ପାଲଲହଡ଼ାରେ ଭାସିଯାଇ ଜଣେ ନିଖୋଜ

ପାଲଲହଡ଼ା, ୮ା୯(ଡି.ଏନ.ଏ.) – ଶୁକ୍ରବାରଠାରୁ ଲାଗି ରହିଥିବା ବର୍ଷା ଯୋଗୁ ପାଲଲହଡ଼ା ବ୍ଲକର ବିଭିନ୍ନ ନାଳ ଫୁଲି ଉଠିବା ସହ ରାସ୍ତା ଉପରେ ୫/୬ ଫୁଟ ଉଚ୍ଚର ପାଣି ଚାଲିଛି। ଏଥିଯୋଗୁ ଅନେକ ସ୍ଥାନରେ ରାସ୍ତା ଧୋଇ ଯାଇଛି। ଖମାରଠାରୁ ରେଙ୍ଗାଳି ଯିବା ରାସ୍ତାରେ ଶନିମନ୍ଦିର ନିକଟ ଝୁମ୍ପେଇ ନାଳ ଉପରେ ୬ ଫୁଟ ଉଚ୍ଚରେ ପାଣି ଚାଲୁଥିବାରୁ ଶଙ୍ଖମୁର ପଞ୍ଚାୟତର ବହୁ ଗ୍ରାମ ସହ ରେଙ୍ଗାଳିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି କୁଟାରିମୁଣ୍ଡା ନାଳ ପୋଲରେ ୫ ଫୁଟର ପାଣି ପ୍ରବାହିତ ହେବାରୁ ଖମାରଠାରୁ ଇଞ୍ଜିଡ଼, କୁଞ୍ଜମ, ମୁଣ୍ଡୁରିବେଡା ଆଦି ପଞ୍ଚାୟତର ଅନେକ ଗ୍ରାମକୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଓଡ଼ଶ ଗ୍ରାମଠାରୁ କୋଚିଆବେଡା ଗ୍ରାମକୁ ସଂଯୋଗ କରୁଥିବା ଅନ୍ଧାରି ପୋଲ ଉପରେ ପାଣି ଚାଲୁଥିବାରୁ ଏହି ଦୁଇ ଗ୍ରାମ ମଧ୍ୟରେ ସଂଯୋଗ ସମ୍ଭବ ହେଉ ନ ଥିବା ଦେଖିବାକୁ ମିଳିଛି। ସେହିପରି ନୁଡେଇ ନାଳରେ ୬ଫୁଟ ଉଚ୍ଚର ପାଣି ଚାଲୁଥିବାରୁ ପାଲଲହଡ଼ାଠାରୁ ବରାକୁଦର ଗ୍ରାମକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷରେ ଅନ୍ଧାରୀ ନାଳରେ ଭାସିଯାଇ ଓଡ଼ଶ ଗ୍ରାମର ସୁଶାନ୍ତ ନାୟକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ପାଲଲହଡ଼ା ଦମକଳ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ଖବର ଲେଖାହେବା ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳି ନ ଥିବା ଜଣାପଡିଛି। ପାଲଲହଡ଼ା ଉପଖଣ୍ଡ ଡାକ୍ତରଖାନାରେ ମଧ୍ୟ ପାଣି ଲହଡି ମାରୁଛି। ଡାକ୍ତରଖାନା ମଧ୍ୟକୁ ପାଣି ପଶିଯିବାରୁ ରୋଗୀ ଓ ସମ୍ପର୍କୀୟ ହନ୍ତସନ୍ତ ହୋଇଛନ୍ତି। ମୁଖ୍ୟଫଟକଠାରୁ ଆଉଟ ଡୋର, ଜେନେରାଲ ୱାର୍ଡ ଏବଂ ସ୍ବତନ୍ତ୍ର କ୍ୟାବିନରେ ଡ୍ରେନ ପାଣି ପଶିଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ହୋଇଛନ୍ତି। ବର୍ଷା ଛାଡିବାପରେ ଜଳ ନିଷ୍କାସନ କରାଯାଇଥିଲା। ଖବରପାଇ ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତାପ କୁମାର ବେହେରା ଏବଂ ଉପଖଣ୍ଡ ଚିକିତ୍ସା ଅଧିକାରୀ ଜୟକୃଷ୍ଣ ନାୟକ ଡାକ୍ତରଖାନା ପରିସର ବୁଲି ଦେଖିଥିଲେ। ତେବେ ଅପରାହ୍ନରେ ବର୍ଷା ପରିମାଣ କମିବା ପରେ କିଛି ସ୍ଥାନରେ ଯାତାୟାତ ସ୍ବାଭାବିକ ହୋଇଛି। ଶୁକ୍ରବାର ରାତି ଠାରୁ ଶନିବାର ସକାଳ ପର୍ଯ୍ୟନ୍ତ ପାଲଲହଡ଼ାରେ ୪୫.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ଉପଜିଲାପାଳ ଅଜିତ କୁମାର ପ୍ରଧାନ କହିଛନ୍ତି I


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri