ପାଟପୁରରେ କ୍ରିକେଟ ମ୍ୟାଚ୍, ବ୍ଲୁ ୱାରିୟର ଟିମ୍ ବିଜୟୀ

ଦିଗପହଣ୍ଡି/ପାଟପୁର,୧୮|୧(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ମିନି ଷ୍ଟାଡିୟମରେ  ସ୍ଥାନୀୟ ଫ୍ରେଣ୍ଡସ୍ସ କ୍ରିକେଟ କ୍ଲବ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ରବିବାର କ୍ଲବର ଖେଳାଳି ଓ ପୂର୍ବତନ ଖେଳାଳି ମାନଙ୍କ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ  ଅରେଞ୍ଜ ଏମ୍ପରର ଏକାଦଶ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତ୍ତି ନେଇଥିବା ବେଳେ ବ୍ଲ୍ୟୁ ୱାରିୟର ଏକାଦଶ ଫିଲ୍ଡିଂ  କରିଥିଲା। ପ୍ରଥମେ ବ୍ୟାଟିଂ କରି ଅରେଞ୍ଜ ଏମ୍ପରର ଏକାଦଶ  ୧୮ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୨୮ ରନ ହାସଲ କରିଥିଲା। ଜବାବରେ ବ୍ଲ୍ୟୁ ୱାରିୟର ଏକାଦଶ ୧୮.୧ ଓଭରରେ ୪  ଓ୍ବିକେଟ ହରାଇ ୧୨୯ ରନ ସଂଗ୍ରହ କରି ୬ ଓ୍ବିକେଟରେ ବିଜୟୀ ହୋଇଥିଲା।

ଅମ୍ପାୟର ଭାବେ ହିମାଂଶୁ ମହାପାତ୍ର ଓ ସୁଜିତ କୁମାର ପଣ୍ଡା ମ୍ୟାଚ ପରିଚାଳନା କରିଥିଲେ । ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଚନ୍ଦନ ସାହୁ ଓ ବୋଲର ଅରୁଣ ଖୁଣ୍ଟିଆଙ୍କୁ ପୁରସ୍କୃତ କରାଯାଇଥିଲା। କ୍ରିକେଟ କ୍ଲବ ମ୍ୟାନେଜର ଅଶୋକ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଓ ପୁରସ୍କାର ବିତରଣ ସଭାରେ ଜିଲା ପରିଷଦ ପ୍ରତିନିଧି ଶଙ୍କର୍ଷଣ ସ୍ୱାଇଁ, ପାଟପୁର ପଞ୍ଚାୟତ ସରପଞ୍ଚ ଡି. ରାକେଶ ପାତ୍ର, ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ଼, ପୂର୍ବତନ ସମିତି ସଭ୍ୟ ଦୁର୍ଗା ପ୍ରସାଦ ପାଢ଼ୀ, କନିଷ୍ଠଯନ୍ତ୍ରୀ ଇଂ. ମନୋଜ ବେହେରା, ଏପିଓ ଅରୁଣ ସ୍ୱାଇଁ, ପୂର୍ବତନ ସରପଞ୍ଚ ଟି. ବାବୁ ସୁବୁଦ୍ଧି, ବରୁଣ ପ୍ରଧାନ, କୈଳାଶ ଖୁଣ୍ଟିଆ, କେ. ନାନବାବୁ ଦୋରା, ଅନିଲ ପାଳ, ସରୋଜ ପାତ୍ର, ମାଧବ ଖୁଣ୍ଟିଆ, ଭଜହରୀ ମହାରଣା, ମିନୁ ରେଡ୍ଡୀ, ନୀଳାଞ୍ଚଳ ସାହୁ, ପ୍ରମୋଦ ପଣ୍ଡା, ରଘୁନାଥ ଖୁଣ୍ଟିଆଙ୍କ ସମେତ କ୍ଲବର ସମସ୍ତ ପୁରାତନ ସଭ୍ୟ ଓ ଦୁଇଟି ଟିମର ଖେଳାଳି ବୃନ୍ଦ ଉପସ୍ଥିତ ଥିଲେ। ବିଜେତା ଓ ଉପବିଜେତା ଟିମକୁ ଅତିଥି ବୃନ୍ଦ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । କ୍ଳବର ବରିଷ୍ଠ ସଦସ୍ୟ ବିନାୟକ ଦାଶ ଧନ୍ୟବାଦ ଅର୍ପଣ  କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରୀ ଧନୁଯାତ୍ରା ଉଦ୍‌ଘାଟିତ: ସାଂସ୍କୃତିକ ଶୋଭାଯାତ୍ରାରେ କମ୍ପିଲା ସହର

ସମ୍ବଲପୁର, ୧୮।୧(ଭବାନୀ ଶଙ୍କର ଭୋଇ): ଗଙ୍ଗାଧର ମୁକ୍ତ ମଞ୍ଚରେ ରବିବାର ଆରମ୍ଭ ହୋଇଛି ତୃତୀୟ ସମ୍ବଲପୁରୀ ଧନଯାତ୍ରା। ସମ୍ବଲପୁରୀ ଧନୁଯାତ୍ରା କମିଟି ସଭାପତି ସଞ୍ଜୟ ବାବୁଙ୍କ...

ଚଳନ୍ତା ଅଟୋ ଆଗକୁ ଡେଇଁ ପଡ଼ିଲା ମାଙ୍କଡ: ଆଉ ତା’ପରେ…

ଧରାକୋଟ,୧୮ା୧ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ତାଳପାଟଣା ନିକଟରେ ଚଳନ୍ତା ଅଟୋ ଆଗକୁ ଏକ ମାଙ୍କଡ ଡେଇଁ ପଡିବାରୁ ଭାରସାମ୍ୟ ହରାଇ...

କୋହଲିଙ୍କ ଶତକ ସତ୍ତ୍ୱେ ହାରିଲା ଟିମ୍‌ ଇଣ୍ଡିଆ

ଇନ୍ଦୋର,୧୮।୧- ଇନ୍ଦୋର ହୋଲକର ଷ୍ଟାଡିୟମରେ ରବିବାର ବିରାଟ କୋହଲିଙ୍କ ଦମ୍‌ଦାର ଶତକ ସତ୍ତ୍ୱେ ଭାରତ ୪୧ ରନରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି। ଡାରଲି ମିଚେଲ ଓ...

ଜନବସତିକୁ ମାଡି ଆସିଲେ ହାତୀପଲ ; ଖାଇଗଲେ ଅମଳ ଧାନ, ଚିନ୍ତାରେ…

ଦିଗପହଣ୍ଡି,୧୮ା୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର, ସୁନାଖଣ୍ଡି ହରିଣା, ନୂଆଗଡ ପ୍ରଭୃତି ଗ୍ରାମମାନଙ୍କରେ ଗତ ପ୍ରାୟ ୧ ମାସରୁ ଉର୍ଦ୍ଧ୍ବ...

କେତୁଙ୍କ ଗତି ପରିବର୍ତ୍ତନ, ସମସ୍ୟା ଭୋଗିବେ ଏହି ରାଶି

ଜ୍ୟୋତିଷ ଶାସ୍ତ୍ରରେ କେତୁକୁ ଛାୟା ଗ୍ରହ କୁହାଯାଏ । ଏହାର ନକାରାତ୍ମକ ପ୍ରଭାବ ଯୋଗୁଁ ଜଣେ ବ୍ୟକ୍ତି ମାନସିକ ଚାପ ଏବଂ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି...

ଦୀର୍ଘ ୪୦ ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ର: ପଦ୍ମନାଭପୁର ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟର ବନ୍ଧୁମିଳନ ଉତ୍ସବ

ଦିଗପହଣ୍ଡି,୧୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟର ୧୯୮୬ ମସିହା ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରଙ୍କ...

ପୋଖରୀହୁଡ଼ାରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ଉମରକୋଟ, ୧୮।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୋଏଲାରବେଡ଼ା ଗାଁ ପୋଖରୀହୁଡ଼ାରୁ ରବିବାର ଜଣେ ନବଜାତକଙ୍କ ମୃତଦେହ ମିଳିଛି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି...

କେନାଲରୁ ମିଳିଲା ଶିଶୁପୁତ୍ରର ମୃତଦେହ, ଭାସିଯାଇ…

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସଦର ଥାନା ଅନ୍ତର୍ଗତ ସୟାଁ ପଡିଆ ପାଖ ଦେଇ ଯାଇଥିବା କେନାଲରୁ ରବିବାର ଜଣେ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri