ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାରି ଭିତରେ କଳାହାଣ୍ଡି ଜିଲାରେ ମଧ୍ୟ ଶୀତର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି।
ଗତ କିଛିଦିନ ହେଲା ଜିଲାରେ ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନ କୁହୁଡି ଦେଖିବାକୁ ମିଳିଛି। ଜିଲାରେ ତାପମାତ୍ରା ୧୦ ଡିଗ୍ରୀରୁ କମ୍ ରହୁଥିବା ବେଳେ ଥୁଆମୂଳ ରାମପୁରରେ ତାପମାତ୍ରା ସର୍ବନିମ୍ନ ରହୁଛି। ଏଠାରେ ସକାଳୁ ବିଭନ୍ନ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ କିଏ ଶୀତ ବସ୍ତ୍ର ସହ ଚାଦର ଘୋଡାଇ ହେଉଛି ତ ଆଉ କିଏ ଗାଁ ଦାଣ୍ଡରେ ନିଆଁ ଲଗାଇ ପୋଇଁ ହେଉଛନ୍ତି । ଜିଲାରେ ଖରିଫ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଧାନ ବିକ୍ରି ଆଶାରେ ମଣ୍ଡିରେ ହାଡ଼ଭଙ୍ଗା ଶୀତ କାକରରେ ପଡିରହିଛନ୍ତି ଚାଷୀ।
Dharitri – Odisha’s No.1 Odia Daily


