ଏଥର ପୁନଃ ବିଜୟ ସୁନିଶ୍ଚିତ କରିବା ପାଇଁ ଧୂଅଁାଧାର ପ୍ରଚାର କରିଥିଲା। ଏହାର ସ୍ଲୋଗାନ ରହିଥିଲା, ଏଲ୍‌ଡିଏଫ୍‌ର କୌଣସି ବିକଳ୍ପ ନାହିଁ। ଅନ୍ୟପକ୍ଷେ ଭାଜପାର ଅଭ୍ୟୁଦୟ ଉଭୟ ଏଲ୍‌ଡିଏଫ୍‌ ଏବଂ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ୟୁଡିଏଫ୍‌) ସ୍ଥିତିକୁ ଦୁର୍ବଳ କରିପାରେ ବୋଲି କୁହାଯାଉଛି। କାରଣ ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ ଖାତା ଖୋଲି ଗୋଟିଏ ଆସନ ଦଖଲ କରିବାରେ ସକ୍ଷମ ହୋଇଥିଲା। ୟୁଡିଏଫ୍‌ ମଧ୍ୟ ଲୋକ ସଭା ଓ ପୌର ନିର୍ବାଚନରେ ମିଳିଥିବା ସଫଳତାକୁ ଦୋହରାଇବାକୁ ଉଦ୍ୟମ ଚଳାଇଛି। ଏଲ୍‌ଡିଏଫ୍‌ ଗତ ୧୦ ବର୍ଷ ସରକାରରେ ହୋଇଥିବା ଜନମଙ୍ଗଳକାରୀ ଯୋଜନାଗୁଡ଼ିକର ଅବତାରଣା କରି ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଛି। କଂଗ୍ରେସ ଏଥର କଲେଜ ଛାତ୍ରୀଛାତ୍ର ଓ ମହିଳା ଭୋଟରଙ୍କୁ ଭୋଟ ହାତେଇବା ପାଇଁ ଅନେକ ମନଲୋଭା ପ୍ରତିଶ୍ରୁତି ଦେଇଛି।

ଉତ୍ତର ପୂର୍ବାଞ୍ଚଳର ପ୍ରମୁଖ ରାଜ୍ୟ ଆସାମରେ ଭାଜପା ତୃତୀୟ ଥର ପାଇଁ କ୍ଷମତା ଦଖଲ ଉଦ୍ୟମ ଚଳାଇଥିବାବେଳେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଦ୍ୱିତୀୟ ଥର ଶାସନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ସେ ମୁସ୍‌ଲିମ ବିରୋଧୀ ମନ୍ତବ୍ୟ, ହିନ୍ଦୁତ୍ୱ ଏଜେଣ୍ଡା ଓ ସ୍ଥାନୀୟ ନେତୃତ୍ୱ ରାଜନୀତିକୁ ଜୋର୍‌ ଦେଇଛନ୍ତି। ହିମନ୍ତ ବିଶେଷକରି ୪୦ ଲକ୍ଷ ମହିଳା ଭୋଟରଙ୍କୁ ଓରୁନୋଦୋଇ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣର ଲାଭ ଦେଇ ସେମାନଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି। ଭାଜପାର ଅନ୍ୟ ପ୍ରମୁଖ ପ୍ରତିଶ୍ରୁତିଗୁଡ଼ିକ ମଧ୍ୟରେ ରହିଥିଲା, ବେଆଇନ ଜବରଦଖଲ ଉଚ୍ଛେଦ, ଆସାମରୁ ପ୍ରବାସୀଙ୍କୁ ବିତାଡ଼ନ, ଏକକ ନାଗରିକ ସଂହିତା (ୟୁସିସି) କାର୍ଯ୍ୟକାରୀ ଏବଂ ୨ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା। କଂଗ୍ରେସ ନେତା ଗୌରବ ଗୋଗୋଇଙ୍କ ପାକିସ୍ତାନ ଲିଙ୍କ୍‌ ଥିବା ଅଭିଯୋଗ ଆଣି ହିମନ୍ତ ବିରୋଧୀ ଦଳକୁ ହରଡ଼ଘଣାରେ ପକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ହିମନ୍ତଙ୍କ ସ୍ତ୍ରୀ ୟୁଏଇ, ଆଣ୍ଟିଗୁଆ, ବରମୁଡା ଓ ଇଜିପ୍ଟ ପାସ୍‌ପାର୍ଟ ରଖିଥିବା ଅଭିଯୋଗ ଆଣିଛି। ହିମନ୍ତ ପରାଜିତ ହେଲେ ତାଙ୍କ ସ୍ତ୍ରୀ ଏହି ଦେଶଗୁଡ଼ିକୁ ପଳାୟନ କରିପାରନ୍ତି ବୋଲି ସମାଲୋଚନା କରିଛି। ଆସାମରେ କଂଗ୍ରେସ ୬ଟି ଦଳକୁ ନେଇ ଗଠିତ ମେଣ୍ଟର ନେତୃତ୍ୱ ନେଉଛି। ସେହିପରି ପଣ୍ଡିଚେରୀରେ ୨୦୨୧ରୁ ଅଲ୍‌ ଇଣ୍ଡିଆ ଏନ୍‌.ଆର୍‌. କଂଗ୍ରେସ (ଏଆଇଏନ୍‌ଆର୍‌ସି) ନେତା ଏନ୍‌. ରଙ୍ଗାସ୍ବାମୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଚାଲିଛି। ଏହି କେନ୍ଦ୍ରଶାସିତ ଅଞ୍ଚଳର ମାତ୍ର ୩୦ ଆସନରେ ଭୋଟ ଗ୍ରହଣ କରାଯିବ। ଏଠି ଜାତୀୟ ରାଜନୀତି ତୁଳନାରେ ପ୍ରାର୍ଥୀମାନଙ୍କ ବ୍ୟକ୍ତିଗତ ଲୋକ ସମ୍ପର୍କ ଏକ ବଡ଼ ଭୂମିକା ନେଇପାରେ ବୋଲି କୁହାଯାଉଛି। ଏହି ୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ବିରୋଧୀ ହାଓ୍ବା ନ ଥିବା କୁହାଯାଉଛି। ତେବେ କେଉଁ ରାଜ୍ୟ କିଏ ଦଖଲ କରିବ ତାହା ମେ’ ୪ରେ ଭୋଟ ଗଣତି ପରେ ଜଣାପଡ଼ିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?