ଚକା ଫାଟି ଗଛରେ ପିଟିହେଲା କାର: ପରିବାରର ୬ଗୁରୁତର

ବଘିଆପଡ଼ା,୧୯।୪(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ର ଆଗ ଚକ ଫାଟି ଯିବାରୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ପରେ ଗାଡି ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ଜଣେ ନବଜାତକ ଶିଶୁଙ୍କ ସହିତ ପରିବାରର ୬ଜଣ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ବୌଦ୍ଧ ସହର ବଗିଚା ସାହିର ଶୁଭାଶିଷ ଆଚାର୍ଯ୍ୟ ତାଙ୍କ ସ୍ତ୍ରୀ ସ୍ୱସ୍ତିକା ହୋତା, ଶାଶୁ କମଳିନୀ ହୋତା, ୭ ବର୍ଷର ପୁଅ ଶ୍ରୀୟାନ୍ସ ଆଚାର୍ଯ୍ୟ ଏବଂ ୪ ଦିନର ନବ ଜାତକ ଶିଶୁ ଏକ କାର ଯୋଗେ ଟିଟିଲାଗଡରୁ ବୌଦ୍ଧ ଫେରୁଥିଲେ। ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞା ପିଠ ନିକଟରେ ହଠାତ କାରର ଆଗ ଚକ ଫାଟି ଯିବାରୁ କାରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ପରେ କାର ଇଞ୍ଜିନରେ ନିଆଁ ଲାଗି ଯାଇଥିଲା।

ସ୍ଥାନୀୟ ବିଦ୍ୟୁତ୍‌ କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ନିଆଁ ଲିଭାଇ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତର ଖାନା ପଠାଇ ଥିଲେ। ଦୁର୍ଘଟଣାରେ କାର୍‌ ଚାଳକ ପ୍ରଭୁଦତ୍ତ ସିଂଙ୍କ ସମେତ ଗାଡିରେ ଥିବା ଆଚାର୍ଯ୍ୟ ପରିବାରର ସମସ୍ତ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ବୌଦ୍ଧ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବର ପଞ୍ଚମ ବିଜୟ

ମୁଲାନପୁର,୧୯ା୪: ପ୍ରିୟାଂଶ ଆର୍ଯ୍ୟ ଓ କୁପର କନୋଲୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ରବିବାର ରାତିରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ…

କାର୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ବେଲଗୁଣ୍ଠା,୧୯।୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ ଗଙ୍ଗପୁର ଥାନା ଅଧୀନ ଇନ୍ଦନପୁର ଗ୍ରାମରେ ଏକ କାର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ…

ରୋଷେଇ ବେଳେ ବିସ୍ଫୋରଣ ହେଲା ଗ୍ଯାସ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ୩…

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଦଳିତ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରବିବାର  ସନ୍ଧ୍ୟାରେ ରୋଷେଇ ଗ୍ଯାସ ସିଲିଣ୍ଡର ଲିକ୍ ହୋଇ…

ସାଙ୍ଗ ଗୁଳିରେ ଚାଲିଗଲା ସାଙ୍ଗର ଜୀବନ

ଫୁଲବାଣୀ/ଚକାପାଦ/ବାଲିଗୁଡା,୧୯ା୪(ରାକେଶ କୁମାର ରାଉତ/ପ୍ରତାପ କିଶୋର ବେହେରା/ ସଞ୍ଜୟ କୁମାର ପାଣିଗ୍ରାହୀ): ଜଙ୍ଗଲକୁ ଶିକାର କରିବାକୁ ୩ ସାଙ୍ଗ ଯାଇଥିଲେ। ହେଲେ ଶିକାର କଲାବେଳେ ବନ୍ଧୁକ ଧରିଥିବା ଯୁବକଙ୍କ…

ପ୍ରେମିକାକୁ ମାଡ଼ ମାରିଲେ ପ୍ରେମିକ, ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ

କୋରାପୁଟ,୧୯ା୪(ଅମିତାଭ ବେହେରା ): ପ୍ରେମିକର ନିର୍ଯ୍ୟାତନା ସହି ନପାରି ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ…

କବିସୂର୍ଯ୍ୟଙ୍କ ଶ୍ରାଦ୍ଧତ୍ସୋବ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ

ଦିଗପହଣ୍ଡି,୧୯।୪(ଅଶେଷ ନାଥ ମିଶ୍ର) ଓଡ଼ିଆ ସାହିତ୍ୟାକାଶର ଉଜ୍ଜଳତମ ନକ୍ଷତ୍ର କବିସୂର୍ଯ୍ୟ ବଳଦେବ ରଥ ବୈଶାଖ ମାସ ଅକ୍ଷୟ ତୃତୀୟା ତିଥିରେ ମୃତ୍ୟୁବରଣ କରିଥିଲେ। ପବିତ୍ର ଜନ୍ମମାଟି ଗଞ୍ଜାମ…

ପାରିବାରିକ ହିଂସା, ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ବାଘମରା ସାହିରେ ରବିବାର ଅପରାହ୍ନରେ ପାରିବାରିକ ହିଂସା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ଟାଙ୍ଗିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri