ମା’ ବାପାଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡ଼ିଛନ୍ତି ଭଉଣୀ-ଭାଇ

ଗଞ୍ଜାମ,୧୨ା୧(ବିଦ୍ୟାଧର ସାହୁ): ବାପାଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ପରେ କ୍ୟାନ୍ସରରେ ମା’ଙ୍କ ଅକାଳ ବିୟୋଗରେ ବେସାହାରା ହୋଇ ପଡ଼ିଛନ୍ତି ଭଉଣୀ ଭାଇ। ଏପରି ଏକ ହୃଦୟବିଦାରକ ଘଟଣା ଗଞ୍ଜାମ ବ୍ଲକର କାଇଁଚପୁର ପଞ୍ଚାୟତ ଅଧୀନ ଝରପଦର ଗାଁରେ ଦେଖିବାକୁ ମିଳିଛି। ଏକ ଭୂମିହୀନ ପରିବାରରେ ୯ ମାସ ମଧ୍ୟରେ ମା’ ବାପାଙ୍କ ଅକାଳ ବିୟୋଗରେର ଝିଅ ସୁଇଟି (୧୭) ଓ ପୁଅ କାଳିଆ (୧୪) ରି ଅସହାୟ ହୋଇପଡିଛନ୍ତି। ପରିବାରର ମୁଖ୍ୟ ରୋଜଗାରିଆ ରବି ମହାକୁଡ (୪୫) ଋଣଭାର ଓ ଆର୍ଥିକ କଷ୍ଟରୁ ମୁକ୍ତି ପାଇବା ପାଇଁ ୯ ମାସ ତଳେ ଖଲିକୋଟ ଅଞ୍ଚଳର ଏକ ଠିକାଦାରଙ୍କ ସହାୟତାରେ ହାଇଦ୍ରାବାଦର ଏକ ଘୋରେଇ କମ୍ପାନୀରେ ଶ୍ରମିକ ଭାବେ କାମକୁ ଯାଇଥିଲେ। କାମ କରୁଥିବା ସମୟରେ ପାଣି ଟାଙ୍କି ଭୁଶୁଡ଼ି ପଡ଼ିଯିବାରୁ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଥିବା ଝୁନୁ ମହାଙ୍କୁଡ (୩୯) ଆନ୍ତ୍ର କ୍ୟାନ୍ସରରେ ପୀଡ଼ିତ ହୋଇଥିବା ଜାଣିବାକୁ ମିଳିଲା। ବ୍ରହ୍ମପୁର ବଡ଼ ମେଡିକାଲରେ ଦୀର୍ଘଦିନ ଚିକିତ୍ସାଧୀନ ରହିବା ପରେ ଗତକାଲି ସେ ମୃତ୍ୟୁବରଣ କରିଛନ୍ତି। ରବି ଓ ଝୁନୁ ଭୂମିହୀନ ଥିଲେ। ନିଜ ଘର ନ ଥିବାରୁ ଭଡ଼ାଘରେ ରୁହିଥିଲେ। ଗାଁଗାଁ ବୁଲି ଚୁଡ଼ି ବିକି ପରିବାର ପୋଷଣ କରୁଥିଲେ। ଦୁଇଜଣଙ୍କ ଅକାଳ ମୃତ୍ୟୁ ପରେ ପରିବାର ସମ୍ପୂର୍ଣ୍ଣ ଭାବେ ମୁରବୀ ଶୂନ୍ୟ ଓ ଆଶ୍ରୟ ବିହୀନ ହୋଇପଡ଼ିଛି। ଝିଅ ସୁଇଟି ଦଶମ ଶ୍ରେଣୀ ପାସ୍‌ କରିଛନ୍ତି l ଉଚ୍ଚଶିକ୍ଷା ପାଇଁ ଇଚ୍ଛା ଥିଲେ ମଧ୍ୟ ଅର୍ଥାଭାବ ଯୋଗୁ ପଢ଼ା ବନ୍ଦ କରିବାକୁ ବାଧ୍ୟ ହୋଇଛି। ପୁଅ ବର୍ତ୍ତମାନ ଦଶମ ପରୀକ୍ଷା ଦେବ। କିନ୍ତୁ ମା ବାପାଙ୍କ ଅନୁପସ୍ଥିତି ଓ ଅର୍ଥ ଅଭାବରୁ ତାଙ୍କର ଭବିଷ୍ୟତ ଅନ୍ଧକାରମୟ। ପରିବାର ଏତେ ଆର୍ଥିକ ସ୍ଥିତି ଦୟନୀୟ ଯେ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ଶବଦାହ କରିବା ପାଇଁ ପାଖରେ ଟଙ୍କାଟିଏ ନାହିଁ l ଶେଷ ଦାହ ସଂସ୍କାର ଓ ପରବର୍ତ୍ତୀ କାର୍ଯ୍ୟ ନିମନ୍ତେ ଖର୍ଚ୍ଚ ଯୋଗାଡ଼ କରିବାର ସମ୍ବଳ ନ ଥିବାରୁ ଦୁଇ ପିଲା ବର୍ତ୍ତମାନ ଭାଙ୍ଗିପଡ଼ିଛନ୍ତି। ଏହି ଭଳି ପରିସ୍ଥିତିରେ ଦୁଇ ପିଲା ଆର୍ଥିକ ସହାୟତା, ଶିକ୍ଷା ସୁବିଧା, ଆଶ୍ରୟ, ମୃତ୍ୟୁ ଅନୁଗ୍ରହ, ଦାହ ସଂସ୍କାର ସହାୟତା ପାଇଁ ସରକାରୀ ହସ୍ତକ୍ଷେପ ଓ ମାନବିକ ସହାୟତା ଅପେକ୍ଷାରେ ଅଛନ୍ତି। ସ୍ଥାନୀୟ ଗ୍ରାମବାସୀ ସହ ଅଞ୍ଚଳବାସୀ ଜିଲା ପ୍ରଶାସନକୁ ଶୀଘ୍ର କାର୍ଯ୍ୟକାରୀ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମବାସୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଲେ ଅତିରିକ୍ତ ଏସ୍‌ପି, ସରପଞ୍ଚ କହିଲେ…

ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତରୁ କିଛିଦିନ ତଳେ ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେବାରୁ ସଦର ପୋଲିସ...

ପ୍ରଥମ ଥର ଟିମ ଇଣ୍ଡିଆରେ ସାମିଲ ହେଲେ ଏହି ୨୬ ବର୍ଷୀୟ ଖେଳାଳି, ତାଙ୍କ ଅଧିନାୟକତ୍ୱରେ ଖେଳିଛନ୍ତି କୋହଲି, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୧୨।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଏକଦିବସୀୟ ସିରିଜରେ ୱାଶିଂଟନ ସୁନ୍ଦରଙ୍କ ରିପ୍ଲେସମେଣ୍ଟ ଖେଳାଳି ଭାବରେ ଆୟୁଷ ବଦୋନିଙ୍କୁ ସାମିଲ କରାଯାଇଛି। ଭଦୋଦରାରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟରେ...

ଚୋରଙ୍କୁ ପଚରାଉଚରା ପରେ ଛାଡ଼ିଦେଲା ପୋଲିସ, ଗିରଫ ଦାବିରେ ତାତିଲେ ଲୋକେ

ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତର ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେଇବାରୁ ସଦର ପୋଲିସ ଚୋରମାନଙ୍କୁ ଥାନାକୁ...

ଇଣ୍ଡିଗୋ ବିମାନରେ ମାଡ଼ ହେଲା ପକ୍ଷୀ, ୨୧୬ ଯାତ୍ରୀଙ୍କୁ ପାଇଲଟ….

ନୂଆଦିଲ୍ଲୀ,୧୨ା୧: ରବିବାର ସନ୍ଧ୍ୟାରେ ବାରାଣସୀର ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋର ଏକ ବିମାନ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି । ଗୋରଖପୁରରୁ ବେଙ୍ଗାଲୁରୁ ଯାଉଥିବା...

ବ୍ୟକ୍ତିଗତ ଭାବେ ଭୁବନେଶ୍ୱର କୋର୍ଟରେ ହାଜର ହେଲେନି ପୀୟୂଷ, ଓକିଲଙ୍କ ଜରିଆରେ…

ଭୁବନେଶ୍ୱର,୧୨।୧: ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ମନା ପ୍ରସଙ୍ଗ ଥମିବାର ନାଁ ଧରୁନାହିଁ। ଭୁବନେଶ୍ୱର କୋର୍ଟରେ ହାଜର ହେବାକୁ କୁହାଯାଇଥିବା ବେଳେ ଆଜି ପୀୟୂଷ...

ବସ୍‌-ବାଇକ୍‌ ଧକ୍କା, ଚାଲିଗଲା ଚାଳକଙ୍କ ଜୀବନ, ରାସ୍ତା ଉପରେ ମୃତଦେହ ରଖି…

ଗୁଣୁପୁର,୧୨ା୧(ସଙ୍କେତ ପାତ୍ର): ଗୁଣୁପୁର ବଂଶଧାରା ବ୍ରିଜ ନିକଟ ମୁଖ୍ୟ ରାସ୍ତା ଉପରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଗୁଣୁପୁର...

‘ଯୁବଗୋଷ୍ଠୀଙ୍କ ବିକାଶ ହେଲେ ଦେଶର ବିକାଶ ସମ୍ଭବ’

ପୁରୁଷୋତ୍ତମପୁର,୧୨ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକ ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ସୋମବାର ଜାତୀୟ ଯୁବଦିବସ...

ଭାରତ ଆସିବେ ଟ୍ରମ୍ପ! ବଡ଼ ଖୁଲାସା କଲେ ଆମେରିକୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧୨।୧: ଭାରତରେ ନୂତନ ଆମେରିକୀୟ ରାଷ୍ଟ୍ରଦୂତ ସର୍ଜିଓ ଗୋର୍‌ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri