୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ୩୮ତମ ରାଜ୍ୟ କ୍ୟାବିନେଟ୍‌ ବୈଠକକୁ ପଞ୍ଚାୟତିରାଜ, ନିର୍ମାଣ, ରାଜସ୍ବ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସାଧାରଣ ପ୍ରଶାସନ ବିଭାଗ ସମେତ ଆଉ କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟରେ ରହିଛି ପଞ୍ଚାୟତିରାଜ ଏବଂ ନିର୍ମାଣ ବିଭାଗ। ଆଗାମୀ ଦିନରେ ରାଜ୍ୟବାସୀଙ୍କ ନିକଟରେ ଶତପ୍ରତିଶତ ପାଇପ୍‌ ଯୋଗେ ପାନୀୟଜଳ ପହଞ୍ଚାଇବା ଏବଂ ଏହାର ରକ୍ଷଣାବେକ୍ଷଣ ଲାଗି ସରକାର ନୂତନ ନୀତି ଆଣିବାକୁ ପ୍ରସ୍ତାବ ରଖିଛନ୍ତି। ଏହାକୁ ଉକ୍ତ ବୈଠକରେ ଅନୁମୋଦନ ମିଳିବା ନେଇ ବିଭାଗ ଆଶାବାଦୀ ରହିଛି। ସେହିପରି ନିର୍ମାଣ ବିଭାଗ ପକ୍ଷରୁ ଏକ ଗୁୁରୁତ୍ୱପୂର୍ଣ୍ଣ ସେତୁର ଟେଣ୍ଡର ପ୍ରସ୍ତାବ ମଧ୍ୟ ଆସିବାକୁ ରହିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ଇତିମଧ୍ୟରେ ୩୭ଟି କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇସାରିଛି। ସେଥିମଧ୍ୟରେ ମହିଳାଙ୍କୁ ସଶକ୍ତୀକରଣ ଲାଗି ‘ସୁଭଦ୍ରା’ଠାରୁ ଆରମ୍ଭକରି ଚାଷୀଙ୍କ ପାଇଁ ଇନ୍‌ପୁଟ୍‌ ସବ୍‌ସିଡି, ୮୦ ବର୍ଷରୁ ଊର୍ଦ୍ଧ୍ୱ ବାର୍ଦ୍ଧକ୍ୟମାନଙ୍କ ଲାଗି ୩,୫୦୦ଟଙ୍କାର ଭତ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ

ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

୧୬.୭୨ ଲକ୍ଷ ଟଙ୍କା ଆତ୍ମସାତ: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଶ୍ରୀପତି ପ୍ରଧାନ ଗିରଫ

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): ସାର ବିକ୍ରି ଓ ସରକାରୀ ପାଣ୍ଠି ହେରଫେର ମାମଲାରେ ଭିଜିଲାନ୍ସକୁ ବଡ଼ ସଫଳତା। ୧୬.୭୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

ମହିଳାଙ୍କୁ ଫସାଇ ଏକାଧିକ ଥର ବଳାତ୍କାର, ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭିଡିଓ ଭାଇରାଲ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ଗିରଫ

ଦିଗପହଣ୍ଡି,୧|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମଜାଲରେ ଫସାଇ ଏକାଧିକ ଥର ବଳାତ୍କାର କରିବା ସହ…

ଘୁମୁସର ବନଖଣ୍ଡରେ ୯୪ ହାତୀ: ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଘୁମୁସର ଉତ୍ତର ଓ ଘୁମୁସର ଦକ୍ଷିଣ ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦୁଇ ବନଖଣ୍ଡର ବିଭିନ୍ନ…

ଆଶ୍ଚର୍ଯ୍ୟ ହେଲେ ବି ସତ: ଗୋଟିଏ ମ୍ୟାଚ୍‌ରେ ଦୁଇଥର ଭାଙ୍ଗିଲା ଗୋଟିଏ ବିଶ୍ୱରେକର୍ଡ, ଅନ୍ତର୍ଜାତୀୟ T20ରେ ଘଟିଲା…

ନୂଆଦିଲ୍ଲୀ,୧।୯: ୨୦୨୭ ଦିନିକିଆ ବିଶ୍ୱକପର ତିନି ସହ ଆୟୋଜକ ନାମ୍ବିଆ, ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା। ବର୍ତ୍ତମାନ ପରସ୍ପର ବିପକ୍ଷରେ ଏକ T20 ସିରିଜରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri