ତଦନ୍ତ କଲେ ବିଡିଓ, ସହକାରୀ ଯନ୍ତ୍ରୀ

ଲୋଇସିଂହା,୭ା୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଅଧୀନ କୁଶଙ୍ଗ ଡିଗ୍ରୀ କଲେଜର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ଅନିୟମିତା ହୋଇଥିବା ନେଇ କଲେଜ କର୍ତ୍ତୃପକ୍ଷ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗଳବାର ବିଡିଓ ଅକ୍ଷୟ ପାଣି ଉଦ୍ଦୁ, ବ୍ଲକ୍‌ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢୀ କ୍ଷେତ୍ର ପରିଦର୍ଶନ କରି ତଦନ୍ତ କରିଥିଲେ। ବିନା ସୂଚନା ଫଳକରେ କୋଠା କାମ ଚାଲିଛି। ଉକ୍ତ କାମରେ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଲୋକେ ଓ ଅଭିଭାବକ ଅଭିଯୋଗ କରିବା ସହ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ୧୯୯୪ ମସିହାରେ କଳା ବିଭାଗରେ ଉକ୍ତ ଡିଗ୍ରୀ କଲେଜ ପ୍ରତିଷ୍ଠା ହୋଇଥିଲା ା ବର୍ତ୍ତମାନ କଲେଜରେ ୫୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ପାଇଁ ୮ଟି ଶ୍ରେଣୀଗୃହ ରହିଛି। ସେଥିମଧ୍ୟରୁ ୩ଟି ପୁରୁଣା ଆଜବେଷ୍ଟସ ଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଆବଶ୍ୟକ ଶ୍ରେଣୀଗୃହ ପାଇଁ ଛାତ୍ରୀଛାତ୍ର, ଅଭିଭାବକ, କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇଥିଲା। ଏହିକ୍ରମରେ ଚଳିତ ଆର୍ଥିକ ବର୍ଷରେ ଦୁଇଟି ଅତିରିକ୍ତ ଶ୍ରେଣୀଗୃହ ପାଇଁ ଅନୁଦାନ ଅନୁମୋଦନ ହୋଇ କାମ ଚାଲିଛି। କୁଆଡେ ୩୦ ଲକ୍ଷ ଟଙ୍କା ବ୍ୟୟରେ ଶ୍ରେଣୀଗୃହ ନିର୍ମାଣ ହେଉଛି। ହେଲେ କାମ ଆରମ୍ଭରୁ ଅନିୟମିତା ହୋଇଥିବା ଅଭିଯୋଗ ହୋଇଛି। କୋଠାର ପିଲର ପିଲର ମଧ୍ୟରେ ଟେଢାମେଢାରେ ନିର୍ମାଣ ହୋଇଛି ା ଏହାଛଡ଼ା କୋଠା ବର୍ଗାକାର ଦେଖା ନ ଯାଇ ଅସମାନତା ଦେଖାଯାଉଛି। ସରକାରୀ ଅନୁଦାନରେ ମନମାନୀ କାମକୁ ନେଇ ସ୍ଥାନୀୟ ଅଧିବାସୀ ଓ ଅଭିବାବକମାନେ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅସନ୍ତୋଷ ଜାହିର କରିଥିଲେ। ଏହାପରେ ଅଧ୍ୟକ୍ଷ ବିଜୟ କଲେତ ଉକ୍ତ କୋଠା କାମରେ ଅନିୟମିତତା ଉପରେ ଅନୁଧ୍ୟାନ ପାଇଁ ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏନେଇ କଲେଜ ଅଧ୍ୟକ୍ଷ କହିଛନ୍ତି, ବିଲମ୍ବ ହେଲେ ମଧ୍ୟ ମଙ୍ଗଳବାର ବିଡିଓ ଏବଂ ସହକାରୀ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରିଥିଲେ। ତେବେ ଏହା ପୂର୍ବରୁ ଦାୟିତ୍ୱରେ ଥିବା ଯନ୍ତ୍ରୀ କ୍ଷେତ୍ରକୁ ଆସି ଯେଉଁସବୁ ଅଭିଯାଗ ହୋଇଥିଲା, ସେସବୁ ଭାଙ୍ଗି ପୁନର୍ବାର ନିର୍ମାଣ କରିଥିବା କହିଥିଲେ। ତେବେ ମଙ୍ଗଳବାର ସକାଳେ ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କହିଥିଲେ, ବିଡିଓ ଏବଂ ସହକାରୀ ଯନ୍ତ୍ରୀଙ୍କ ପରିଦର୍ଶନ ପୂର୍ବରୁ ଦାୟିତ୍ୱରେ ଥିବା ଯନ୍ତ୍ରୀ କ୍ଷେତ୍ରକୁ ଆସି ଯେଉଁସବୁ ଅଭିଯାଗ ହୋଇଥିଲା, ସେସବୁକୁ ଭାଙ୍ଗି ପୁନର୍ବାର ନିର୍ମାଣ କରିଥିବା କହିଥିଲେ। ଅପରପକ୍ଷେ ଅଧ୍ୟକ୍ଷ କୌଣସି ଚାପର ବସବର୍ତ୍ତୀ ହୋଇ ଏଭଳି ମନ୍ତବ୍ୟ ଦେଇଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି। ଏ ସମ୍ପର୍କରେ ବ୍ଲକ୍‌ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢ଼ୀ କହିଛନ୍ତି, ମଙ୍ଗଳବାର ବିଡିଓଙ୍କ ସହ କ୍ଷେତ୍ର ପରିଦର୍ଶନ କରିଥିଲି। ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରଙ୍ଗ୍‌ ରୁଟ୍‌ ହେଲା କାଳ: ଭାରସାମ୍ୟ ହରାଇ ମୁହାଁମୁହିଁ ହୋଇଗଲେ ଦୁଇ ଅଟୋ, ୫ ଯାତ୍ରୀ… 

ବୈଶିଙ୍ଗା,୯।୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ଖଇରବଣି ଗ୍ରାମ ନିକଟସ୍ଥ ରୟାଲ ଢ଼ାବା ନିକଟରେ ଶୁକ୍ରବାର ଅପରାହ୍ନ...

ଅବକାରୀ ବିଭାଗର ୨ ଦିନିଆ ଧରପଗଡ଼: ୨୨୭ ଲିଟର ଦେଶୀ ମଦ, ୨୯୦୦ ଲିଟର ମହୁଲ ପୋଚ ସହ…

ରାୟଗଡ଼ା, ୯।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ଅବକାରୀ ବିଭାଗ ପକ୍ଷରୁ ରାୟଗଡ଼ା ଉପଖଣ୍ଡର ବିଭିନ୍ନ ସ୍ଥାନରେ ରେଡ କରାଯାଇ ୯ଜଣ ପୁରୁଷ ଓ ଜଣେ...

ପ୍ଲାଷ୍ଟିକ ମୁକ୍ତ ହେବ ‘ବୁଢ଼ାକେନ୍ଦୁ ମନ୍ଦିର’: ପରିବେଶ ସହଯୋଗୀ ବିକଳ୍ପ…

ଭଞ୍ଜନଗର,୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ବୁଢ଼ାକେନ୍ଦୁ ମନ୍ଦିରରେ ଶୁକ୍ରବାର  ‘ପ୍ଲାଷ୍ଟିକ ମୁକ୍ତ ପିକନିକ୍‌ ସ୍ପଟ୍‌’ ଅଭିଯାନ...

ଘୋଡ଼ାହାଡ଼ ଡ୍ୟାମ୍‌ରେ ଶେଷ ହେଲା କୁମ୍ଭୀର ଗଣନା: କୁମ୍ଭୀର ସଂଖ୍ୟା..

ଦିଗପହଣ୍ଡି,୯ା୧(ଅଶେଷ ନାଥ ମିଶ୍ର): ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନିି ଖୋଖରଙ୍କ ତତ୍ୱାବଧାନରେ ଦିଗପହଣ୍ଡି ବ୍ଳକ ଖମାରି ଗାଁ...

ସମାନ ହୋଟେଲ ହେଲେ ଅଲଗା ରୁମ୍‌: ହେଲା ବଡ଼ ଖୁଲାସା! 

ମୁମ୍ବାଇ: ବଲିଉଡ୍‌ର ‘ପିଆର୍‌ ଷ୍ଟାର’ କାର୍ତ୍ତିକ ଆର୍ୟନଙ୍କ ଲଭଲାଇଫ୍‌ ଏବେ ଚର୍ଚ୍ଚାରେ। କିଛିଦିନ ତଳେଇଣ୍ଡଷ୍ଟ୍ରି ବାହାରୁ ଆସିଥିବା ଏହି ଅଭିନେତାଙ୍କ ଫିଲ୍ମ ‘ତୁ ମେରି ମୈ...

ବନପାଳଙ୍କ ତତ୍ତ୍ୱାବଧାନରେ ୫ ଶହରୁ ଊର୍ଦ୍ଧ୍ବ ପ୍ରାଣୀଙ୍କ ଚିକିତ୍ସା

ଦିଗପହଣ୍ଡି,୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଲଖାରୀ ଅଭୟାରଣ୍ୟ ସଂଲଗ୍ନ ଜନଜାତି ବହୁଳ ପୋଡ଼ାଖାଲ ଓ କନିଆସାହି ଗ୍ରାମରେ...

ଜାମୁ ଗଛ ପାଇଁ ଭାଇକୁ ମାରିଲେ ଭାଇ: ଏପଟେ ସ୍ବାମୀଙ୍କ ବାଟକୁ ଚାହିଁ ରହିଥିଲେ ସ୍ତ୍ରୀ- ଝିଅ

ରାୟଗଡ଼ା/ଅମ୍ବାଦଳା,୯।୧(ଆଶିଷ ରଞ୍ଜନ ପଣ୍ଡା/ରବୀନ୍ଦ୍ର ପଣ୍ଡା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ବାପାଙ୍କ ପୁଅ ଟାଙ୍ଗିଆ ଚୋଟରେ ସାନବାପାଙ୍କ ପୁଅର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା ମୁନିଗୁଡ଼ା...

ଅକ୍ଷୟ ସୁନିଲ ଅଗ୍ରୱାଲ ଗଜପତିର ନୂତନ ଜିଲାପାଳ

ଗଜପତି,୯।୧(ଗିରିଧାରୀ ପରିଛା): ଗଜପତି ଜିଲାର ନୂତନ ଜିଲାପାଳ ଭାବରେ ଅକ୍ଷୟ ସୁନିଲ ଅଗ୍ରୱାଲ, ଭାପ୍ରସେ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ନୂତନ ଜିଲାପାଳ  ପୂର୍ବାହ୍ନରେ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri