ଗ୍ୟାସ ଅଭାବ ଯୋଗୁ ଅଙ୍ଗନାଓ୍ବାଡି କର୍ମୀଙ୍କ ମଧ୍ୟରେ ଭାଳେଣି, ଅଙ୍ଗନାଓ୍ବାଡି କେନ୍ଦ୍ରରେ ବନ୍ଦ ହୋଇଯିବ ରୋଷେଇ!

ବୁଗୁଡ଼ା,୨୦।୩(କାଳିଚରଣ ଦାଶ): ମିଳୁନି ଜାଳେଣି ଗ୍ୟାସ, ଗ୍ୟାସ ଅଭାବରୁ ଅଧିକାଂଶ ହୋଟେଲ, ଫାଷ୍ଟଫୁଡ୍‌ ସେଣ୍ଟର ଓ ଚା’ ଦୋକାନ ବନ୍ଦ ହୋଇ ସାରିଥିବାବେଳେ ଏବେ ଘରମାନଙ୍କରେ ମଧ୍ୟ ଏହି ଆଶଙ୍କା ପରିଲକ୍ଷିତ ହେବାକୁ ବସିଲାଣି। ଗ୍ୟାସ ଅଭାବ ଜନିତ ସମସ୍ୟା ଯୋଗୁ ଅଙ୍ଗନାଓ୍ବାଡି କେନ୍ଦ୍ରଗୁଡିକରେ ରୋଷେଇ ବନ୍ଦ ହେବାକୁ ବସିଲାଣି । ବୁଗୁଡ଼ା ବ୍ଲକରେ ୨୩୧ ଅଙ୍ଗନାଓ୍ବାଡି କେନ୍ଦ୍ର ଥିବାବେଳେ ହଜାର ହଜାର ଶିଶୁ ଏହି କେନ୍ଦ୍ରଗୁଡିକରେ ନାମ ଲେଖାଇଛନ୍ତି। ସବୁ ଅଙ୍ଗନାଓ୍ବାଡି କେନ୍ଦ୍ରରେ କାଠ ପରିବର୍ତ୍ତେ ଗ୍ୟାସରେ ରୋଷେଇ କରିବା ପାଇଁ ସରକାରୀ ନିର୍ଦେଶ ରହିଛି ଏବଂ ପ୍ରତ୍ୟେକ ମାସରେ ଅଙ୍ଗନାଓ୍ବାଡି କର୍ମୀଙ୍କ ଖାତାକୁ ଗ୍ୟାସ ବାବଦକୁ ୯୦୦ ଟଙ୍କା ସରକାର ଦେଉଛନ୍ତି । ଅଙ୍ଗନବାଡି କେନ୍ଦ୍ରରେ ଗ୍ୟାସ ଯୋଗେ ରୋଷେଇ କରିବା ପାଇଁ ପ୍ରାୟ ଦୁଇ ତିନି ବର୍ଷ ତଳେ ଛତ୍ରପୁର ଗ୍ୟାସ ଡିଲର ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରକୁ ଦୁଇଟି ଲେଖାଏ ଗ୍ୟାସ ଭର୍ତ୍ତି ହାଣ୍ଡି ସହ ଖାତା ମଧ୍ୟ ଦେଇଥିଲେ । ତେବେ ଗ୍ୟାସ ସରିବା ପରେ ଛତ୍ରପୁରସ୍ଥିତ ଡିଲର ୩ବର୍ଷ ହେଲା ଆଉ ଗ୍ୟାସ ଯୋଗାଇ ଦେଉନାହିଁ । ଛତ୍ରପୁର ଡିଲର ଖାତାରେ ବୁଗୁଡ଼ା ବ୍ଲକରେ ଥିବା ଡିଲର ଦ୍ୱାରା ଗ୍ୟାସ ବୁକ୍‌ ହେଉ ନ ଥିବାରୁ ଅଙ୍ଗନଓ୍ବାଡି କର୍ମୀମାନେ ନିଜ ନାମରେ ଥିବା ଗ୍ୟାସ ବୁକ୍‌ କରି ରୋଷେଇ କରୁଥିଲେ। ପୂର୍ବରୁ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ ମିଳୁ ଥିବାରୁ କାମ ଚଳିଯାଉଥିଲା ଏବେ ଗ୍ୟାସର ଘୋର ଅଭାବ ଯୋଗୁ ରୋଷେଇ ବନ୍ଦ ହୋଇଯିବା ଆଶଙ୍କା ଦେଖାଦେଇଛି । ଅଙ୍ଗନାଓ୍ବାଡି କର୍ମୀଙ୍କୁ ଯୋଗାଇ ଦିଆଯାଇଥିବା ଗ୍ୟାସ ଖାତା ଛତ୍ରପୁର ଡିଲର ଅଧୀନରେ ଥିବାରୁ ସେହି ଖାତାରେ ସ୍ଥାନୀୟ ଗ୍ୟାସ ଡିଲର ପାଖରେ ଗ୍ୟାସ ବୁକ୍‌ ହୋଇ ପାରୁନଥିବା ବେଳେ ଛତ୍ରପୁର ଡିଲର ଗ୍ୟାସ ଆଣି ଦେଉନାହାନ୍ତି, ଫଳରେ ଅଙ୍ଗନାଓ୍ବାଡି କର୍ମୀଙ୍କ ମଧ୍ୟରେ ଭାଳେଣି ପଡ଼ିଗଲାଣି । ଏନେଇ ସିଡିପିଓ ବବିତା ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ଏବେ ତ ଚାଲିଛି ଆଗକୁ କ’ଣ ହେଉଛି ଦେଖାଯିବ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?