ଦାରିଙ୍ଗବାଡି ଶୀତ ମହୋତ୍ସବ: ତୃତୀୟ ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ; ହସାଇହସାଇ ବେଦମ କଲେ…

ଦାରିଙ୍ଗବାଡି, ୧୦ା୧ (ଅରୁଣ ସାହୁ )-ଏକାଦଶ ତମ ଦାରିଙ୍ଗବାଡି ଶୀତ ମହୋତ୍ସବର ତୃତୀୟ ଦିବସର ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା। ଶୀତରେ ଦର୍ଶକମାନେ ଉଭୟନୃତ୍ୟଶିଳ୍ପୀଙ୍କ ନୃତ୍ୟରେ ମସଗୁଲ ହୋଇଥିଲେ। ତୃତୀୟଦିବସ କାର୍ଯ୍ୟକ୍ରମରେ ତହସିଲଦାର ଧୀରଜ ପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କଂହର, ଅନ୍ୟ ତମ ଅତିଥି ରୂପେ ଅତିତିକ୍ତ ଏସପି ରମେନ୍ଦ୍ର ପ୍ରସାଦ, ବାଲିଗୁଡା ଏସ୍‌ଡିପିଓ ଶୁଭମ ଭୋସଲେ, ପ୍ରୋବେଶନର ଆଇପିଏସ ଶ୍ରୀନିବାସଙ୍କ ସହ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲୀପ କଂହର, ବିଡ଼ିଓ ପ୍ରୀତିରଞ୍ଜନ ରଥ ଉପସ୍ଥିତ ଥିଲେ। ଦାରିଙ୍ଗବାଡି ଶୀତ ମହୋତ୍ସବ ଏକ ମହୋତ୍ସବ ନୁହେଁ ଏହା ସ୍ଥାନୀୟ ଅଧିବାସୀଙ୍କ ଭାବାବେଗକୁ ପରିପ୍ରକାଶ କରିଥାଏ ବୋଲି ଅତିଥିମାନେ କହିଥିଲେ। ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ଶୀତ ଯୋଗୁ ଏହାକୁ ଓଡିଶାର କାଶ୍ମୀର ବୋଲି ପର୍ଯ୍ୟଟକମାନେ ମନେ କରିଥାନ୍ତି ବୋଲି ସେମାନେ ମତ ରଖିଥିଲେ।

ଦିବସର କାର୍ଯ୍ୟକ୍ରମ ପରେ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟବାସୀ ଓ ପର୍ଯ୍ୟଟକଙ୍କ ପାଇଁ ଥିଲା ଆହୁରି ମନୋହର। ଶିବାନନ୍ଦ ବାରିକ ଏବଂ ଶୋଭାଣଙ୍କ ସଂଯୋଜନାରେ ହେରି ଓ ପ୍ରିୟମ୍ବଦାଙ୍କ ଯୋଡି ଓ ସେମାନଙ୍କ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ସେହିପରି ଓଡ଼ିଆ ଚଳଚିତ୍ର ସଂଳାପ ଲେଖକ ତଥା ଛୋଟ ପରଦାର କଳାକାର ବ୍ୟାଙ୍ଗକବି ପ୍ରିୟବ୍ରତ ପଣ୍ଡାଙ୍କ ଦ୍ୱାରା ବ୍ୟାଙ୍ଗକବିତା ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଥିଲା।

ବ୍ୟାଙ୍ଗକବି ଜ୍ଞାନ ହୋତା ମଧ୍ୟ ଥିଲେ ଏହି ସନ୍ଧ୍ୟାର ବିଶେଷ ଆକର୍ଷଣ। ତାଙ୍କ ବ୍ୟଙ୍ଗର ପରିବେଷଣ ଶୈଳୀ ଦର୍ଶକଙ୍କୁ ବେଶ୍‌ ହସର ଖୋରାକ ଯୋଗାଇଥିଲା।

ସେହିପରି ବର୍ଷା ସେନଙ୍କ ଓଡିଶୀ, ବ୍ୟାଙ୍ଗକବି ସୁଶାନ୍ତ ମିଶ୍ରଙ୍କ ବ୍ୟଙ୍ଗ କବିତା, ସମ୍ବଲପୁର ସର୍ବେଶ୍ୱର ଭୋଇଙ୍କ ମେଲୋଡି, ଆଲୋକ ବିଷୋୟୀଙ୍କ ପଶୁ ମୁଖ ନୃତ୍ୟ ସହ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଚାଙ୍ଗୁ ନୃତ୍ୟ ଶୀତ କାକରରେ ବି ଦର୍ଶକ ଓ ଶ୍ରୋତାଙ୍କୁ ବାନ୍ଧି ରଖିପାରିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସକୁ ହତ୍ୟା ଉଦ୍ୟମ ଅଭିଯୋଗ, ୨୬ ଅଭିଯୁକ୍ତ…

ଦିଗପହଣ୍ଡି,୧୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କରପଡା ପଞ୍ଚାୟତ ଜଙ୍ଘମା ଗ୍ରାମ ନିକଟ ଜଙ୍ଗଲରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିଲା...

ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ସହାୟତା ରାଶି ଘୋଷଣା କଲେ….

ଛତ୍ରପୁର,(ଦିଲ୍ଲୀପ ସାମଲ)୧୧/୧: ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଯୁବକ ଜଣକ ହେଲେ ଗାଙ୍ଗପୁର- ୨ ଗ୍ରାମର ସାଗର ନାହାକ (୨୮)...

ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ, ଠିଆ ହୋଇଥିବା ବେଳେ….

ବେଲପାହାଡ, ୧୧/୧(ସୁବାସ ପ୍ରଧାନ): ବର୍ତ୍ତିଗଲା ବଡ଼ ଟ୍ରେନ ଦୁର୍ଘଟଣା । ଝାରସୁଗୁଡ଼ା ଜିଲାରେ ମାଲବାହୀ ଟ୍ରେନ୍‌ର ୩ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ଝାରସୁଗୁଡା ଜିଲା ବେଲପାହାଡ଼...

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୧ା୧: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ୫ ଜାନୁଆରୀ ୨୦୨୬ରେ ସାର୍‌ ଗଙ୍ଗାରାମ...

ଧାନ କିଣାବିକାରେ ଅବ୍ୟବସ୍ଥା: ଚାଷୀ ପ୍ରତିନିଧି ଅଟକ, ରାଜନେତାଙ୍କୁ ଘାରିଲାଣି ଭୟ

ବରଗଡ଼,୧୧ା୧(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଅବ୍ୟବସ୍ଥା ଅଭିଯୋଗରେ ଚାଷୀ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଚାଷୀମାନେ କେବଳ ରାଜରାସ୍ତାକୁ ଓହ୍ଲାଉଛନ୍ତି, ତାହା ନୁହେଁ। ଶାସକ ଦଳର...

ତଦନ୍ତ ପାଇଁ ଯାଇଥିବା ବେଳେ ତଦନ୍ତ ଅଧିକାରୀଙ୍କ ସହ ଧସ୍ତାଧସ୍ତି, ଥାନାରେ…

ଗଜପତି,୧୧।୧(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ରାଣୀପେଣ୍ଠା ଗ୍ରାମ ନିକଟରେ ଗୋଟିଏ ଆବାସିକ ଘରେ କୌଣସି ଏକ ସଂଗଠନ ତରଫରୁ ଚାକିରି ଦେବା...

‘ଆମ ବସ୍’ ଡିପୋରେ ଅଗ୍ନିକାଣ୍ଡ, ଦୁଇ ଦିନରେ ଦୁଇଟି ବସ୍‌ ଜଳିଗଲା

ଭୁବନେଶ୍ୱର,୧୧।୧: ଭୁବନେଶ୍ୱରରେ ପୁଣି ଏକ ‘ଆମ ବସ୍’ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରବିବାର ଅପରାହ୍ନରେ ପଟିଆ ଛକ ନିକଟରେ ଥିବା ଆମ ବସ୍ ଡିପୋରେ ଚାର୍ଜିଂ...

ବିବାହ ବନ୍ଧନରେ ଆବଦ୍ଧ ହେଲେ କ୍ରିତି ସାନନଙ୍କ ଭଉଣୀ ନୂପୁର, ଲୋକପ୍ରିୟ ଗାୟକ ଷ୍ଟେବିନ ବେନ୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା କ୍ରିତି ସାନନଙ୍କ ଭଉଣୀ ନୂପୁର ସାନନ ଏବଂ ଲୋକପ୍ରିୟ ଗାୟକ ଷ୍ଟେବିନ ବିନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri