ପ୍ଲାଷ୍ଟିକ ମୁକ୍ତ ହେବ ‘ବୁଢ଼ାକେନ୍ଦୁ ମନ୍ଦିର’: ପରିବେଶ ସହଯୋଗୀ ବିକଳ୍ପ…

ଭଞ୍ଜନଗର,୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ବୁଢ଼ାକେନ୍ଦୁ ମନ୍ଦିରରେ ଶୁକ୍ରବାର  ‘ପ୍ଲାଷ୍ଟିକ ମୁକ୍ତ ପିକନିକ୍‌ ସ୍ପଟ୍‌’ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଉକ୍ତ ଅଞ୍ଚଳରେ ଆଗାମୀ ଦିନରେ କିଭଳି ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ହୋଇପାରିବ ସେନେଇ ଲୋକଙ୍କୁ ସଚେତନତା କରାଯାଇଥିଲା। ଏଥିସହ ସେଠାରେ ୧୦୦ ସ୍ବେଚ୍ଛାସେବୀ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏସିଏଫ୍‌ ବିବେକ ଦାସ, ବିମଳ ପ୍ରଧାନ, କେନ୍ଦ୍ରୀୟ ରେଞ୍ଜର ପୃଥିବୀରାଜ ପ୍ରଧାନ ଅତିଥି ଭାବେ ଯୋଗଦେଇ ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିବା ସହ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଏହି ଅବସରରେ ମନ୍ଦିର ଟ୍ରଷ୍ଟି, ବନ ସୁରକ୍ଷା ସମିତି ସଦସ୍ୟ, ବନ ବିଭାଗର କର୍ମଚାରୀ, କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିସହ ସଂମ୍ପୃକ୍ତ ଅଞ୍ଚଳର ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।  ଏହି ଅଭିଯାନରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସଂଗ୍ରହ କରି ଯଥାଯଥ ଭାବେ ନଷ୍ଟ କରାଯାଇଥିଲା। ଏଥିସହ ଛାତ୍ରୀଛାତ୍ର ଓ ଗ୍ରାମବାସୀମାନଙ୍କୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରି ପରିବେଶ ସହଯୋଗୀ ବିକଳ୍ପ ବ୍ୟବହାର କରିବା ପାଇଁ ସଚେତନ କରାଯାଇଥିଲା। ଏହି ପଦକ୍ଷେପ ଦ୍ୱାରା ପରିବେଶ ସୁରକ୍ଷା ସହ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ସ୍ବାସ୍ଥ୍ୟ ଉପରେ ପଡୁଥିବା ଖରାପ ପ୍ରଭାବ ଉପରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନାଦେଈ କପ୍‌ କ୍ରିକେଟ: ଉଦ୍ୟାନବନ୍ଧ ଚାମ୍ପିୟନ

ନୂଆପଡ଼ା,୭ା୧(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା କଣାଭଏଁରା ଖେଳ ପଡ଼ିଆରେ ୮ତମ ଜୟ ମା’ ସୁନାଦେଈ କପ୍‌ କ୍ରିକେଟ ଶନିବାର ଉଦ୍‌ଯାପିତ...

ଦିଗପହଣ୍ଡିରେ ଆନ୍ତଃଜିଲା ଖୋ-ଖୋ ଟୁର୍ନାମେଣ୍ଟ ଉଦ୍‌ଘାଟିତ, ରବିବାର ଦିନ…

ଦିଗପହଣ୍ଡି,୧୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ଶନିବାର ଆନ୍ତଃ ଜିଲା ଖୋ – ଖୋ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ମହାକାଳ...

ବନ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ- ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିରେ ଗଜପତି ଜିଲା ପାରଳାଖେମୁଣ୍ଡି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଚନ୍ଦ୍ରଗିରି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ତୃତୀୟ ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ; ହସାଇହସାଇ ବେଦମ କଲେ…

ଦାରିଙ୍ଗବାଡି, ୧୦ା୧ (ଅରୁଣ ସାହୁ )-ଏକାଦଶ ତମ ଦାରିଙ୍ଗବାଡି ଶୀତ ମହୋତ୍ସବର ତୃତୀୟ ଦିବସର ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା।...

ବେଆଇନ ଭାବେ ବିକୁଥିଲେ ବିଦେଶୀ ମଦ: ମାଡ଼ି ବସିଲା ଦିଗପହଣ୍ଡି ଅବକାରୀ ବିଭାଗ, ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଭାରପ୍ରାପ୍ତ ଓଆଇସି ଏନ୍‌. ତ୍ରିପତୀ ରେଡ୍ଡୀ ସଦଳବଳେ ଶନିବାର ସାରେ ଦିଗପହଣ୍ଡି ବ୍ଲକ ବି....

ଚାଉଳ ଚୋରି କରି ବନ୍ଧା ହେଲେ ୩ ଅଭିଯୁକ୍ତ ଗିରଫ

ଖଡ଼ିଆଳ,୧୦ା୧ (ସୁଜିତ କୁମାର ପ୍ରଧାନ)- ଏକ ଚୋରି ଘଟଣାରେ ଖଡିଆଳ ପୋଲିସ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କଠାରୁ ଚୋରି ଚାଉଳ ଜବତ କରିଛି।...

ଜାତୀୟ ତାଏକୋଣ୍ଡୋ ପ୍ରତିଯୋଗିତା: ଚମକିଲେ କଳାହାଣ୍ଡିର ପ୍ରତିଯୋଗୀ

ଭବାନୀପାଟଣା,୧୦।୧(ଉତ୍ତମ କୁମାର ଦାଶ): ଗୁଜୁରାଟର ଅହମଦାବାଦ କୋବାସ୍ଥିତ ପ୍ରେକ୍ଷାଧ୍ୟାନ ଏକାଡେମୀରେ ଡିସେମ୍ବର ଶେଷରେ ୪୦ତମ ଜାତୀୟ ଆଇଟିଏଫ ତାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗୁଜରାଟ ତାଏକୋଣ୍ଡୋ...

ଭଞ୍ଜନଗର ଅଞ୍ଚଳରେ ହାଡ଼ ଭଙ୍ଗା ଶୀତ: ଥଣ୍ଡାରେ ଚାଲିଗଲା ବୃଦ୍ଧଙ୍କ ଜୀବନ…

ଭଞ୍ଜନଗର,୧୦।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡିରେ ଅତ୍ୟଧିକ ଥଣ୍ଡା ଯୋଗୁ ଶୁକ୍ରବାର ରାତିରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ସେ ହେଲେ ଗାଙ୍ଗପୁର ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri