ଦିବ୍ୟାଙ୍ଗ ଯୁବତୀଙ୍କୁ ଜଣଙ୍କ ପରେ ଜଣେ କରିଥିଲେ ବଳାତ୍କାର: ୩ ଜଣ ଜଣଙ୍କୁ ଅଟକ ରଖି…

ରାୟଗଡ଼ା/ଗୁଡ଼ାରି,୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଛି। ଜଣେ ୧୮ବର୍ଷୀୟା ଦିବ୍ୟାଙ୍ଗ ଯୁବତୀ ମାନସିକ ଦୁରବସ୍ଥା ଥିବାରୁ ଏହାର ଫାଇଦା ଉଠାଇ ସୋମବାର ଅପରାହ୍ନ ପ୍ରାୟ ୪ଟାରେ ୩ ଜଣ ଯୁବକ ତାଙ୍କୁ ବାଇକ୍‌ରେ ଉଠାଇନେଇ ଗଣବଳାତ୍କାର କରିଛନ୍ତି। ରାୟଗଡ଼ା ଜିଲା ଗୁଡ଼ାରି ଥାନା ଅନ୍ତର୍ଗତ ନାଇରା ଗାଁରେ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଝିଅକୁ ଉଲଗ୍ନ ଅବସ୍ଥାରେ ଉଦ୍ଧାରକରି ମା’ ଘରକୁ ନେବା ପରେ ଗୁଡ଼ାରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗୁଡ଼ାରି ପୋଲିସ କେସ୍‌ ନଂ. ୨/୨୬ରେ ମାମଲା ରୁଜୁକରିଛି। ଗୁଣପୁର ଏସ୍‌ଡିପିଓ ବାବୁଲି ନାୟକ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ୩ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଗୁଡାରି ଥାନା ଆଇଆଇସି ସମର୍ପିତା ସ୍ବାଇଁ ସୂଚନା ଦେଇଛନ୍ତି। ଏ ନେଇ ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ଗୁଣପୁର ଉପଖଣ୍ଡ ମେଡିକାଲକୁ ନେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ମହିଳାଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଛି।
ପୀଡ଼ିତାଙ୍କ ମା’ଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ସେ ଓ ତାଙ୍କ ୩ ଝିଅ ଗାଁ ନିକଟରେ ଲିଜ୍‌ ନେଇଥିବା କପାବାଡ଼କୁ ସୋମବାର କପା ତୋଳିବା ପାଇଁ ଯାଇଥିଲେ। ଦିନ ପ୍ରାୟ ୨ଟା ବେଳେ କାମ ସରିଯିବା ପରେ ବଡ଼ ଝିଅକୁ କାଠ ନେଇ ଘରକୁ ଆଗରେ ଯିବା ପାଇଁ କହିଥିଲେ।ତେବେ ସେ ଘରକୁ ଫେରି ଝିଅକୁ ନ ପାଇ ଖୋଜାଖୋଜି କରିଥିଲେ ହେଁ ପାଇ ନ ଥିଲେ। ପରେ ଭାଲିଆଡାଙ୍ଗ ନିକଟରେ ଝିଅକୁ ଉଲଗ୍ନ ଅବସ୍ଥାରେ ବସି କାନ୍ଦୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଝିଅକୁ ଲୁଗା ପିନ୍ଧାଇ ଘରକୁ ଆଣିବା ପରେ ଝିଅ ମା’ଙ୍କୁ ସମସ୍ତ ଘଟଣା ବିଷୟରେ କହିଥିଲା ବୋଲି ସେ କହିଛନ୍ତି। ସିନ୍ତାଲଗୁଡ଼ା ଗ୍ରାମର ମଣ୍ଟୁ ଶବର, ଅଜିତ ଶବର ଓ ସୁକାନ୍ତ ଶବର ଝିଅକୁ ମୋଟରସାଇକେଲରେ ଉଠାଇନେଇ ନିକଟସ୍ଥ ଭାଲିଆଡାଙ୍ଗକୁ ନେଇ ଯାଇଥିଲେ। ସେଠାରେ ଝିଅକୁ ଜଣକ ପରେ ଜଣେ ୩ ଜଣ ବଳାତ୍କାର କରିଥିଲେ। ଝିଅ ମାନସିକ ବିକାରଗ୍ରସ୍ତ ହୋଇଥିବାର ଫାଇଦା ଉଠାଇ ୩ଯୁବକ ଏହି କାଣ୍ଡ ଭିଆଇଥିବା ପୀଡ଼ିତାଙ୍କ ମାଆ ଲିଖିତ ଅଭିଯୋଗ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଜିଗଲା ମାନବିକତା: ଫସଲ ନଷ୍ଟ କରିବାରୁ ମାଙ୍କଡ଼କୁ ମାରି ଝୁଲାଇଦେଲେ

କବିସୂର୍ଯ୍ୟନଗର,୯।୧(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଓ ପୋଲସରା ରେଞ୍ଜ୍ ଅଧୀନ ଗୋବିନ୍ଦପୁର ଗ୍ରାମରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଫସଲ ନଷ୍ଟ...

ଧର୍ମାନ୍ତର ବିବାଦକୁ ନେଇ ହୋଇପାରୁନି ସତ୍କାର, ୨୫ ଘଣ୍ଟା ଧରି ପଡି ରହିଛି ଶବ

ଜଳେଶ୍ୱର, ୯।୧(ନବୀନ ସାହୁ) : ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କାଳିକ ପଞ୍ଚାୟତ ୪ନମ୍ବର ୱାର୍ଡ ରଙ୍ଗମାଟିଆ ଗାଁରେ ଏକ ଅଭାବନୀୟ ଘଟଣା...

ଫସଲ ନଷ୍ଟ, ଚାଷୀ ଅସନ୍ତୁଷ୍ଟ

ଲୋଇସିଂହା,୯ା୧(ସୁଶାନ୍ତ ବାରିକ):ଖରିଫ ଚାଷ ପାଇଁ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପରୁ ଭୂତଳ ଜଳସେଚନ ପ୍ରକଳ୍ପ କାମ ବନ୍ଦ ରହିଥିଲା। ଠିକା ସଂସ୍ଥା ପକ୍ଷରୁ ପୁଣି କାମ...

ଟେନ୍‌ସନ୍‌ରେ ଚାଷୀ: ଟୋକନ ଅବଧି ସରିଯିବାର ଆଶଙ୍କା

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ଲାଗି ରହିଛି। ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ ଶୁକ୍ରବାରରୁ ପୁଣି ଧାନ ଉଠାଣ ପ୍ରକ୍ରିୟା ଆରମ୍ଭ ହୋଇଛି।...

ଓଡ଼ିଶାବାସୀଙ୍କୁ ବଡ଼ ଆଶ୍ଵସ୍ତି, ଏପ୍ରିଲ ପହିଲା ଯାଏ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ

କଟକ,୯।୧(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରଦୂଷଣ ଯାଞ୍ଚ ଓ ଜରିମାନାକୁ ନେଇ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି...

ଦେଢ ମାସ ତଳେ ଚୋରି କରିଥିଲେ ଗହଣା: ପୋଲିସ ଧରିବା ପରେ…

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ସଦର ଥାନା ଅନ୍ତର୍ଗତ ଶ୍ରୀହରି ନଗରରୁ ଗତବର୍ଷ ନଭେମ୍ବରରେ ହୋଇଥିବା ସୁନା ଗହଣା ଚୋରି ଘଟଣାରେ ଗୁରୁବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ...

ରାଜ୍ୟରେ ଶୀତ ଲହରୀ: ଏହି ଜିଲାରେ ଗୋଟିଏ ମାସ ସକାଳୁଆ ସ୍କୁଲ ବନ୍ଦ

ଭୁବନେଶ୍ୱର,୯।୧: ରାଜ୍ୟରେ ଜାରି ରହିଛି ପ୍ରବଳ ଶୀତ ଲହରୀ। ସକାଳୁ ସକାଳୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଭଦ୍ରକ ଜିଲା...

ଶରତଙ୍କୁ ବଡ଼ ଦାୟିତ୍ୱ: ଡୁମାଲ ସମାଜର ହେଲେ ସଭାପତି

ଲୋଇସିଂହା,୯ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଷାଠିଏ ଘର ଡୁମାଲ ସମାଜର ଜିଲା ପନୁଆ (ସଭାପତି) ଲମ୍ବୋଦର ମହାକୁର ତାଙ୍କ ପଦବୀରୁ ଗୁରୁବାର ଅବ୍ୟାହତ ନେଇଛନ୍ତି। ଏହାପରେ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri